ଦୃଷ୍ଟି ଆଢୁଆଳରେ ‘ହାଲୁଆ ଜଳ ପ୍ରପାତ’

ରାୟଗଡ଼ା ଅଫିସ , ୧୨ା୧୨-ରାୟଗଡ଼ା ଜିଲାରେ ଅନେକ ପର୍ଯ୍ୟଟନସ୍ଥଳୀ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ସେଥିମଧ୍ୟରୁ ଅନେକ ଲୋକଲୋଚନକୁ ଆସିପାରୁନାହିଁ। ପର୍ଯ୍ୟଟନସ୍ଥଳୀର ଉନ୍ନତି ନେଇ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି। ହେଲେ ସେଥିରେ କିଛି ସୁଧାର ଆସୁନାହିଁ। ରାୟଗଡ଼ା ବ୍ଲକ ବୈରାଗୀହାଲୁଆ ପଞ୍ଚାୟତରେ ଥିବା ହାଲୁଆ ଜଳ ପ୍ରପାତ ଏମିତି ଏକ ପର୍ଯ୍ୟଟନସ୍ଥଳୀ, ଯାହା ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଛି।
ରାୟଗଡ଼ାଠାରୁ ୨୦ କିଲୋମିଟର ଦୂର ବୈରାଗୀହାଲୁଆ ବ୍ରିଜ ପରେ ରହିଛି ଏହି ଜଳ ପ୍ରପାତ। ଆଗକୁ ନୂଆବର୍ଷ ଥିବାରୁ ବର୍ତ୍ତମାନ ଏହି ଜଳପ୍ରପାତରେ ଦିନକୁ ଦିନ ଲୋକଙ୍କ ଭିଡ଼ ଜମୁଛି। ଏହି ଜଳ ପ୍ରପାତ ଅତି ମନୋରମ ହୋଇଥିବାରୁ ସହର ଏବଂ ସହର ବାହାରୁ ଅନେକ ଲୋକ ଏଠାକୁ ବଣ ଭୋଜି କରିବାକୁ ଆସିଥାନ୍ତି। ପ୍ରକୃତିର ଏହି ସୁନ୍ଦର ପାହାଡ଼ ଏବଂ ପଥର ଦେଇ ଆସୁଥିବା ଝରଣା ପାଣିକୁ ଉପଭୋଗ କରିବାକୁ ପ୍ରତିଦିନ ୨୦୦ ରୁ ଅଧିକ ଲୋକ ଆନ୍ଧ୍ରପ୍ରଦେଶ , ରାୟଗଡ଼ା , ଜେକେପୁର , ଥେରୁବାଲି ଆଦି ବିଭିନ୍ନ ଜାଗାରୁ ଆସିଥାନ୍ତି। ବିଶେଷକରି ବୁଧବାର ଏବଂ ରବିବାର ଏଠାରେ ଲୋକଙ୍କ ବେଶି ଭିଡ଼ ଜମିଥାଏ। ହେଲେ ଏଠାରେ ପର୍ଯ୍ୟଟକଙ୍କ ପାଇଁ କୌଣସି ଆନୁଷଙ୍ଗିକ ବ୍ୟବସ୍ଥା ନାହିଁ। ପିକ୍‌ନିକ୍‌ କରିବାକୁ ଏଠାକୁ ଆସୁଥିବା ଲୋକେ ବସିବା ଓ ରୋଷେଇ କରିବା ଲାଗି ବହୁ ଅସୁବିଧା ଭୋଗିଥାନ୍ତି। ଯେଉଁ ଜାଗା ରହିଛି ସେଥିରେ ବଡ଼ ବଡ଼ ପଥର ରହିଛି। ଏଠାରେ ଲୋକଙ୍କ ଲାଗି ସୁବିଧା କରାଗଲେ ଏହି ପର୍ଯ୍ୟଟନସ୍ଥଳୀର ବିକାଶ ହୋଇପାରିବ। ଆହୁରି ଅଧିକ ଲୋକଙ୍କ ଭିଡ଼ ଜମିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଏଠାକୁ ଭୋଜି କରିବାକୁ ଆସିଥିବା ରାୟଗଡ଼ା ବ୍ୟାଙ୍କ କଲୋନୀର କେ. ସୁରେଶ କୁହନ୍ତି, ଆଗକୁ ନୂଆବର୍ଷ ଆସୁଛି। ତେଣୁ ଆମ ପରିବାରର ସମସ୍ତ ସଦସ୍ୟ ଏଠାକୁ ପିକ୍‌ନିକ୍‌ କରିବାକୁ ଆସିଛୁ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ହୋଇଥିବାରୁ ଏହି ସ୍ଥାନ ବହୁତ ଭଲ ଲାଗେ। ଏହି ସ୍ଥାନର ବିକାଶ କରାଯିବା ଦରକାର। ପାହାଡ଼ରୁ ଝରୁଥିବା ଝରଣା ପାଣି ନିକଟକୁ ଯିବା ଲାଗି ଲୋକଙ୍କୁ ବାରଣ କରାଯିବା ଦରକାର। କାରଣ ଗତବର୍ଷ ଜଣେ ପିଲା ଏହି ଝରଣା ପାଖକୁ ଯାଇ ତଳକୁ ଖସି ପଡ଼ିଥିଲେ। ଏହାର ସୁରକ୍ଷା ନେଇ ଜିଲା ପ୍ରଶାସନ ଦୃଷ୍ଟି ଦେବା ଦରକାର ବୋଲି ସେ କହିଛନ୍ତି। ସେହିପରି ରାୟଗଡ଼ା ଅଶୋକ ନଗରର ରୀତାଳୀ ମିଶ୍ର କହିଛନ୍ତି ,ଏହି ପର୍ଯ୍ୟଟନସ୍ଥଳୀ ବେଶ୍‌ ଆକର୍ଷଣୀୟ। ବହୁ ଲୋକ ଏଠାକୁ ପିକ୍‌ନିକ୍‌ କରିବାକୁ ଆସିଥାନ୍ତି। ତେଣୁ ଏହି ପର୍ଯ୍ୟଟନସ୍ଥଳୀର ବିକାଶ କରାଯାଉ ବୋଲି ସେ କହିଛନ୍ତି। ଏନେଇ ଭାରପ୍ରାପ୍ତ ଜିଲା ପର୍ଯ୍ୟଟନ ଅଧିକାରୀ ସୁରେନ୍ଦ୍ର ଲିମାଙ୍କୁ ପଚାରିବାରୁ, ଏହି ପର୍ଯ୍ୟଟନସ୍ଥଳୀ ଲୋକଲୋଚନକୁ ଆସିନାହିଁ। ଯଦି ଉକ୍ତ ସ୍ଥାନକୁ ଅଧିକ ଲୋକ ଯାଉଛନ୍ତି, ଏହାର ସର୍ଭେ କରାଯାଇ ପର୍ଯ୍ୟଟନ ସ୍ଥଳୀ ଅନୁମୋଦନ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri