ନଳକୂପରେ ନାହିଁ ପିଣ୍ଡି

ଘସିପୁରା,୧୧।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଗୋହିରା ପଞ୍ଚାୟତ ଓସ୍ତପୁରା ଗ୍ରାମରେ ଦୀର୍ଘଦିନ ହେବ ପାନୀୟଜଳ ସମସ୍ୟା ଲାଗି ରହିଛି। ଏହା ଏକ ବଣପାହାଡ଼ଘେରା ଅଞ୍ଚଳ। ବ୍ଲକ ଠାରୁ ଏହାର ଦୂରତା ପାଖାପାଖି ୫ କି.ମି. ହେବ। କହିବାକୁ ଗଲେ ଗ୍ରାମଟି ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଗ୍ରାମେରେ ବିଭିନ୍ନ ପ୍ରକାର ସମସ୍ୟା ଲାଗି ରହିଥିବାବେଳେ ପାନୀୟ ଜଳ ସମସ୍ୟା ହେଉଛି ମୁଖ୍ୟ। ଲୋକମାନେ ପାଣି ପାଇଁ ଦୂଷିତ ଜଳକୁ ବ୍ୟବହାର କରୁଛନ୍ତି। ଏଥିଲାଗି ନାହିଁ ନ ଥିବା ଅସୁବିଧା ମଧ୍ୟ ଭୋଗୁଛନ୍ତି। ପାନୀୟ ଜଳ ଯୋଗାଣ ପାଇଁ ସରକାର ବିଭିନ୍ନ ଯୋଜନାରେ ନଳକୂପ ଖନନ ଠାରୁ ଆରମ୍ଭ କରି ତାହାର ରକ୍ଷଣାବେକ୍ଷଣା ଓ ପ୍ଲାଟଫର୍ମ (ପିଣ୍ଡି) ନିର୍ମାଣ ପାଇଁ ପଞ୍ଚାୟତ ସ୍ତରରେ ସ୍ବତନ୍ତ୍ର ଅନୁଦାନ ଦେଉଛନ୍ତି। କିନ୍ତୁ ସରକାରଙ୍କ ଏହି ଅନୁଦାନର ସଦୂପଯୋଗ କରାଯାଇ ନ ପାରିବା ପରିତାପର ବିଷୟ। ଏଠାରେ ନଳକୂପ ଅଛି ସତ କିନ୍ତୁ ବ୍ୟବହାର କରାଯାଇପାରୁନି। ଏନେଇ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ଶୁଣିବାକୁ କେହି ନାହାନ୍ତି।
ଓସ୍ତପୁରା ଗ୍ରାମରେ ବର୍ଷବର୍ଷ ଧରି ଲୋକଙ୍କ ଦାବି ପରେ ନଳକୂପ ଖନନ ହେଲା। ମାତ୍ର ଇତି ମଧ୍ୟରେ ଏକ ବର୍ଷ ବିତିଥିଲେ ମଧ୍ୟ ଉକ୍ତ ନଳକୂପରେ ପ୍ଲାଟଫର୍ମ ନିର୍ମାଣ କରାଯାଇ ନଥିବା ବେଳେ ରକ୍ଷଣାବେକ୍ଷଣା ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇ ନାହିଁ। ଫଳରେ ବିଶୁଦ୍ଧ ପାନୀୟ ଜଳ ପାଇ ପାରୁ ନଥିବା ୩ନଂ ୱାର୍ଡ ମଙ୍ଗଳାଶାଳର ଲୋକେ ଅଭିଯୋଗ କରିଛନ୍ତି। ବିଶେଷ କରି ବର୍ଷା ଦିନ ହୋଇଥିବାରୁ ନଳକୂପ ଭିତରେ ଆଖପାଖ ଅଞ୍ଚଳର ଗୋଳିଆ ପାଣି ଜମି ରହୁଛି। ଯାହା ବ୍ୟବହାର ଅନୂପଯୋଗୀ। ଏହାକୁ ବ୍ୟବହାର କରି ନାନା ରୋଗର ସମ୍ମୁଖୀନ ହେଉଛନ୍ତି। ପ୍ଲାଟଫର୍ମ ନିର୍ମାଣ ପାଇଁ ବାରମ୍ବାର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ହୋଇପାରିନାହିଁ । ତୁରନ୍ତ ସମସ୍ୟାର ସମାଧାନ ଦିଗରେ ପଦକ୍ଷକ୍ଷେପ ନେବାକୁ ଗ୍ରାମବାସୀ କୃଷ୍ଣଚନ୍ଦ୍ର ନାୟକ, ନାଳୁ ମହାକୁଡ଼, ସୁର ମହାକୁଡ଼, କୈଳାଶ ନୟକ, ନନ୍ଦିଆ ନାୟକ, ତପୁ ମହାକୁଡ଼, ରଞ୍ଜନ ନାୟକ, ବାୟାଧର ନାୟକ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri