ନନ୍ଦନକାନନରେ ବିଦ୍ୟୁତ୍‌ ଚୋରି, ଦେୟ ଭରୁଛନ୍ତି କର୍ତ୍ତୃପକ୍ଷ

ବାରଙ୍ଗ,୯।୭(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଆର୍ଥିକ ସହଯୋଗ ରହିଛି। ଏହାସହ ସେଠାରୁ ମିଳୁଥିବା ରାଜସ୍ବକୁ ନିଜେ ନନ୍ଦନକାନନ ବିନିଯୋଗ କରିବାର ସୁଯୋଗ ପାଇଛି। ଏଭଳି ସୁବିଧା ସତ୍ତ୍ୱେ ନନ୍ଦନକାନନର ଉନ୍ନତି ନିମନ୍ତେ ବ୍ୟବହୃତ ଅର୍ଥକୁ ବାଟମାରଣା କରିବାକୁ କେତେକ ଅଧିକାରୀ ଲାଗିପଡିଛନ୍ତି। ନିଜର ସୁବିଧା ପାଇଁ ବ୍ୟବହୃତ ବିଦ୍ୟୁତର ମାସିକ ଦେୟକୁ ନନ୍ଦନକାନନକୁ ଭରିବାକୁ ପଡୁଛି। ହୁକ ପକାଇ ଠିକାଦାର ଦିନ ଦ୍ୱିପ୍ରହରରେ ବିଦ୍ୟୁତ ଚୋରି କରୁଥିଲେ ମଧ୍ୟ କାହାର ନଜର ପଡୁ ନ ଥିବା ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ା
ସୂଚନା ମୁତାବକ, ବାତ୍ୟାପରେ ନନ୍ଦନକାନନକୁ ସବୁଜ ବଳୟ ସୃଷ୍ଟି ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି। ଗାତ ଖୋଳିବାଠାରୁ ଆରମ୍ଭ କରି ସୁରକ୍ଷା ତାରବାଡ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଚାଲିଛି। ଏହିସବୁ କାମ ରେଞ୍ଜ ଅଫିସରମାନେ କାଗଜପତ୍ରରେ କରୁଥିବାବେଳେ ବାସ୍ତବରେ ସେମାନେ ଠିକାଦାରମାନଙ୍କୁ ଦେଇ ଦିଅନ୍ତି। ଏବେ ନନ୍ଦନକାନନ କାର୍ଯ୍ୟାଳୟର ପଛପଟ ଲେନ୍‌ରେ ଫୁଲଗଛଗୁଡିକୁ ସଜାଇ ରଖିବାପାଇଁ ଲୁହାରେ ଫ୍ରେମ କରାଯାଉଛି। ଏଥିପାଇଁ ବିଦ୍ୟୁତର ଆବଶ୍ୟକତା ଥିବାରୁ ଜନୈକ ଠିକାଦାର କାର୍ଯ୍ୟାଳୟକୁ ଲାଗିରହିଥିବା ଗେଷ୍ଟହାଉସରୁ ହୁକ ପକାଇ ଆଣିଛନ୍ତି। ହୁକ ପାଇଁ ବ୍ୟବହୃତ ତାରକୁ ସବୁଦିନେ ଅଧିକାରୀମାନେ ଦେଖୁଥିବାବେଳେ ତାର ପଡିଥିବାର କାରଣ ଜାଣିବାକୁ ଚେଷ୍ଟା କରୁନାହାନ୍ତି। ତତ୍‌ସହ ଠିକାଦାର ଜଣକ ବିଦ୍ୟୁତ୍‌ ନେଇ ନିଜ ସୁବିଧା ପାଇଁ ବ୍ୟବହାର କରୁଥିବାବେଳେ ଏହାର ଦେୟ ଦେଉଛି ଖୋଦ୍‌ ନନ୍ଦନକାନନ କର୍ତ୍ତୃପକ୍ଷ। ଏହା ପୂର୍ବରୁ ମଧ୍ୟ ଯେତେ ଠିକାଦାର କାମ କରନ୍ତି ସବୁ ସେମିତି ନିଜ ସୁବିଧା ପାଇଁ ବିଦ୍ୟୁତ ଚୋରି କରୁଥିବାବେଳେ ନନ୍ଦନକାନନ ହିଁ ଦେୟ ଦେଉଥିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିଭଳି ଜଣେ ରେଞ୍ଜଅଫିସର ଗେଟ୍‌କମ୍ପ୍ଲେସ୍କ ପାଖରେ ଥିବା ଅଫିସର କ୍ୱାର୍ଟରକୁ ସ୍ଥାନାନ୍ର: ହେବାପରେ ସେଠାରେ ଏସି ଲଗାଇବା ସହ ଘରଆଗରେ ଥିବା ଲେନରେ ଫୁଲଗଛ ରଖିବାପାଇଁ ସେଡ୍‌ମାନ ତିଆରି କରିବା ନିମନ୍ତେ ଓଲ୍ଡିଂ କରୁଥିବାର ଦେଖିବାକୁ ମିଳିଛି। ମାସିକ ବିଦ୍ୟୁତ ଦେୟ ୩୦୫ଟଙ୍କା ଦେଇ ଏସି, ଫ୍ୟାନ, ହିଟର, ଗ୍ରାଇଣ୍ଡର ଭଳି ବହୁମୂଲ୍ୟ ସାମଗ୍ରୀ ବ୍ୟବହାର ସହ ଓଲ୍ଡିଂକୁ ମଧ୍ୟ ମାଗଣାରେ ବ୍ୟବହାର କରୁଛନ୍ତି। ଅନ୍ୟପକ୍ଷେ ଲେବର ବ୍ୟାରେକରେ ସ୍ଥିତି କିନ୍ତୁ ଓଲଟା। ସେଠାରେ ସବୁ ବ୍ୟବହାର ପାଇଁ ବିଦ୍ୟୁତ୍‌ ଦେୟ ଦେବାକୁ ପଡୁଥିବାରୁ ତଳିଆ କର୍ମଚାରୀମାନେ ମାପିଚୁପି ବିଦ୍ୟୁତ ବ୍ୟବହାର କରୁଛନ୍ତି। କିନ୍ତୁ ଅଫିସର କଲୋନୀରେ ରହୁଥିବା ଏହି ବାହୁବଳୀ ଅଫିସରଙ୍କ ପାଇଁ ସବୁ ମାଫ ଥିବାର ଜଣାପଡିଛି। ଏ ସମ୍ପର୍କରେ ବିଦ୍ୟୁତ ଦାୟିତ୍ୱରେ ଥିବା ରେଞ୍ଜ ଅଫିସର କୁମର ବେହେରା କୁହନ୍ତି, ବିଦ୍ୟୁତ ବିଭାଗ ପକ୍ଷରୁ ୩୩କେଭି ଟ୍ରାନ୍ସଫର୍ମର ପାଖରେ ମିଟର ବସାଇଛି। ନନ୍ଦନକାନନରେ ବିଦ୍ୟୁତ ଖର୍ଚ୍ଚ ଅନୁଯାୟୀ ମିଟରରେ ଯାହା ଉଠିବ ସେହି ମୂଲ୍ୟ ଦିଆଯାଉଛି। ଏଠାରେ ଏବେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଚାଲୁଥିବାରୁ କେତେକାଂଶରେ ବିଦ୍ୟୁତ ଦରକାର ପଡୁଛି। ଯେଉଁ ଅଫିସରମାନେ ଏହିସବୁ କାମ ନେଇଛନ୍ତି ସେମାନେ ସବମିଟର ବସାଇ ବିଦ୍ୟୁତ ବିଲ ଦେବା କଥା। ଅଫିସର କଲୋନୀରେ ଘରପିଛା ମାସିକ ୩୦୫ଟଙ୍କା ବିଦ୍ୟୁତ ଦେୟ ଦେବା ପ୍ରକିୟା ଅଦ୍ୟାବଧି ନବୀକରଣ ହୋଇନାହିଁ। ଜଣେ ରେଞ୍ଜଅଫିସରଙ୍କ ବିଦୁତ ଖର୍ଚ୍ଚ ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ ନ କରିବା ମାନସିକତା ରହିବା ଦରକାର। ଯଦି ଏଭଳି ଘଟଣା ଘଟିଛି, ତେବେ ମୁଁ ତଦନ୍ତ କରିବି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri