ଦେଢ ମାସରେ ବଦଳିଗଲା ନିୟମ : ବିଦ୍ୟାଳୟ ମିଶ୍ରଣକୁ ନେଇ ତେଜୁଛି ଅସନ୍ତୋଷ

ବାଲିକୁଦା,୩ା୮(ସ୍ବ.ପ୍ର.): ଚାପରେ ଶିକ୍ଷା ବିଭାଗ। ମାତ୍ର ଦେଢ ମାସରେ ବଦଳିଗଲା ବିଦ୍ୟାଳୟ ମିଶ୍ରଣ ନିୟମ। ତାହା ପୁଣି ନିର୍ଦ୍ଦିଷ୍ଟ ଏକ ବିଦ୍ୟାଳୟ ପାଇଁ। ସୂଚନା ଅନୁଯାୟୀ, ବାଲିକୁଦା ବ୍ଲକ ବଘେଇପୁର ପ୍ରାଥମିକ ବିଦ୍ୟାଳୟକୁ ପ୍ରଥମେ ଗତ ଜୁନ ୧୩ରେ କପୁରାବେଲାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରିବାକୁ ଚିଠି ହୋଇଥିଲା। ଏପରିକି ସେଠାରେ କାର୍ଯ୍ୟରତ ୨ ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ମଧ୍ୟ ବଘେଇପୁର ପ୍ରାଥମିକ ବିଦ୍ୟାଳୟରୁ ଅଣାଯାଇ କପୁରାବେଲାରୀ ପ୍ରକଳ୍ପ ବିଦ୍ୟାଳୟରେ ଅବସ୍ଥାପିତ କରାଯାଇଛି। ମାତ୍ର ପୁଣି ଏଥିରେ ପରିବର୍ତ୍ତନ କରାଯାଇ ଭିତ୍ତିଭୂମି ଆଳ ଦେଖାଇ କପୁରାବେଲାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ ବଘେଇପୁର ପ୍ରାଥମିକ ବିଦ୍ୟାଲୟରେ ମିଶାଇବାକୁ ଚିଠି କରାଯାଇଛି। ଏହାକୁ ନେଇ ଏବେ ଉଭୟ ଗଁ।ର ଲୋକେ ନିଜ ବିଦ୍ୟାଳୟ ବଞ୍ଚାଇ ରଖିବାକୁ ଉଦ୍ୟମ ଚଳାଇଛନ୍ତି। ଏପରିକି ଆନ୍ଦୋଳନ ସୃଷ୍ଟି ହୋଇଛି। ବଘେଇପୁର ସ୍କୁଲ ଅନ୍ୟତ୍ର ମିଶ୍ରଣ ହେବା ପରେ ଉକ୍ତ ଗଁ।ର ଅଭିଭାବକମାନେ ବିରୋଧ କରିଛନ୍ତି। ସେମାନେ ପିଲାଙ୍କୁ ଅନ୍ୟତ୍ର ନ ପଠାଇ ପୂର୍ବରୁ ସେହି ସ୍କୁଲ ଚାଲିଥିବା ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀରେ ବସାଇ ଗଁ।ର ଜଣେ ଯୁବତୀଙ୍କୁ ଶିକ୍ଷାଦାନରେ ନିୟୋଜିତ କରିଛନ୍ତି। ଶୁକ୍ରବାର ମଧ୍ୟ ସେଠାରେ ୧୧ ଜଣ ଛାତ୍ରୀଛାତ୍ର ବସି ପଢୁଥିବା ଦେଖିବାକୁ ମିଳିଛି। ଯେଉଁ ସ୍କୁଲରେ ୨୫ରୁ କମ୍‌ ଛାତ୍ରୀଛାତ୍ର ଥିବେ ସେହି ସ୍କୁଲକୁ ଅନ୍ୟ ସ୍କୁଲ ସହିତ ମିଶାଇବା ଓ ୧୦ରୁ କମ୍‌ ପିଲା ଥିବା ସ୍କୁଲ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସରକାର ନିୟମ କରିଛନ୍ତି। ସେହି ନିୟମ ଅନୁଯାୟୀ ୧୪ ଛାତ୍ରୀଛାତ୍ର ଥିବା ବଘେଇପୁର ପ୍ରାଥମିକ ବିଦ୍ୟାଳୟକୁ ୨୯ ଛାତ୍ରୀଛାତ୍ର ଥିବା କପୁରାବେଲାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରିବା କଥା। ସେଥିପାଇଁ ଜୁନ ୧୩ ତାରିଖରେ ବିଭାଗ ପକ୍ଷରୁ ଚିଠି ଆସିଥିଲା। ମାତ୍ର ଏବେ ନିୟମ ଓଲଟି ଯାଇଛି। ବଘେଇପୁର ପ୍ରାଥମିକ ବିଦ୍ୟାଳୟ ଯେଉଁଠି ଚାଲିଛି ତାହା ଏକ ବାତ୍ୟା ଆଶ୍ରୟସ୍ଥଳୀ, ଯାହାକି ମହାବାତ୍ୟା ପରେ କାସା କମ୍ପାନୀ ନିର୍ମାଣ କରିଥିଲା। ସେହି ଘର ଛାତ ଉପରେ ଗଛ ଉଠି ଏହା ବିପଦ ସଙ୍କୁଳ ଅବସ୍ଥାରେ ରହିଛି। କାନ୍ଥ ଓ ଛାତରୁ ପ୍ଲାଷ୍ଟର ଖସିଲାଣି । ଅନ୍ୟପକ୍ଷରେ କପୁରାବେଲାରୀ ଗଁ।ରେ ଅଙ୍ଗନଓ୍ବାଡି କେନ୍ଦ୍ରଟିଏ ମଧ୍ୟ ନାହିଁ। ଏହି ଗଁାରେ ୯୫ ଭାଗଲୋକ ଅନୁସୂଚୀତ ଜାତି ବର୍ଗର। ଅଭିଭାବକମାନେ ମୂଲ ଲାଗିବାକୁ ବାହାରକୁ ଯାଇଉଥିବାବେଳେ ପିଲାଙ୍କୁ ଗଁ। ସ୍କୁଲରେ ପଢାଉଛନ୍ତି। ଗଁାରୁ ସ୍କୁଲ ବନ୍ଦ ହୋଇ ଅନ୍ୟତ୍ର ସ୍ଥାନାନ୍ତର ହେଲେ ପିଲାମାନେ ହଇରାଣ ହେବେ। ତେଣୁ କୌଣସି ପରିସ୍ଥିତିରେ ଗଁ।ରୁ ସ୍କୁଲ ବନ୍ଦ କରାଇଦେବେ ନାହିଁ ବୋଲି ଦାବି କରି ଶୁକ୍ରବାର ଅଭିଭାବକମାନେ ସ୍କୁଲ ପରିସରରେ ବସି ରହିଥିଲେ। କାହା ଚାପରେ ଏଭଳି ନିୟମ ବଦଳାଯାଇଛି ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ଏ ସମ୍ପର୍କରେ ବାଲିକୁଦା ବ୍ଲକ ଶିକ୍ଷା ଅଧିକାରୀ ସଚ୍ଚିନ୍ଦ୍ର କୁମାର ମହାନ୍ତି କହିଛନ୍ତି ଯେ, ବଘେଇପୁରର ଲୋକମାନେ ଏ ବାବଦରେ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଦାବି ଜଣାଇଥିଲେ। ସେଠାରୁ ଡିଇଓଙ୍କ ନିକଟକୁ ଚିଠି ଆସିଥିଲା। ସେ ତଦନ୍ତ କରି ଭିତ୍ତିଭୂମି ଥିବାରୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri