ନର୍ସ ନୀହାରିକା ହତ୍ୟା ଘଟଣା : ହତ୍ୟାକାଣ୍ଡ ଘଟିଥିବା କୋଠରି ସିଲ୍‌

କଟକ ଅଫିସ,୩୦ା୯: ନର୍ସ ନୀହାରିକା ପାତ୍ର ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତ ପ୍ରେମିକ ରାଜା ଓରଫ କିଶୋର ଚନ୍ଦ୍ର ଆଞ୍ଚଲଙ୍କୁ ଗିରଫ କରିଛି। ହେଲେ ଏହି ହତ୍ୟା ଘଟଣା ଉପରୁ ସମ୍ପୂର୍ଣ୍ଣ ପରଦା ଉଠାଇ ପାରିନାହିଁ। ଅଧିକ ତଦନ୍ତ ପାଇଁ ରବିବାର ବିରିଡି ପୋଲିସ ହତ୍ୟାକାଣ୍ଡ ଘଟିଥିବା ଚାଉଳିଆଗଞ୍ଜ ଅପର୍ଣ୍ଣାନଗରସ୍ଥିତ ଘରର କୋଠରିକୁ ସିଲ୍‌ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଅପର୍ଣ୍ଣାନଗରରେ ରାଜାଙ୍କ ବନ୍ଧୁ ସୁନୀଲ ସାହୁ ଘର ଭଡା ନେଇ ରହୁଥିଲେ। ସେହି ଘରକୁ ରାଜା ନିଜ ପ୍ରେମିକା ନୀହାରିକାଙ୍କୁ ନେବା ସହ ସେଠାରେ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ବୋଲି ପୋଲିସ ଆଗରେ କହିଥିଲେ। ଗତ ୨୪ରେ ଫୋରେନ୍‌ସିକ ଟିମ୍‌ ଏହି ଘରକୁ ଯାଞ୍ଚ କରିବା ସମୟରେ କାନ୍ଥ ଓ ବେଡରୁ ରକ୍ତ ଛିଟା ପାଇଥିଲା। ରାଜା ନୀହାରିକାଙ୍କ ତଣ୍ଟିଚିପି ହତ୍ୟା କରିଥିବା କଥା ପୋଲିସ ଆଗରେ ମାନିଥିବା ବେଳେ କାନ୍ଥରେ ଲାଗିଥିବା ରକ୍ତଛିଟାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ହତ୍ୟା ସମ୍ବନ୍ଧରେ ରାଜାଙ୍କ ବୟାନ ଏବଂ ପାରିପାର୍ଶ୍ୱିକ ଚିତ୍ର ଖାପ ଖାଉ ନ ଥିବାରୁ ହତ୍ୟା ଘଟଣାଟି ସନ୍ଦେହ ଘେରକୁ ଠେଲି ହୋଇଯାଇଛି। ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲା ବାଲିଅନ୍ତା ଥାନା ଅଞ୍ଚଳର ନର୍ସ ନୀହାରିକା ଓ ବିରିଡି ଅଞ୍ଚଳର ରାଜାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ରାଜା ବେରୋଜଗାର ଥିବାରୁ ବିବାହକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଥିଲା। ଗତ ୮ ତାରିଖରେ ନୀହାରିକା ନର୍ସିଂହୋମ୍‌ରୁ ରାଜାଙ୍କ ସହ ଯାଇଥିଲେ। ମାତ୍ର ଆଉ ଫେରି ନ ଥିଲେ। ଗତ ୧୯ରେ ବିରିଡି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀପଠାରୁ ନୀହାରିକାଙ୍କ ମୃତଦେହ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ସିଂହ ରାଶିକୁ ଯିବେ ବୃହସ୍ପତି: ଆଉ ୪ ଦିନ ପରେ ଏହି ରାଶିଙ୍କ ଭାଗ୍ୟ ନେବ ନୂଆ ମୋଡ଼, ଲାଗିବ ଲଟେରୀ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬, ଶନିବାର ଦ୍ୱିପ୍ରହର ୧୨ଟା ୫୦ ମିନିଟରେ କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ଗୁରୁଙ୍କ…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

NDA ସହ ଯିବା ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କଲେ ଶରଦ ପାୱାର: ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୮।୯: ଗତ କିଛି ମାସ ଧରି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା ଯେ, ଶରଦ ପାୱାର ବିଜେପି ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସହ ଯାଇପାରନ୍ତି।…

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଶିବରାମ; ଚାଲିଗଲା ଜୀବନ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଛଣମେରି…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?