ଧଳା କେଶ ସମସ୍ୟାରୁ ମୁକ୍ତି ଦିଏ ଏହି ୪ ଖାଦ୍ୟ

ବୟସ ବଢ଼ିବା ସହିତ କେଶର ରଙ୍ଗ ପରିବର୍ତ୍ତନ ହୋଇ ଧଳା ହେବା ଏକ ସାଧାରଣ କଥା। ମାତ୍ର ବର୍ତ୍ତମାନ ସମୟରେ କେବଳ ବୟସ୍କ ଲୋକ ନୁହନ୍ତି ବରଂ ଯୁବପିଢ଼ିମାନଙ୍କଠାରେ ଏହି ସମସ୍ୟା ଦେଖାଯାଉଛି। ଏହାର ମୁଖ୍ୟ କାରଣ ପାଲଟିଛି ଆଧୁନିକ ଜୀବନଶୈଳୀ ସହ କେଶକୁ ସୁନ୍ଦର କରିବା ନିମନ୍ତେ ବିଭିନ୍ନ ରସାୟନିକ ସାମଗ୍ରୀର ବ୍ୟବହାର। ଏଥିସହ ଚିନ୍ତା, ବାୟୁ ପ୍ରଦୂଷଣ ଆଦି ଏହାର ଅନ୍ୟତମ କାରଣ ବୋଲି କୁହାଯାଏ। ଯଦି ଏହି ସମସ୍ୟାକୁ ନେଇ ଆପଣ ଚିନ୍ତାରେ ଅଛନ୍ତି, ତେବେ ଏହାକୁ ସହଜ ଉପାୟରେ ରୋକିପାରିବେ। କେଶ ପାଇଁ ଭିଟାମିନ୍‌ ନିତାନ୍ତ ଆବଶ୍ୟକ। ତେଣୁ ଆପଣଙ୍କ ଖାଦ୍ୟପେୟରେ ଏସବୁ ବ୍ୟବହାର କରି ଏଥିରୁ ମୁକ୍ତି ପାଇପାରିବେ।

ବାଦାମ
ବାଦାମରେ କପର ଓ ଭିଟାମିନ୍‌ ’ଇ’ ରହିଥାଏ । ଏହା କେଶ ପାଇଁ ଅଧିକ ଲାଭଦାୟକ ହୋଇଥାଏ।

ଚକୋଲେଟ ମସ୍‌ରୁମ
ଏଥିରେ ମଧ୍ୟ ଅଧିକ ମାତ୍ରାରେ କପର ଥାଏ, ଯାହା କେଶକୁ କଳା ଓ ଘଞ୍ଚ କରାଇଥାଏ।

ଶାଗ
ଶାଗ ଖାଇବା ଦ୍ୱାରା ଭିଟାମିନ୍‌ ବି ମିଳିଥାଏ, ଯାହା ଶରୀର ପାଇଁ ଜରୁରୀ । ଏହା କେଶକୁ କଳା କରାଇଥାଏ।

ଅଣ୍ଡା
ଅଣ୍ଡାରେ ଭିଟାମିନ ବି -୧୨ ଥାଏ,ଏହା କେଶ ପାଇଁ ଅଧିକ ଜରୁରୀ ହୋଇଥାଏ। ଯଦି ଆପଣଙ୍କର ଅଣ୍ଡା ଖାଇବାରେ କୌଣସି ସମସ୍ୟା ନ ଥାଏ ତେବେ ପ୍ରତିଦିନ ଏହାକୁ ଖାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri