ନଦୀର ଶତ୍ରୁ ବାଲି ମାଫିଆ

ବ୍ରହ୍ମପୁର ଅଫିସ୍‌,୧୬ା୯-କେବଳ ଋଷିକୁଲ୍ୟା ନୁହେଁ, ଗଞ୍ଜାମ ଜିଲାର ଅନ୍ୟାନ୍ୟ ନଦୀଗୁଡ଼ିକର ସୁରକ୍ଷା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାଫିଆମାନେ ବେଧଡ଼କ ଭାବେ ନଦୀ ବାଲି ଚାଲାଣ କରୁଛନ୍ତି । କିନ୍ତୁ ପ୍ରଶାସନ ପକ୍ଷରୁ ଏହାକୁ ରୋକିବା ଦିଗରେ ପଦକ୍ଷେପ ନିଆଯାଉ ନାହିଁ ବୋଲି ଗଞ୍ଜାମ ଜିଲା ନଦୀ ସୁରକ୍ଷା ସମ୍ମିଳନୀରେ ମତପ୍ରକାଶ ପାଇଛି । ସ୍ଥାନୀୟ ସର୍କିଟ୍‌ ହାଉସ୍‌ରେ ଫୋରମ୍‌ ଫର୍‌ ଗଞ୍ଜାମ ସଂଯୋଜକ ସୁଧୀର କୁମାର ରାଉତଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ ଆୟୋଜିତ ହୋଇଥିଲା। ସମ୍ମିଳନୀ ଆରମ୍ଭ ପୂର୍ବରୁ ଗିରିରୋଡ୍‌ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସେଠାରୁ ଏକ ସଚେତନତା ପଦଯାତ୍ରା ବାହାରି ସର୍କିଟ୍‌ ହାଉସ୍‌ରେ ପହଞ୍ଚିଥିଲା। ପରିବେଶ ଭିତ୍ତିକ ଲୋକକଳା ଦାସ କାଠିଆ ପରିବେଷଶ କରାଯାଇଥିଲା। ମହାନଦୀ ବଞ୍ଚାଅ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସ, ସଂଯୋଜକ ବିଜୟ କୁମାର ପ୍ରଧାନ ଏବଂ ପ୍ରକାଶ ରଥ ଅତିଥି ଓ ବକ୍ତା ଭାବେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଇ.ଟି. ରାଓ ଅତିଥି ପରିଚୟ ପ୍ରଦାନ ସହ ସ୍ବାଗତ ଭାଷଣ ଦେଇଥିଲେ।

କର୍ମଶାଳା ସମ୍ପର୍କିତ ପ୍ରାରମ୍ଭିକ ସୂଚନା ଦେଇଥିଲେ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା। ସୁଧୀର କୁମାର ରାଉତ ଋଷିକୁଲ୍ୟା ଏବଂ ବାହୁଦା ନଦୀର ଉତ୍ପତ୍ତିଠାରୁ ସଂଗମ ପର୍ଯ୍ୟନ୍ତ ବିବରଣୀ ପ୍ରଦାନ କରିଥିଲେ । କର୍ମଶାଳାରେ ଆର୍ଯ୍ୟଭଟ୍ଟ ଫାଉଣ୍ଡେଶନ୍‌, ଫୋରମ୍‌ ଫର୍‌ ଗଞ୍ଜାମ, ଚାମ୍ବର ଅଫ୍‌ କମର୍ସ, ହେତୁବାଦୀ ସଂଗଠନ, ମାନବ ଅଧିକାର ସୁରକ୍ଷା ମଞ୍ଚ, ଶିକ୍ଷକ ସଂଗଠନ, ସାହିତି୍ୟକ, କବି, କବୟିତ୍ରୀ, ଆଇନଜୀବୀ, ଯନ୍ତ୍ରୀ, ଚାଷୀ ପ୍ରମୁଖ ଯୋଗ ଦେଇଥିଲେ । ସ୍ଥାନୀୟ ଚାଷୀକୂୂଳ ଏବଂ ଅଧିବାସୀ ନଦୀ ସମସ୍ୟା ବର୍ଣ୍ଣନା କରିଥିଲେ। ନଦୀଗୁଡ଼ିକରେ ଶୋଷଣ, ପ୍ରଦୂଷଣ ଏବଂ ଅତିକ୍ରମଣ ମୁକ୍ତ କରାଯିବା ପାଇଁ ନିବେଦନ କରିଥିଲେ । ଆଲୋଚନାରେ ଇଂ. ଟି. ଗଣେଶ, ଇଂ. ପ୍ରଶାନ୍ତ ପାତ୍ର, ସାହିତି୍ୟକ ଚନ୍ଦ୍ରମଣୀ ସ୍ବାଇଁ, ପ୍ରଶାନ୍ତ ମୁନୀ, ଜାମୁଲା ସୁରେଶ, ଡା. ସାଗର ରଞ୍ଜନ ତ୍ରିପାଠୀ, ଭି.ସନ୍ତୋଷ, ବୃନ୍ଦାବନ ଖଟେଇ, ଶ୍ୟାମ ସୁନ୍ଦର ଦୋରା ଓ ବିଜୟ ପ୍ରଧାନ ପ୍ରମୁଖ ଭାଗ ନେଇଥିଲେ। ଜିଲାର ନଦୀ ସମ୍ପର୍କିତ ଏକ ପୁସ୍ତକ ଡ. ଚନ୍ଦ୍ରମଣୀ ସ୍ବାଇଁଙ୍କ ସମ୍ପାଦନାରେ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଗଞ୍ଜାମ ଜିଲା ନଦୀ ସୁରକ୍ଷା ମଞ୍ଚ ସ୍ଥାୟୀ କମିଟି ଆବାହକ ସୁଧୀର କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଗଠନ କରିବାକୁ ଆଲୋଚନା ହୋଇଥିଲା। ନଭେମ୍ବର ୩୦ରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନଦୀ ସମ୍ମିଳନୀରେ ଯୋଗ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। କାର୍ଯ୍ୟକ୍ରମକୁ ସୁଶାନ୍ତ ମହାନ୍ତି, ମନୋଜ ଡାକୁଆ, ଭୀମରାଜୁ ପାତ୍ର ଓ ଭୀମସେନ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ସ୍ବରାଜ୍ୟ ସୁବୁଦ୍ଧି ଧନ୍ୟବାଦ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri