ଦ୍ୱିଗୁଣିତ କଲେ ସୁରଟ ଫେରନ୍ତା

ଭୁବନେଶ୍ୱର, ୮।୫(ବ୍ୟୁରୋ): ପଶ୍ଚିମବଙ୍ଗ ପରେ ଏବେ ସୁରଟ ଫେରନ୍ତା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି। ଏମାନଙ୍କ ପାଇଁ ୧୩ ଦିନ ଭିତରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି। ଏପ୍ରିଲ୍‌ ୨୫ରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଛୁଇଁଥିବାବେଳେ ମେ ୭ ଅର୍ଥାତ୍‌ ଗୁରୁବାର ଏହା ୨୧୯ରେ ପହଞ୍ଚତ୍ଛି।
ହସ୍ତଗତ ସୂଚନାନୁସାରେ, ମାର୍ଚ୍ଚ ଶେଷ ଆଡକୁ ପଶ୍ଚିମବଙ୍ଗରୁ ପ୍ରବାସୀମାନେ ଲୁଚିଛପି ଓଡ଼ିଶା ଫେରିବା ଆରମ୍ଭ କରିଥିଲେ। ସେମାନେ ନିୟମ ନ ମାନି ମନଇଚ୍ଛା ବୁଲିବା ଓ ମିଳାମିଶା କରିଥିଲେ। ସେମାନଙ୍କୁ ଚିହ୍ନଟ କରିବା ପୂର୍ବରୁ ସଂକ୍ରମଣ ଢ଼େର୍‌ ବଢ଼ି ସାରିଥିଲା। ଫଳରେ ରାଜ୍ୟରେ ଏକପ୍ରକାର ନିୟନ୍ତ୍ରଣରେ ଥିବା କରୋନା ହଠାତ୍‌ ୧୦୦ ଡେଇଁଥିଲା। ତା’ପରଠାରୁ ଲଗାତର ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅଧିକ ପଶ୍ଚିମବଙ୍ଗ ଫେରନ୍ତା ଚିହ୍ନଟ ହୋଇ ଆସୁଥିବାବେଳେ ଏବେ ସୁରଟ ଫେରନ୍ତା ସ୍ଥିତିକୁ ଜଟିଳ କରିବାରେ ଲାଗିଛି। ମାତ୍ର କେଇଟା ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ଡେଇଁଛି। ଗତ ୩ ଦିନରେ ୩୯ଜଣ ସୁରଟ ଫେରନ୍ତା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ୨୮ଜଣ କେବଳ ଗଞ୍ଜାମ ଜିଲାର ରହିଛନ୍ତି। ସେହିପରି ଜଗତ୍‌ସିଂହପୁରରୁ ଚିହ୍ନଟ ୪, କଟକରୁ ଜଣେ, ମୟୂରଭଞ୍ଜର ୪ ଓ ବାଲେଶ୍ୱର ଜିଲାର ୨ଜଣ ଆକ୍ରାନ୍ତ ସୁରଟ ଫେରନ୍ତା ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ପ୍ରଥମେ ବିଦେଶ ଫେରନ୍ତା, ପରେ ନିଜାମୁଦ୍ଦିନ ଓ ତା’ପରେ ପଶ୍ଚିମବଙ୍ଗ (କୋଲକାତା) ଫେରନ୍ତା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଥିବାବେଳେ ଏବେ ସୁରଟ ଫେରନ୍ତା ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି। କୋଲକାତା ଫେରନ୍ତା ଓ ସେମାନଙ୍କ ସଂସ୍ପର୍ଶରେ ଆସି ଯାଜପୁରରେ ୫୫ଜଣ ଆକ୍ରାନ୍ତ ହୋଇଥିବାବେଳେ ବାଲେଶ୍ୱର ଓ ଭଦ୍ରକରେ ମଧ୍ୟ ସଂଖ୍ୟା ବଢ଼ି ଚାଲିଛି। ଗଞ୍ଜାମକୁ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ସୁରଟରୁ ଫେରୁଥିବାବେଳେ ଆଗକୁ ଏହି ସଂଖ୍ୟା ବଢ଼ିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଏବେ ସାଧାରଣରେ ଆଲୋଚନା ହେଉଛି। ବାହାର ରାଜ୍ୟ ଫେରନ୍ତାଙ୍କୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୁରତ ଫେରନ୍ତା ବିଭିନ୍ନ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଘଟଣା ମଧ୍ୟ ସାମ୍ନାକୁ ଆସୁଛି। ଆହୁରି ଲକ୍ଷଲକ୍ଷ ପ୍ରବାସୀ ଓଡ଼ିଶା ଫେରିବାକୁ ଥିବାବେଳେ ସେମାନେ କିପରି ସଙ୍ଗରୋଧରେ ଠିକ୍‌ ନିୟମ ଓ କଟକଣା ମାନି ରହିବେ ତାହା ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ରାଜ୍ୟସ୍ତରୀୟ ଓପନ୍ ଟ୍ରାପ୍ ସୁଟିଂ ଚାମ୍ପିୟନସିପ୍-୨୦୨୬: ସ୍ୱର୍ଣ୍ଣ ପଦକ ଜିତିଲେ ଥୁଆମୂଳ ରାମପୁରର ଶୁଭମ

ଥୁଆମୂଳ ରାମପୁର,୨୨ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ୍ ପାଇଁ ଗୌରବ । ଅନୁଗୁଳ ଜିଲା ତାଳଚେରସ୍ଥିତ ‘ରାଜା ହୃଦୟ ଚନ୍ଦ୍ର ଦେବ ସୁଟିଂ କମ୍ପ୍ଲେକ୍ସ’ଠାରେ…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

ଦିଲ୍ଲୀ ପୋଲିସ ନାଁରେ ଗୁରୁତର ଅଭିଯୋଗ, ଝିଅମାନଙ୍କୁ ପ୍ରବଳ ମାଡ଼….

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀ ପୋଲିସ ନାଁରେ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ଦାଖଲ ହୋଇଛି । ୨୦ ଜୁଲାଇରେ ଜନ୍ତର ମନ୍ତରରେ ବିକ୍ଷୋଭ କରୁଥିବା ଛାତ୍ରମାନଙ୍କ ବିରୁଦ୍ଧରେ ଦିଲ୍ଲୀ…

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଲେ ସୋନମ ୱାଙ୍ଗଚୁକ୍, ଅନଶନ ସମାପ୍ତ କରିବାକୁ ରଖିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଛନ୍ତି ସୋନମ ୱାଙ୍ଗଚୁକ୍ । ଅନଶନ ସମାପ୍ତ କରିବା ପାଇଁ କେତେକ ଦାବି ଉପସ୍ଥାପନ କରିଛନ୍ତି । ଆତ୍ମହତ୍ୟା ଦ୍ୱାରା ମୃତ୍ୟୁବରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri