ଦେବୀ ନଦୀରୁ ବେଆଇନ ବାଲି ଉଠାଣ

ନାଉଗାଁ,୯ା୭(ସ୍ବ.ପ୍ର.): ନାଉଗାଁ ବ୍ଲକରେ ସରକାରଙ୍କ ପକ୍ଷରୁ ୨ଟି ବାଲି ସୈରାତ ନିଲାମ ଦିଆଯାଇଛି। ତେବେ ଏହି ଦୁଇ ସୈରାତ ବ୍ୟତୀତ ଦେବୀ ନଦୀର ବିଭିନ୍ନ ସ୍ଥାନରୁ ବେଆଇନ୍‌ ଭାବେ ବାଲି ଉତ୍ତୋଳନ କରାଯାଉଛି। ପ୍ରତ୍ୟହ ଶହ ଶହ ଟ୍ରାକ୍ଟର ଯୋଗେ ଏସବୁ ବାଲି ଚାଲାଣ କରାଯାଉଥିବା ଦେଖିବାକୁ ମିଳୁଛି। ବାରମ୍ବାର ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। କେବଳ ଲୋକ ଦେଖାଣିଆ ଭାବେ କେତେବେଳେ କେମିତି ଚଢ଼ାଉ କରାଯାଉଛି। ଫଳରେ ସରକାରଙ୍କ ବିପୁଳ ରାଜସ୍ବ ହାନୀ ହେଉଥିବାବେଳେ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହେଉଛି। ଏହି ବ୍ଲକର ବଛାଳୋ, ରୋହିଆ, ଓଷକଣା ପଞ୍ଚାୟତର ଭଟଣା ଗ୍ରାମ ନିକଟସ୍ଥ ନଦୀ ପଠାରୁ ପ୍ରତ୍ୟେହ ଶହ ଶହ ଟ୍ରାକ୍ଟର ବାଲି ବେଆଇନ୍‌ ଭାବେ ଚାଲାଣ ହେଉଛି। ମାଫିଆମାନେ ଦିନରାତି ଏଠାରୁ ବାଲି ଉତ୍ତୋଳନ କରୁଛନ୍ତି। ବିଭିନ୍ନ ସ୍ଥାନରେ ଠିକାଦାର କରୁଥିବା ରାସ୍ତା ଓ ଘର କାମରେ ଏସବୁ ବାଲି ବ୍ୟବହାର କରାଯାଉଛି। ସାମବାର ସନ୍ଧ୍ୟାରେ ଭଟଣା ଗ୍ରାମ ନିକଟରେ ବାଲି ଚାଲାଣ ସମୟରେ ରାଜସ୍ବ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତେବେ ମାତ୍ର ଗୋଟିଏ ଟ୍ରାକ୍ଟର ଜବତ କରାଯାଇଥିବା ବେଳେ ଅନ୍ୟ ସବୁ ଟ୍ରାକ୍ଟର ଖସି ପଳାଇଥିଲେ। ବେଆଇନ ଭାବେ ବାଲି ଚାଲାଣ ଯୋଗୁ ନଦୀପଠାଖୋଳି ହୋଇ ବନ୍ଧ ପ୍ରତି ବିପଦ ସୃଷ୍ଟି କରୁଛି। ଏଥିସହ ନଦୀ ପଠାରେ ସୃଷ୍ଟି ହୋଇଥିବା ଗ୍ରାମ୍ୟ ଜଙ୍ଗଲ ନଷ୍ଟ ହେଉଛି। ଏଭଳି ବାଲି ଉତ୍ତୋଳନ ଯୋଗୁ ଆଗକୁ ବନ୍ୟା ପାଣି ଆସିଲେ ତାହା ସିଧାସଳଖ ନଦୀବନ୍ଧରେ ପିଟି ହେବାର ଆଶଙ୍କା ରହିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସେହିପରି ବର୍ଷାଦିନ ଯୋଗୁ ବାଲି ମାଫିଆମାନେ ଗଁା ଖେଳ ପଡ଼ିଆଠାରୁ ଆରମ୍ଭ କରି ମନ୍ଦିର ପ୍ରାଙ୍ଗଣରେ ଆଗୁଆ ବାଲି ଗଦା କରି ଗଚ୍ଛିତ ରଖୁଛନ୍ତି। ଏହି ବାଲି ବିନା ଟ୍ରାଞ୍ଜିଟ୍‌ ପରିମିଟ୍‌ରେ ନିକଟସ୍ଥ ପୁରୀ ଜିଲାକୁ ଚାଲାଣ ହେଉଛି। ଏହା ଉପରେ ରାଜସ୍ବ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କର ନ ଥିବା ଅଭିଯୋଗ ହେଉଛି। ତେଣୁ ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ନାଉଗଁା ତହସିଲଦାର ଜେ. କଳ୍ପନା କହିଛନ୍ତି ଯେ, ଜବତ ହୋଇଥିବା ଟ୍ରାକ୍ଟରଠାରୁ ସର୍ବନିମ୍ନ ୧୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ କରାଯିବ। ଏଥିସହ ବେଆଇନ୍‌ ବାଲି ଚାଲାଣ ରୋକିବାକୁ ଆଗାମୀ ଦିନରେ ଚଢ଼ାଉ ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମାଡ଼ିଆସୁଛି ବଡ଼ ବର୍ଷା: ୯ରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର, ୭ା୯: ରାଜ୍ୟକୁ ପୁଣି ମାଡ଼ିଆସୁଛି ବଡ଼ ବର୍ଷା। ଆଜି ଓ ଆସନ୍ତାକାଲି ବିଭିନ୍ନ ଜିଲାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବ। ଏହାପରେ ୯ ତାରିଖରୁ…

ଖଣି ନିଲାମକୁ ନେଇ ତେଜୁଛି ବିରୋଧ, ଆନ୍ଦୋଳନ ଚେତାବନୀ ଦେଇ ଅଞ୍ଚଳବାସୀ କହିଲେ…

ଥୁଆମୂଳ ରାମପୁର,୭।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ ଖଣ୍ଡୁଆଳମାଳି ପାହାଡ଼ କର୍ଲାପାଟ ବକ୍ସାଇଟ ବ୍ଲକକୁ ନେଇ ବିରୋଧ ତେଜୁଛି। ଆନୁମାନିକ ୨୪.୮…

PCB ଛାଡିବା ପରେ ପାକିସ୍ତାନ କ୍ରିକେଟର ଚିଠା ଖୋଲିଲେ ମିସବା, ହେଲାଣି ଚର୍ଚ୍ଚା

ଇସଲାମାବାଦ,୭।୯: ପାକିସ୍ତାନ କ୍ରିକେଟରେ କ’ଣ ଘଟୁଛି? ଦଳ ଏବଂ ଚୟନ କମିଟି ପରିବର୍ତ୍ତନ କରିବା ଦ୍ୱାରା ପାକିସ୍ତାନ କ୍ରିକେଟ ଦଳର ବର୍ତ୍ତମାନ ଏବଂ ଭବିଷ୍ୟତ ପରିବର୍ତ୍ତନ ହେବ…

ଓଜନ କମାଇବାର ସହଜ ଉପାୟ

ଆମ ଶରୀରର ଓଜନ ସନ୍ତୁଳିତ ରହିବା ନିହାତି ଦରକାର। ହେଲେ ଏହାର ଏକ ସରଳ ଉପାୟ ରହିଛି। ଏହାକୁ ଜଣେ ଅତି ସହଜରେ ଆପଣେଇ ପାରିବ। ତାହା…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri