Posted inବରଗଡ଼

ଧାନବିକ୍ରି ନ ସରୁଣୁ ଟୋକନ ଗାଏବ, ମଣ୍ଡିରେ ଭିଜୁଛି ଧାନ

ବରଗଡ଼ ଅଫିସ୍‌,୧୬।୬- ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଏବେ ମଧ୍ୟ ଅବ୍ୟବସ୍ଥିତ ହୋଇ ପଡ଼ିଛି। ଜିଲାର ବିଭିନ୍ନ ମଣ୍ଡିରେ ସଂଗୃହୀତ ବହୁ ପରିମାଣର ଧାନ ବିକ୍ରି ହୋଇ ପାରି ନାହିଁ । କେତେକ ମଣ୍ଡିକୁ ମିଲର୍ସ ଆସୁ ନ ଥିବାରୁ ସେଠାରେ ଧାନ ଉଠାଣ ବନ୍ଦ ରହିଥିବାବେଳେ ଚାଷୀଙ୍କ ଟୋକନ ଗାଏବ ସମସ୍ୟା ଏବେ ଜଟିଳ ହୋଇ ପଡ଼ିଛି। ଏଥିପାଇଁ ଜିଲାର ଚାଷୀମାନେ ଧାନ ବିକ୍ରି କରିପାରୁ ନାହାନ୍ତି । ଅନ୍ୟପଟେ ଜିଲାକୁ ମୌସୁମୀ ପ୍ରବେଶ କରିସାରିଛି । ତୁହାକୁ ତୁହା ବର୍ଷା ହେଉଛି । ମଣ୍ଡିର ଖୋଲା ଆକାଶତଳେ ପଡ଼ି ରହିଥିବା ଧାନ ଭିଜି ନଷ୍ଟ ହେବାରେ ଲାଗିଛି । ଏପରିକି ପୂର୍ବରୁ ହୋଇଥିବା ବର୍ଷାରେ କେତେକ ସ୍ଥାନରେ ଧାନ ଗଜା ହୋଇଛି । ଏହା ଚାଷୀ ପାଇଁ ଚିନ୍ତାର କାରଣ ପାଲଟି ଥିବାବେଳେ ବେପାରୀ, ମିଲର୍ସମାନେ ଦିନକୁ ଦିନ କଟନୀଛଟନୀ ପ୍ରକ୍ରିୟାକୁ ଜୋରଦାର କରିବାରେ ଲାଗିଛନ୍ତି ।
ଗତ ଏପ୍ରିଲ ମାସ ୮ତାରିଖରୁ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲାର ୫୧ଟି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଏବଂ ୧୩ଟି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଧାନକିଣାରେ ସାମିଲ ହୋଇଛନ୍ତି। ଧାନ ବିକିବା ପାଇଁ ୭୨ହଜାର ୨୩ଜଣ ଚାଷୀ ପଞ୍ଜୀକରଣ କରିଥିବାବେଳେ ଏପର୍ଯ୍ୟନ୍ତ ୬୩ହଜାର ୩୯୧ଜଣ ଚାଷୀ ୫୧ଲକ୍ଷ ୩୨ହଜାର ୬୪୨ କୁଇଣ୍ଟାଲ ଧାନ ବିକିଛନ୍ତି । ମଣ୍ଡି ଖୋଲିବା ଆରମ୍ଭରୁ କିଛିଦିନ ଧରି ଅଚଳାବସ୍ଥା ଜାରି ରହିଥିଲା । ପରବର୍ତ୍ତୀ ସମୟରେ ଧାନ ଉଠାଣ ଚାଲିଥିଲେ ହେଁ ପରେ ତାହା ମନ୍ଥର ହୋଇଥିଲା । ତେବେ ମଣ୍ଡିକୁ ଆସୁଥିବା ଧାନ ବଦଳରେ ଫଲ୍ସ ଏଣ୍ଟ୍ରି କରି ଧାନ କିଣାଯାଇ ତାହା ସିଧାସଳଖ ରାଇସ୍‌ ମିଲ୍‌କୁ ଯାଉଥିବା ଭଳି ଅଭିଯୋଗ ହୋଇଆସୁଛି । ସେହିପରି କାଳବୈଶାଖୀ ପରେ ଏବେ ଜିଲାକୁ ମୌସୁମୀ ପ୍ରବେଶ ବେପାରୀଙ୍କୁ ବେଶ୍‌ ସୁହାଇଛି । ବର୍ଷା ଆଶଙ୍କା ଯେତେ ବଢ଼ି ଚାଲିଛି, ମିଲର୍ସ ଓ ବେପାରୀମାନେ ସେତେ ସକ୍ରିୟ ହୋଇ ଉଠୁଛନ୍ତି । ଜାଣିଶୁଣି ମଣ୍ଡିରୁ ଧିମା ଗତିରେ ଧାନ ଉଠାଣ ହେଉଥିବାବେଳେ ଅନେକ ମଣ୍ଡିକୁ ଦୀର୍ଘଦିନ ଧରି ମିଲର୍ସଙ୍କ ପାଦ ପଡୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏଥିପାଇଁ ଜିଲାର ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା, ଭେଡ଼େନ ବ୍ଲକ ଅନ୍ତର୍ଗତ ସାହ୍ଲେପାଲି ଭଳି ମଣ୍ଡିରେ ବହୁ ପରିମାଣରେ ଧାନ ବିକ୍ରି ହୋଇ ନ ପାରି ପଡ଼ି ରହିଛି । ଖୋଲା ଆକାଶ ତଳେ ରହିଥିବା ସେହି ଧାନକୁ ଚାଷୀମାନେ ତାରପୋଲିନ ଘୋଡ଼ାଇ ଦିନରାତି ଜଗି ରହୁଛନ୍ତି।
ଏଭଳି ପରିସ୍ଥିତିରେ ଅନେକ ଚାଷୀଙ୍କ ଟୋକନ ନମ୍ବର ଗାଏବ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ଜିଲାର ପ୍ରଧାନପାଲି ଗ୍ରାମରେ ପ୍ରାୟ ୪୦ଜଣ ଚାଷୀଙ୍କ ଟୋକନ ନମ୍ବର କମ୍ପ୍ୟୁଟରରୁ ଉଡ଼ିଯିବା ଭଳି ପରିସ୍ଥିତି ଉପୁଜିବାରୁ ସେମାନେ ଧାନବିକ୍ରିରୁ ବଞ୍ଚିତ ହୋଇଥିବା କହିଛନ୍ତି । କେବଳ ପ୍ରଧାନପାଲି ନୁହେଁ, ଜିଲାର ଅନ୍ୟ କେତେକ ଅଞ୍ଚଳର ଚାଷୀଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି । ଚାଷୀନେତା ରମେଶ ମହାପାତ୍ର କହିଛନ୍ତି, ସବୁ ସମୟରେ ପ୍ରଶାସନ, ଧାନକ୍ରୟ ସଂସ୍ଥା, ମିଲର୍ସ ମିଲିଭଗତରେ ଜାଣିଶୁଣି ଚାଷୀଙ୍କୁ ଏଭଳି ଅଭାବୀ ବିକ୍ରିର ସମ୍ମୁଖୀନ କରାଉଛନ୍ତି । ଏବେ ଟୋକନ ଗାଏବ ତାର ପ୍ରମାଣ । ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ଦୁର୍ଗା ଚରଣ ଭେସ୍ରାଙ୍କୁ ପଚାରିବାରୁ ଅଳ୍ପ କିଛି ଚାଷୀଙ୍କ କ୍ଷେତ୍ରରେ ସେଭଳି ସମସ୍ୟା ଉପୁଜିଛି । ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ସେଭଳି ହୋଇଥିବା ସେ କହିଛନ୍ତି । ମାତ୍ର ତାହା ଯଥାଶୀଘ୍ର ଠିକ୍‌ ହୋଇଯିବ ଏବଂ ଚାଷୀମାନେ ଧାନ ବିକ୍ରି କରିପାରିବେ ବୋଲି ସେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ସର୍କିଟ୍‌ ହାଉସ୍‌ରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସମୀକ୍ଷା : ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କଲେ ମନ୍ତ୍ରୀ

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୧୨ ଦିନ ବିତିଯାଇଛି। ହେଲେ ଧାନ ବିକ୍ରିବଟାରେ ଚାଷୀମାନେ ବିଭିନ୍ନ ସମସ୍ୟାର…

୭୦୧୫ ଚାଷୀଙ୍କ ଧାନବିକ୍ରି ଟୋକନ BLOCKED: ସମାଧାନ ନ ହେଲେ ବିଧାୟକ, ଏମ୍‌ପିଙ୍କ ଅଫିସ ଆଗରେ…

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୧୨ଦିନରେ ପହଞ୍ଚିଛି । ତେବେ ଧାନ ବିକ୍ରି ପାଇଁ ଆବେଦନ କରିଥିବା…

ତାତିଠୁ ବଳିଯାଇଛି ଜଳକଷ୍ଟ: ପାନୀୟଜଳ ଯୋଗାଣ ପ୍ରକଳ୍ପ ଅଚଳ

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ):ବର୍ତ୍ତମାନ ତାତିର ପ୍ରକୋପ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। କେବଳ ବାହାରେ ନୁହେଁ, ଘରେ ରହିଲେ ମଧ୍ୟ ଜୀବନ ଦହଗଞ୍ଜ ହୋଇ ପଡ଼ୁଛି। ଏଭଳି ସ୍ଥିତିରେ…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

ଧାରଣା ଉଠିଲା, ଉଠିନାହିଁ ଧାନ: ପୁଣି ହୋଇପାରେ…

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ):ଚଳିତ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୦ଦିନ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ବିଭାଗୀୟ ଅବହେଳା ଯୋଗୁ ଧାନବିକ୍ରି ପଞ୍ଜୀକରଣରୁ ବଞ୍ଚିତ ହୋଇ ଜିଲାର ଅନେକ ଚାଷୀ…

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

୧୦୬ ଜଣଙ୍କୁ ମିଳିଲା ହଜିଲା ଫୋନ୍‌, ଏସ୍‌ପି କହିଲେ- ଏହି ପୋର୍ଟାଲ ମାଧ୍ୟମରେ ପାଇହେବ ଚୋରି ହୋଇଥିବା ମୋବାଇଲ

ବରଗଡ଼,୨୧।୫( ପ୍ରେମାନନ୍ଦ ଖମାରୀ): କିଏ ମୋବାଇଲ ହଜାଇ ଦେଇଥିଲେ ତ ଆଉ କାହାର ମୋବାଇଲ ଲୁଟ କିମ୍ବା ଚୋରି ହୋଇଥିଲା । ଦିନେ କି ଦୁଇଦିନ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri