ନାଁକୁ ମଳମୁକ୍ତ ଗ୍ରାମ

ସ୍ବଚ୍ଛ ଭାରତ ମିଶନ (ଗ୍ରାମୀଣ) ଯୋଜନାରେ ପ୍ରତି ଘରେ ପାଇଖାନା ନିର୍ମାଣ ସହ ଏହାର ବ୍ୟବହାର ପାଇଁ ଜିଲା ଜଳ ଓ ପରିମଳ ମିଶନ ଲୋକଙ୍କୁ ପ୍ରୋତ୍ସାହନ ଦେବା ସହ ସଚେତନ କରିଆସୁଛି। କିନ୍ତୁ ଏହାର ସଫଳତା ନେଇ ଯେଉଁ ସରକାରୀ ରିପୋର୍ଟ ଦର୍ଶାଯାଉଛି, ତାହା ବାସ୍ତବ ଚିତ୍ରଠାରୁ ସମ୍ପୂର୍ଣ୍ଣ ଅଲଗା। ସରକାରୀ ଲକ୍ଷ୍ୟଧାର୍ଯ୍ୟ ପୂରଣ ପାଇଁ ବିଭାଗ ତରବରିଆ ଭାବେ ପାଇଖାନା ନିର୍ମାଣ କରୁଛି ସତ, କିନ୍ତୁ ତାହା ଅତି ନିମ୍ନମାନର। ଏପରିକି ଜଣଙ୍କ ନାମରେ ଦୁଇ ଥର ଲେଖାଏ ପଞ୍ଜିକରଣ କରାଯାଉଛି। ଗତ ଜୁଲାଇରେ ଏଭଳି ଅଭିଯୋଗ ହେବା ପରେ ରାଜ୍ୟ ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କୋରାପୁଟ ଜିଲାରେ ୮ ହଜାର ହିତାଧିକାରୀଙ୍କ ନାମରେ ଦୁଇଥର ପାଇଖାନା ରହିଥିବା ଜଣାପଡ଼ିଥିଲା। ଫଳରେ ହିତାଧିକାରୀ ତାଲିକାରୁ ସେମାନଙ୍କ ନାମ କଟାଯାଇ ୨୧୭୯ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଥିଲା। ୨୦୧୯-୨୦ ଆର୍ଥତ୍କ ବର୍ଷର ଅକ୍ଟୋବର ୧୮ ସୁଦ୍ଧା ଜିଲାରେ ଥିବା ୨୪୦ ପଞ୍ଚାୟତର ୧୯୦୧ ଗ୍ରାମକୁ ମଳମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଥିଲା। ସେଥିରୁ ବନ୍ଧୁଗାଁ ବ୍ଲକର ୧୩ଟି ପଞ୍ଚାୟତର ୧୪୭ ଗ୍ରାମ, ବୈପାରୀଗୁଡ଼ା ବ୍ଲକର ୨୦ ପଞ୍ଚାୟତର ୨୪୧ ଗ୍ରାମ, ବୋରିଗୁମ୍ମା ବ୍ଲକର ୩୧ଟି ପଞ୍ଚାୟତର ୧୪୮ ଗ୍ରାମ, ଦଶମନ୍ତପୁର ବ୍ଲକର ୧୬ଟି ପଞ୍ଚାୟତର ୧୬୫ ଗ୍ରାମ, ଜୟପୁର ବ୍ଲକର ୨୨ଟି ପଞ୍ଚାୟତର ୧୧୨ ଗ୍ରାମ, କୋରାପୁଟ ବ୍ଲକର ୧୪ଟି ପଞ୍ଚାୟତର ୯୭ ଗ୍ରାମ, କୋଟପାଡ଼ ବ୍ଲକ ୧୭ଟି ପଞ୍ଚାୟତର ୯୫ ଗ୍ରାମ, କୁନ୍ଦୁରା ବ୍ଲକର ୧୬ଟି ପଞ୍ଚାୟତର ୮୪ ଗ୍ରାମ, ଲମତାପୁଟ ବ୍ଲକର ୧୫ଟି ପଞ୍ଚାୟତର ୧୬୮ ଗ୍ରାମ, ଲକ୍ଷ୍ମୀପୁର ବ୍ଲକର ୧୩ଟି ପଞ୍ଚାୟତର ୧୦୧ ଗ୍ରାମ, ନନ୍ଦପୁର ବ୍ଲକର ୨୩ଟି ପଞ୍ଚାୟତର ୨୧୯ ଗ୍ରାମ, ନାରାୟଣପାଟଣା ବ୍ଲକର ୯ଟି ପଞ୍ଚାୟତର ୧୨୭ ଗ୍ରାମ, ପଟ୍ଟାଙ୍ଗି ବ୍ଲକର ୧୪ଟି ପଞ୍ଚାୟତର ୧୦୨ ଗ୍ରାମ, ସେମିଳିଗୁଡ଼ା ବ୍ଲକର ୧୭ଟି ପଞ୍ଚାୟତର ୯୫ ଗ୍ରାମ ରହିଛି। ଏହିପରି ମୋଟ ୧୯୦୧ ଗ୍ରାମରେ ଥିବା ୨ ଲକ୍ଷ ୫୬ ହଜାର ୧୨୧ ଜଣ ହିତାଧିକାରୀଙ୍କ ଘରେ ପାଇଖାନା ନିର୍ମାଣ କରାଯାଇଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି। କିନ୍ତୁ ଅଧିକାଂଶ ଗ୍ରାମର ଲୋକେ ଏହି ପାଇଖାନା ବ୍ୟବହାର କରୁନାହାନ୍ତି। ଗ୍ରାମରେ ନିମ୍ନମାନର ପାଇଖାନା ଗୃହ କରାଯାଉଥିବା ଅଭିଯୋଗ ହେଉଛି। ଅନେକ ସ୍ଥାନରେ ପାଇଖାନାରେ ପାଣି ବ୍ୟବସ୍ଥା ନ ଥିବାରୁ ତାହା ଉପଯେଗୀ ହୋଇପାରୁ ନାହିଁ। ଅନ୍ୟ କେଉଁଠି ଘର ଦାଣ୍ଡରେ ପାଇଖାନା ରହିଛି। ହିତାଧିକାରୀଙ୍କୁ ଯେଉଁ ୧୨ ହଜାର ଟଙ୍କା ଦିଆଯାଉଛି, ସେଥିରେ ଗୋଟିଏ ପାଇଖାନା ନିର୍ମାଣ କରିବା କଷ୍ଟକର। ତେଣୁ ମଳମୁକ୍ତ ଗ୍ରାମ ଗଠନ ପାଇଁ ଏହି ଯୋଜନାର ସଫଳ ରୂପାୟନ ଏଯାବତ୍‌ ହୋଇପାରୁ ନାହିଁ। ଜିଲା ଜଳ ଓ ପରିମଳ ମିଶନ ଏବଂ ପ୍ରଶାସନ କେବଳ ରିପୋର୍ଟରେ ସନ୍ତୁଷ୍ଟ ନ ହୋଇ ପାଇଖାନାର ମାନ ଯାଞ୍ଚ ଓ ନିର୍ମାଣକୁ ତ୍ୱରାନ୍ବିତ କରିବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri