ଦେବଗଡ଼ ଜିଲାସ୍ତରୀୟ ଶିଶୁ ଉତ୍ସବ ମହକ : ଶିଶୁଙ୍କ ସହ ନାଚିଲେ ଶିଶୁ ସୁରକ୍ଷା ଅଧିକାରୀ

ଦେବଗଡ଼, ୭ା୧୧(ଡ଼ି.ଏନ.ଏ.)-ଦେବଗଡ଼ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ପକ୍ଷରୁ ଶିଶୁ ଆଶ୍ରୟ ଗୃହର ଶିଶୁମାନଙ୍କ ପାଇଁ ‘ଶିଶୁ ଉତ୍ସବ ମହକ-୨୦୧୯ ଶିଶୁ ଆଶ୍ରୟ ଗୃହ ସପୋର୍ଟରେ ଆୟୋଜିତ ହୋଇଯାଇଛି ା ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଡ଼େପୁଟି କଲେକ୍ଟର ସିପ୍ରା ସେଠୀ ଯୋଗ ଦେଇ ଅନ୍ତେବାସୀମାନଙ୍କ ଉନ୍ନତି କାମନା କରିଥିଲେ ା ସେହିପରି ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଅତୁଲ୍ୟ ପୂଜରୀ, ଡ଼େପୁଟି କଲେକ୍ଟର ବିକ୍ରାଣୀ କିସ୍‌ପଟ୍ଟା,ଜିଲା ଶ୍ରମ ଅଧିକାରୀ ପ୍ରସନ୍ନ ସିଂ,ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧିର ନାଇ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଜୟ କୁମାର ମିଶ୍ର, ଜିଲା ସଂସ୍କୃତି ପରିଷଦର ସଂଯୋଜକ ଦିଲୀପ କୁମାର ଗୁରୁ ଓ ପ୍ରସାର ଭାରତୀ ତଥା ଦୂରଦର୍ଶନର ଜିଲା ପ୍ରତିନିଧି ସୁଜାତା ସାହୁ ଅନ୍ୟତମ ଅତିଥିଭାବେ ଯୋଗଦେଇ ଶିଶୁମାନଙ୍କୁ ଉସତ୍ାହିତ କରି ମିଷ୍ଠାନ୍ନ ବଣ୍ଟନ କରିଥିଲେ ା ଶିଶୁ ଗୃହର ଶିଶୁ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ କଳାପ୍ରତିଭାକୁ ପ୍ରଦର୍ଶନ କରିଥିଲେ ା ଦୁଇଗୋଟି ଦଳଗତ ନୃତ୍ୟକୁ ଆସନ୍ତା ନଭେମ୍ବର ଆଠ ତାରିଖରେ ସମ୍ବଲପୁରଠାରେ ଆୟୋଜିତ ହେବାକୁ ଥିବା ଆର୍‌.ଡ଼ି.ସି. ସ୍ତରୀୟ ଉସତ୍ବରେ ପ୍ରଦର୍ଶନ କରିବା ପାଇଁ ବିବେଚିତ ହୋଇଛନ୍ତି। କାର୍ଯ୍ୟକ୍ରମକୁ ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ବାଇଁ,ସୁଭଦ୍ର ସାହୁ,ଲିପନ ପ୍ରଧାନ,ମୀନକେତନ ବେହେରା,ଚନ୍ଦନ ସାହୁ, ସୁପ୍ରିୟା ମହାପାତ୍ର ଓ ସପୋର୍ଟ ଶିଶୁ ଗୃହର ନିର୍ଦ୍ଦେଶକ ଚନ୍ଦ୍ର ଶେଖର ସାହୁ ପ୍ରମୁଖ ସହଯୋଗ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri