Posted inଖେଳ

ଧାବିକା ଝୁମା ଖାତୁନ ୪ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୨୬ା୪ (ପି.ଟି.)-ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବାରୁ ଓ୍ବାଲର୍‌ଡ ଆଥଲେଟିକ୍ସ ଗଭର୍ନିଂବଡିର ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ (ଏଆଇୟୁ)ଭାରତର ମିଡଲ ଡିଷ୍ଟାନ୍ସ ଧାବିିକା ଝୁମା ଖାତୁନ୍‌ଙ୍କୁ ୪ବର୍ଷ ବାସନ୍ଦ କରିଛନ୍ତି। ୨୦୧୮ ଜୁନ୍‌ରେ ଗୁଆହାଟୀଠାରେ ଅନୁଷ୍ଠିତ ଜାତୀୟ ଆନ୍ତଃରାଜ୍ୟ ଚାମ୍ପିୟନଶିପ୍‌ରେ ୩୧ ବର୍ଷୀୟା ଖାତୁନଙ୍କଠାରୁ ସାମ୍ପଲ ସଂଗ୍ରହ କରାଯାଇଥିଲା। ନ୍ୟାଶନାଲ ଡୋପ୍‌ ଟେଷ୍ଟିଂ ଲାବୋରେଟୋରିରେ ତାହାର ପରୀକ୍ଷା ହୋଇଥିଲା। ଫଳାଫଳ ନେଭେଟିଭ୍‌ ଆସିଥିଲା। ଖାତୁନ୍‌ ଗୁଆହାଟୀ ଚାମ୍ପିୟନଶିପ୍‌ରେ ଉଭୟ ୧୫୦୦ ମିଟର ଓ ୫,୦୦୦ ମିଟର ରେସ୍‌ରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପାଇଥିଲେ। ଓ୍ବାଲର୍‌ଡ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) କିନ୍ତୁ ପରେ କାନାଡାସ୍ଥିତ ମଣ୍ଟ୍ରିଲ ଲାବୋରେଟୋରିଠାରେ ଭାରତୀୟ ଧାବିକାଙ୍କ ସାମ୍ପଲକୁ ପରୀକ୍ଷା କରିବା ଲାଗି ନିଷ୍ପତ୍ତି ନେଇଥିଲା। ସେଥିରେ ଡିହାଇଡ୍ରୋକ୍ଲୋରୋମେଥିଲ ଟେଷ୍ଟୋଷ୍ଟେରନ ପଜିଟିଭ୍‌ ଆସିଥିଲା। ଫଳରେ ଖାତୁନଙ୍କ ପୂର୍ବ ଫଳାଫଳକୁ ରଦ୍ଦ କରିଦିଆଯାଇଥିଲା। କେବଳ ଖାତୁନ ନୁହଁନ୍ତି (ଏନ୍‌ଡିଟିଏଲ୍‌)ରେ ନେଗେଟିଭ୍‌ ଆସିଥିବା ଭାରତର ଅନ୍ୟ ୪ଜଣ ଆଥଲେଟ୍‌ଙ୍କ ସାମ୍ପଲ ମଧ୍ୟ ପଜିଟିଭ ଆସିଥିଲା। ସେମାନଙ୍କ ମଧ୍ୟରେ ୨୦୧୭ ଏସିଆନ ଚାମ୍ପିୟନ କ୍ୱାର୍ଟରମାଇଲର ନିର୍ମଳା ଶେଓରାନ ଅନ୍ୟତମ। ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଓ୍ବାଡା ଏହି ଫଳାଫଳକୁ ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ ନିକଟକୁ ପଠାଇଦେଇଥିଲା। ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ପାଇଁ ଖାତୁନଙ୍କୁ ୪ବର୍ଷ ବାସନ୍ଦ ଦଣ୍ଡ ପ୍ରଦାନ କରାଯାଇଥିଲା। ତେବେ ସେ ଚାହିଁଥିଲେ ଏପ୍ରିଲ ୧୩ ମଧ୍ୟରେ ଡିସିପ୍ଲିନାରି ଟ୍ରିବ୍ୟୁନାଲରେ ଅପିଲ କରିପାରିଥାନ୍ତେ। ମାତ୍ର ସେ ତାହା ନ କରି ଦଣ୍ଡକୁ ମାନି ନେଇଥିଲେ। ସୂଚନାଯୋଗ୍ୟ, ଖାତୁନ୍‌ ୨୦୧୧ ଏସିଆନ ଚାମ୍ପିୟନଶିପ୍‌ ୪x୪୦୦ ମିଟର ରିଲେ ରେସ୍‌ରେ ରୌପ୍ୟ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri