Posted inଖେଳ

‘ଧୋନୀ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ଉଚିତ୍‌’

ମୁମ୍ବାଇ, ୨୯।୬(ପି.ଟି.)-ଚଳିତ ବିଶ୍ୱକପ୍‌ର ବଳକା ମ୍ୟାଚ୍‌ ଲାଗି ଭାରତୀୟ ଦଳର ବରିଷ୍ଠ ଖେଳାଳି ମହେନ୍ଦ୍ର ସିଂ ଧୋନୀ ଗୁରୁତ୍ୱପୂର୍ଣ୍ଣ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ଉଚିତ୍‌ ବୋଲି ପୂର୍ବତନ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଡିନ୍‌ ଜୋନ୍ସ କହିଛନ୍ତି। ନିକଟରେ ଆଫଗାନିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ସ୍ଲୋ-ଇନିଂସ ଖେଳି ଧୋନୀ ବେଶ୍‌ ସମାଲୋଚନାର ଶିକାର ହୋଇଥିଲେ। କିନ୍ତୁ ଜୋନ୍ସ କହିଛନ୍ତି, ବିଜୟ ଶଙ୍କରଙ୍କ ସ୍ଥାନରେ ୩୭ ବର୍ଷୀୟ ଧୋନୀ ୪ ନମ୍ବରରେ ବ୍ୟାଟିଂ କରିବା ଉଚିତ୍‌। ସେହିଭଳି ବାମହାତୀ ସ୍ପିନ-ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଚୂଡ଼ାନ୍ତ ଏକାଦଶରେ ନିଶ୍ଚିତ ସାମିଲ କରାଯିବା ଆବଶ୍ୟକ। ‘ଟୁର୍ନାମେଣ୍ଟ ଆଗକୁ ବଢ଼ିବା ସହ ପିଚ୍‌ଗୁଡ଼ିକ ଅଧିକ ଡ୍ରାଏ ହୋଇଯାଇଥାଏ। ତେଣୁ ନିମ୍ନକ୍ରମରେ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ ଦଳ ପାଇଁ ନିହାତୀ ଦରକାର। ଏଥିସହ ଜାଡେଜା ଜଣେ ସ୍ପିନ ବିକଳ୍ପ ମଧ୍ୟ ହୋଇପାରିବେ’ ବୋଲି ଜୋନ୍ସ କହିଛନ୍ତି। ଅପରପକ୍ଷରେ ପ୍ରାକ୍ତନ ଅଲ୍‌ରାଉଣ୍ଡର ଇର୍ଫାନ ପଠାନ ୪ ନମ୍ବର ସ୍ଥାନ ପାଇଁ ଦୀନେଶ କାର୍ତ୍ତିକଙ୍କୁ ପସନ୍ଦ କରିଛନ୍ତି। ‘ବହୁତ ଲୋକଙ୍କ ଚିନ୍ତାଧାରା ଥାଏ କି, ବିଜୟୀ କମ୍ବିନେଶନରେ ପରିବର୍ତ୍ତନ କରିବା ଆବଶ୍ୟକ ନୁହେଁ। କିନ୍ତୁ ମୋର ଭିନ୍ନ ଚିନ୍ତାଧାରା। ବିଜୟ ଶଙ୍କରଙ୍କୁ ଆବଶ୍ୟକ ସୁଯୋଗ ଦିଆଯାଇଛି ଏବଂ ସେ ଏହାର ସଦୁପଯୋଗ କରିପାରି ନାହାନ୍ତି। ଯଦି ଆମେ ସେମିଫାଇନାଲ ଖେଳିବାର ନିକଟତର ହୋଇସାରିଲୁଣି ତେଣୁ ଆମେ ଏକ ଶ୍ରେଷ୍ଠ ବୋଲିଂ ଲାଇନ୍‌ଅପ୍‌ ଥିବା ଦଳକୁ ସାମ୍ନା କରିବା ନିଶ୍ଚିତ। ଆମେ ଯଦି ଆରମ୍ଭରୁ ୩/୪ ଉଇକେଟ୍‌ ହରାଇଦେଉ ତେବେ ୪ ନମ୍ବର ସ୍ଥାନରେ ଜଣେ ଦକ୍ଷ ବ୍ୟାଟ୍ସମ୍ୟାନଙ୍କ ଆବଶ୍ୟକତା ହୋଇଥାଏ ଏବଂ ଏହି ପୋଜିସନ ଲାଗି କାର୍ତ୍ତିକଙ୍କୁ ପସନ୍ଦ କରିବି’ ବୋଲି ପଠାନ କହିଛନ୍ତି। ୪ ନମ୍ବର ସ୍ଥାନରେ ଖାପଖୁଆଇବା ପାଇଁ ସେମିଫାଇନାଲ ପୂର୍ବରୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅତିକମ୍‌ରେ ୩ଟି ଇନିଂସ ଖେଳିବାର ସୁଯୋଗ ଦିଆଯିବା ଆବଶ୍ୟକ ବୋଲି ଏକ ସାକ୍ଷାତକାର ଅବସରରେ ପଠାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘Thanks To Everybody…’, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ଭିଡିଓ ବାର୍ତ୍ତା ଜାରି,କହିଲେ…VIDEO

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ନୂତନ ଭିଡିଓ ବାର୍ତ୍ତା ଶୁକ୍ରବାର ରାତିରେ ସାମ୍ନାକୁ ଆସିଛି। ଏହି ସମୟରେ…

ଇସ୍ତଫା ଦେବେ ନାହିଁ ଧର୍ମେନ୍ଦ୍ର ପ୍ରଧାନ! ସରକାରଙ୍କ କଡ଼ା ଆଭିମୁଖ୍ୟ, ଗୋଟିଏ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ମାମଲାରେ ଦାୟିତ୍ୱ ନିର୍ଦ୍ଧାରଣ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତର-ମନ୍ତରରେ ଗତ ଏକ…

ରାଇକିଆରେ ବାହୁଡା଼ ଯାତ୍ରା ସମ୍ପନ୍ନ

ରାଇକିଆ,୨୪ା୭ (ପ୍ରଦୀପ ବେହେରା): ରାଇକିଆ ଠାରେ ଶୁକ୍ରବାର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ…

ଗଞ୍ଜାମରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ/ଅନାଥ ତରାଇ): ଗଞ୍ଜାମ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ସକାଳୁ ମନ୍ଦିର ପରିସରରେ ପୂଜାପାଠ ଓ ରୀତିନୀତି ପାଳନ ପରେ ମହାପ୍ରଭୁଙ୍କ…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

୧୧ କେ.ଭି. ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟଣା: ଶକ୍ତି ସଚିବ, କଳାହାଣ୍ଡି ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲା ଜାତୀୟ ମାନବାଧିକାର କମିଶନ

ଥୁଆମୂଳ ରାମପୁର, ୨୪।୦୭ (ଦୁର୍ଗା କୀର୍ତ୍ତି): ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାରର ଚରମ ଅବହେଳା ଯୋଗୁ ଝୁଲନ୍ତା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି…

CJP ପ୍ରଦର୍ଶନରେ ପାକିସ୍ତାନୀ ଷଡ଼ଯନ୍ତ୍ର! ଜନ୍ତର-ମନ୍ତର ପ୍ରଦର୍ଶନକୁ ନେଇ ବଡ଼ ଖୁଲାସା, ବ୍ଲକ ହେଲା ୪୮୦…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ‘କକ୍ରୋଚ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନ ମଧ୍ୟରେ ଦିଲ୍ଲୀ ପୋଲିସ ଏକ ବଡ଼ ଖୁଲାସା କରିଛି। ପୋଲିସ ଏକ ବଡ଼…

ସ୍ତ୍ରୀ, ଝିଅଙ୍କୁ ନେଇ ଶ୍ୱଶୁରଘର ଯାଇଥିଲେ: ଫେରୁଥିବା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ….

ଭଞ୍ଜନଗର, ୨୪/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଯୋଗୀମାରି ରାସ୍ତାର ପାଣିଟାଙ୍କି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri