ଧରିତ୍ରୀ ପ୍ରଭାବ:ଆର୍ମି ପରୀକ୍ଷାର୍ଥୀଙ୍କ ରହଣି ପାଇଁ ୭ ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ):ଦୁଇଦିନ ରାସ୍ତା କଡ଼ ଫୁଟ୍‌ପାଥ, ରେଳ ଷ୍ଟେଶନରେ ରାତି ବିତାଇବା ପରେ ଶେଷରେ ଆର୍ମି ରାଲି ପାଇଁ ଆସିଥିବା ହଜାର ହଜାର ପରୀକ୍ଷାର୍ଥୀଙ୍କ ମୁଣ୍ଡଗୁଞ୍ଜିବାକୁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା। ବିଏମ୍‌ସି ପକ୍ଷରୁ ସହରର ୭ଟି ସ୍ଥାନରେ ଅସ୍ଥାୟୀ ରହଣିସ୍ଥଳ ତିଆରି କରାଯାଇଛି। ସେଠାରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ପରୀକ୍ଷାର୍ଥୀମାନେ ରହିବା ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ, ବିହାର ଟେରିଟୋରିଆଲ ଆର୍ମିରେ ନିଯୁକ୍ତି ପାଇଁ ଭୁବନେଶ୍ୱରସ୍ଥିତ ୧୨୦ ବାଟାଲିୟନ ଇନଫାଣ୍ଟ୍ରି କ୍ୟାମ୍ପସରେ ପରୀକ୍ଷା ଚାଲିଛି। ୮ବର୍ଗରେ ମୋଟ ୮୨ ପଦବୀ ପାଇଁ ୧୪ ତାରିଖରୁ ଆରମ୍ଭ ହୋଇଥିବା ପରୀକ୍ଷା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ୬ ରାଜ୍ୟରୁ ହଜାର ହଜାର ଆଶାୟୀ ଆବେଦନକାରୀ ଯୁବକ ରାଜଧାନୀକୁ ଆସିଛନ୍ତି। ରହିବା, ଖାଇବା ଓ ବିଶ୍ରାମ ନେବାରେ ନାନା ହଟହଟା ହେଉଛନ୍ତି। ଦୁଇଦିନ ଅତି ଦୟନୀୟ ଭାବେ ଖୋଲା ଆକାଶ ତଳେ ପଡ଼ି ରହିବା ସହ ବର୍ଷା ଓ କାକରରେ ଭିଜିଥିଲେ। ଜ୍ୱର ଓ ଅସୁସ୍ଥତା ମଧ୍ୟରେ ପରୀକ୍ଷା ଦେଇଥିଲେ। ଏ ସଂକ୍ରାନ୍ତରେ ମଙ୍ଗଳବାର ଧରିତ୍ରୀର ପ୍ରଥମ ପୃଷ୍ଠାରେ ସଚିତ୍ର ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇବା ପରେ ତତ୍ପରତା ପ୍ରକାଶ ପାଇଛି। ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, ସହର ଭିତରେ ୭ ସ୍ଥାନରେ ପିଲାଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ପରୀକ୍ଷା ସରିବା ପର୍ଯ୍ୟନ୍ତ ପିଲାଙ୍କ ପାଇଁ ବାସସ୍ଥଳୀ ସହ ସେଠାରେ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଇଛି। ପିଇବା ପାଣି, ଗାଧୁଆ ଘର ଓ ଶୌଚାଳୟ ସହ ବିଶ୍ରାମ ଲାଗି ବ୍ୟବସ୍ଥା କରାଯାଇଛି। ୟୁନିଟ୍‌-୮, ଶାସ୍ତ୍ରୀନଗର କମ୍ୟୁନିଟି ସେଣ୍ଟର, ୟୁନିଟ-୬ କଲ୍ୟାଣ ମଣ୍ଡପ, ବଡ଼ଗଡ଼ କଲ୍ୟାଣ ମଣ୍ଡପ, ଭିଏସଏସ ନଗର କଲ୍ୟାଣ ମଣ୍ଡପ, ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପ, କଟକରୋଡ଼ ସ୍ଥିତ ଯାତ୍ରୀ ନିବାସଠାରେ ପିଲାମାନେ ରହିପାରିବେ। ଏହି ସେଣ୍ଟରଗୁଡିକ ଲାଗି ଜଣେ ଲେଖା ନୋଡାଲ ଅଫିସର ମଧ୍ୟ ନିଯୁକ୍ତ କରାଯାଇଛି। ଏହା ବ୍ୟତୀତ ବୁଧବାର ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିବାକୁ ଥିବା ପିଲାଙ୍କ ପାଇଁ ଦ ଓ୍ବାଲର୍‌ଡ ଶୋ’ରୁମ୍‌ ନିକଟରେ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହାସହ ଏଜି କଲୋନୀ ଭିତରେ ୫୦ରୁ ୬୦ ହଜାର ବର୍ଗଫୁଟ ପରିମିତ ସ୍ଥାନରେ ୪୦ ଅସ୍ଥାୟୀ ଶୌଚାଳୟ ସହ ପିଇବା ପାଣିର ବ୍ୟବସ୍ଥା କରାଯାଇଛି। କିନ୍ତୁ ଏଯାଏ ୧୨୦ ବାଟାଲିୟନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri