ଧରାହେଲେ ଆଉ ୨ ବ୍ରାଉନସୁଗାର ବେପାରୀ

ଭୁବନେଶ୍ୱର,୭।୨(ବ୍ୟୁରେ): ରାଜଧାନୀ ପାଲଟିଛି ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳ। ବିଗତ କିଛି ମାସ ହେବ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଓ କମିଶନରେଟ ପୋଲିସ ସ୍ପେଶାଲ ଡ୍ରାଇଭ୍‌ ଚଳାଇଛି। ଇତିମଧ୍ୟରେ ଚଢ଼ାଉ ଜାରି ରହିଥିବାବେଳେ ବହୁ ନିଶା ମାଫିଆ, ବେପାରୀ ଓ ଗ୍ରାହକ ଧରାପଡିଛନ୍ତି। ଭୁବନେଶ୍ୱରରେ ଏହାର ଚେର ଏପରି ମାଡ଼ିଯାଇଛି ଯେତେ ଖୋଳିଲେ ବି ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ବୁଧବାର ବରମୁଣ୍ଡା ଅଞ୍ଚଳରୁ ଦୁଇଜଣ ବେପାରୀଙ୍କୁ ଗିରଫ କରାଯିବା ସହ ୧୫୦ ଗ୍ରାମ ଓ ଏକ କାର୍‌ ଜବତ କରିଥିଲା ଖଣ୍ଡଗିରି ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌। ଗୁରୁବାର ଆଉ ଦୁଇଜଣ ଧରାପଡିଛନ୍ତି। ସେମାନେ ହେଲେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ କପିଳପ୍ରସାଦ ଉପରସାହିର ପ୍ରଦୀପ କୁମାର ସାହୁ (୩୮) ଓ ମଞ୍ଚେଶ୍ୱର ଥାନା ରୋକଟା ଅଞ୍ଚଳର ସଞ୍ଜୟ ବେଜ୍‌। ଉଭୟଙ୍କଠାରୁ ୩୩.୭ ଗ୍ରାମ ବ୍ରାଉନସୁଗାର ଓ ୧୫ହଜାର ଟଙ୍କା ଜବତ କରାଯାଇଛି।
ଓଡ଼ିଶାରେ ବ୍ରାଉନସୁଗାର କାରବାରରେ ଗ୍ୟାଙ୍ଗ୍‌ଷ୍ଟର୍‌ ଓ ବାଂଲାଦେଶ ଲିଙ୍କ୍‌ ପଦାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଏହା ଉପରେ ଫୋକସ୍‌ କରିଛି। ବର୍ଷକ ଭିତରେ ବହୁ ବଡ଼ ଓ ଛୋଟ ନିଶା ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇଥିବାବେଳେ ସେମାନଙ୍କୁ ପଚରାଉଚରାବେଳେ ଭୁବନେଶ୍ୱର ବ୍ରାଉନସୁଗାର କାରବାରର କେନ୍ଦ୍ରସ୍ଥଳ ପାଲଟିଥିବା ଜଣାପଡିଥିଲା। ଏହାପରେ କମିଶନରେଟ ପୋଲିସ ସହ ମିଶି ଏସ୍‌ଟିଏଫ୍‌ ରାଜଧାନୀରେ ଚଢ଼ାଉ ଜାରି ରଖିଛି। ଗିରଫ ହୋଇଥିବା ପ୍ରଦୀପଙ୍କ ସମ୍ପର୍କରେ ସୂଚନା ମିଳିବା ପରେ ତାଙ୍କ ଉପରେ ନଜର ରଖିଥିଲା ଏସ୍‌ଟିଏଫ୍‌। ଗୁରୁବାର ରାତିରେ ସେ ଏୟାରଫିଲ୍ଡ ଥାନା ଅଞ୍ଚଳର ଏକ ଅନ୍ଧାରୁଆ ସ୍ଥାନରେ ବ୍ରାଉନସୁଗାର ବେପାର କରୁଥିବାବେଳେ ଏସ୍‌ଟିଏଫ୍‌ ଏକ ଟିମ୍‌ ତାଙ୍କୁ ମାଡ଼ି ବସିଥିଲା। ଯାଞ୍ଚପରେ ତାଙ୍କଠାରୁ ୨୧.୭ ଗ୍ରାମର ବ୍ରାଉନସୁଗାର ମିଳିଥିଲା। ଏନ୍‌ଡିପିଏସ୍‌ କେସ୍‌ ନଂ.୧୨/୨୦ରେ ଅଭିଯୁକ୍ତ ପ୍ରଦୀପଙ୍କୁ କୋର୍ଟ ଚାଲାଣ କରିଥିଲା ପୋଲିସ। ତେବେ ପଚରାଉଚରାବେଳେ ତାଙ୍କଠାରୁ ବହୁ ତଥ୍ୟ ପାଇଛି ପୋଲିସ। ପ୍ରଦୀପ ବାଲେଶ୍ୱରର ଜଣେ ଏଜେଣ୍ଟଙ୍କଠାରୁ ବାଇକ୍‌ ଡିକିରେ ବ୍ରାଉନସୁଗାର ଆଣି ରାଜଧାନୀରେ ବେପାର କରନ୍ତି। ବିଶେଷକରି ସେ ଛୋଟ ବେପାରୀଙ୍କୁ ଯୋଗାଉଥିବାବେଳେ ଆଉ କେତେଜଣ ଯୁବକ ଓ କଲେଜ ଛାତ୍ର ତାଙ୍କର ନିୟମିତ ଗ୍ରାହକ ରହିଛନ୍ତି। ଏହି ବେଆଇନ କାରବାର ପାଇଁ ସ୍ଥାନୀୟ ଥାନାର ନିର୍ଦ୍ଦିଷ୍ଟ କେତେଜଣ ପୋଲିସ କର୍ମଚାରୀ ତାଙ୍କଠାରୁ ନିୟମିତ ପାଉଣା ନେଇ ସୁରକ୍ଷା ଓ ସୂଚନା ଯୋଗାଇଥାନ୍ତି ବୋଲି ଜଣାପଡିଛି।
ଅନ୍ୟପକ୍ଷରେ ଅନ୍ୟତମ ଅଭିଯୁକ୍ତ ସଞ୍ଜୟ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରୋକଟା ଅଞ୍ଚଳରେ ରୁହନ୍ତି। ସେ ନନ୍ଦନକାନନ ପଦାସାହିର ଜଣେ ବେପାରୀଙ୍କଠାରୁ ବ୍ରାଉନସୁଗାର ଆଣି କିଛିଦିନ ହେବ ବେପାର ଆରମ୍ଭ କରିଥିଲେ। ଗୁରୁବାର ସେ ରୋକଟାସ୍ଥିତ ପାଣିପମ୍ପ୍‌ କେନ୍ଦ୍ର ନିକଟରେ ଗ୍ରାହକଙ୍କୁ ଅପେକ୍ଷା କରିଥିବାବେଳେ ପୋଲିସ ତାଙ୍କୁ ଧରିଥିଲା। ତାଙ୍କଠାରୁ ୧୨ ଗ୍ରାମ ବ୍ରାଉନସୁଗାର ଓ ୧୭ହଜାର ଟଙ୍କା ଜବତ କରାଯାଇଛି। ମଞ୍ଚେଶ୍ୱର ଥାନାରେ କେସ୍‌ ନଂ.୫୬/୨୦, ୨୧(ବି) ଏନ୍‌ଡିପିଏସ୍‌ ଆକ୍ଟରେ ସଞ୍ଜୟଙ୍କୁ କୋର୍ଟଚାଲାଣ କରାଯାଇଛି। ତାଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri