ବିଜୁ ସେତୁ ଯୋଜନା: ଧିମା ପଡ଼ିଛି ଧାର୍ଯ୍ୟ ଲକ୍ଷ୍ୟ ହାସଲ

ଭୁବନେଶ୍ୱର, ୨୧।୧(ବ୍ୟୁରୋ): ଗ୍ରାମବହୁଳ ରାଜ୍ୟ ଓଡ଼ିଶାରେ ଗମନାଗମନ ଭିତ୍ତିଭୂମି ସୁଦୃଢ ହେବା ନିହାତି ଆବଶ୍ୟକ। ସେଥିଲାଗି ସଡ଼କ ଏବଂ ସେତୁ ନିର୍ମାଣର ଆବଶ୍ୟକତା ରହିଛି। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି କାର୍ଯ୍ୟ କରୁଛି। ପ୍ରତି ଆର୍ଥିକବର୍ଷରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖାଯାଇ କାର୍ଯ୍ୟ କରାଯାଇଥାଏ। ଚଳିତ ଆର୍ଥିକବର୍ଷରେ ମଧ୍ୟ ସେପରି ଲକ୍ଷ୍ୟ ରଖାଯାଇଥିଲା। ହେଲେ ଗତ ନଭେମ୍ବର ସୁଦ୍ଧା ସେତୁ ନିର୍ମାଣରେ ଆଖିଦୃଶିଆ ଫଳାଫଳ ଦେଖିବାକୁ ମିଳି ନ ଥିବା ସରକାରୀ ରିପୋର୍ଟରୁ ସ୍ପଷ୍ଟ ହୋଇଛି।
ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୯-୨୦ ଆର୍ଥିକବର୍ଷରେ ବିଜୁ ସେତୁ ଯୋଜନାରେ ୫୫୦ କୋଟି ଟଙ୍କାର ବଜେଟ୍‌ ରଖାଯାଇଥିଲା। ଗତ ନଭେମ୍ବର ୩୦ ଅପରାହ୍ନ ୩ଟା ସୁଦ୍ଧା ବିଭାଗକୁ ମିଳିଥିବା ତଥ୍ୟ ଅନୁଯାୟୀ ସେଥିରୁ ୨୪୧.୨୩ କୋଟି ଟଙ୍କା ବ୍ୟୟ ହୋଇଛି। ବରାଦ ହୋଇଥିବା ମୋଟ ଅର୍ଥର ୪୩.୮୬ ପ୍ରତିଶତ ଖର୍ଚ୍ଚ ହୋଇଛି। ଏହି ସମୟରେ ୨୭୨ଟି ସେତୁ କରାଯିବାର ଲକ୍ଷ୍ୟ ରଖାଯାଇଛି। ହେଲେ ତନ୍ମଧ୍ୟରୁ ମାତ୍ର ୩୩ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୧୨.୧୩ ପ୍ରତିଶତ କାର୍ଯ୍ୟ ପୂରଣ ହୋଇଛି। ତେଣୁ ଚଳିତ ଆର୍ଥିକ ବର୍ଷର ବାକି ଥିବା ୪ ମାସ(୨୦୧୯ ନଭେମ୍ବରରୁ ମାର୍ଚ୍ଚ ୨୦୨୦) ମଧ୍ୟରେ ବଳକା ଥିବା ୫୬.୧୪ ପ୍ରତିଶତ ଅର୍ଥରେ ୮୭.୮୭ ପ୍ରତିଶତ କାର୍ଯ୍ୟ କରିବାକୁ ହେବ। ମୋଟ ଉପରେ କହିବାକୁ ଗଲେ ଏହି ୪ ମାସ ମଧ୍ୟରେ ୨୩୯ଟି ସେତୁ ନିର୍ମାଣ ହେବାର ରହିଛି। ତେଣୁ ବିଭାଗ ଏହି ଲକ୍ଷ୍ୟକୁ କିପରି ହାସଲ କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିବ। ଉଲ୍ଲେଖଯୋଗ୍ୟ, ୨୦୧୧-୧୨ ଆର୍ଥିକବର୍ଷରେ ପ୍ରାଥମିକ ୪୦୦ ବିଜୁ ସେତୁ ନିର୍ମାଣ ନେଇ ଘୋଷଣା କରାଯାଇଥିଲା। ୨୦୧୮-୧୯ ଆର୍ଥିକବର୍ଷ ଶେଷ ଆଡକୁ ସେତୁ ସଂଖ୍ୟା ୧୩୩୨କୁ ବୃଦ୍ଧି କରାଗଲା। ଏଥିପାଇଁ ୬୧୩୦.୫୧ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି। ଗତବର୍ଷ ମାର୍ଚ୍ଚ ସୁଦ୍ଧା ଯୋଜନା ଆରମ୍ଭରୁ ଏ ଯାବତ୍‌ ୬୬୨ଟି ସେତୁ ନିର୍ମାଣ ସରିଛି। ଗତ ଏପ୍ରିଲରୁ ନଭେମ୍ବର ମଧ୍ୟରେ ୩୩ଟି ସେତୁ ନିର୍ମାଣ ହୋଇଛି। ଏହିପରି ଭାବେ ମୋଟ ୬୯୫ଟି ସେତୁ ନିର୍ମିତ ହୋଇଛି। ସେହିଭଳି ୫୩୨ଟି ସେତୁ କାର୍ଯ୍ୟ ଜାରି ରହିଛି। ଚୁକ୍ତି ଏବଂ ଟେଣ୍ଡରସ୍ତରରେ ୮୭ଟି ସେତୁ ରହିଛି। ଅପରପକ୍ଷରେ ୧୮ଟି ସେତୁ ଡିପିଆର/ଡିଜାଇନ୍‌/ଆଇନଗତ ମାମଲାରେ ରହିଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri