ଦୃଷ୍ଟି ଆଢୁଆଳରେ ବନଦୁର୍ଗା ମନ୍ଦିର

ଛେଣ୍ଡିପଦା,୨୩ା୬(ଡି.ଏନ.ଏ.) – ଅନୁଗୋଳ ଜିଲାର କେତେକ ଜଣାଶୁଣା ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଥିଲେ ହେଁ ଆଉ କେତେକ ପ୍ରସିଦ୍ଧ ସ୍ଥାନ ରହିଯାଇଛି ସରକାରଙ୍କ ଦୃଷ୍ଟି ଆଢୁଆଳରେ। ସେଥିମଧ୍ୟରେ ରହିଛି ଛେଣ୍ଡିପଦା ବ୍ଲକ ଜରପଡା ଥାନା ଦୁର୍ଗାପୁର ଗ୍ରାମ ମଠମୁଣ୍ଡିଆ ପାହାଡ ଉପରେ ଥିବା ମା ବନଦୁର୍ଗାଙ୍କ ପୀଠ। ଜଙ୍ଗଲ ପାହାଡ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ମନ୍ଦିରରେ ବର୍ଷ ତମାମ ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିଲେ ହେଁ ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରାଯାଉ ନ ଥିବାରୁ ଅସନ୍ତୋଷ ଉପୁଜୁଛି।
ମଠମୁଣ୍ଡିଆ ପାହାଡ ଉପରେ ରହିଛି ମା’ ଅପରାଜିତା ବନଦୁର୍ଗା ମନ୍ଦିର। ଜଙ୍ଗଲ ପାହାଡ ଘେରା ସୌନ୍ଦର୍ଯ୍ୟ ଏବଂ ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଏହି ଦେବୀ ପୀଠରେ ବର୍ଷର ସବୁ ସମୟରେ ଯାତ୍ରୀ ତଥା ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଏହି ପାହାଡ ପାଦଦେଶରେ ରହିଛି ଜମେଇଝରଣ ଜଳସେଚନ ପ୍ରକଳ୍ପ। ପିକନିକ ଋତୁ ତଥା ନୂଆବର୍ଷ ପାଳନ କରିବା ପାଇଁ ଏହି ପୀଠ ଚଳଚଞ୍ଚଳ ହୋଇଥାଏ। ଏହା ସତ୍ତ୍ୱେ ପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରାଯାଉ ନ ଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ବିଧାୟକ, ସମ୍ବଲପୁର ଏମ୍‌ପି, ଅନୁଗୋଳ ଜିଲାପାଳଙ୍କୁ ମଧ୍ୟ ଲିଖିତ ଭାବେ ଜଣାଯାଇଥିଲେ ହେଁ କେହି ଦୃଷ୍ଟି ଦେଉ ନ ଥିବା ମନ୍ଦିର ପରିଚାଳନା କମିଟି ମୁଖ୍ୟ ଅକ୍ଷୟ କୁମାର ପଟ୍ଟନାୟକ, କେଦାରନାଥ ପ୍ରଧାନ, ଜୟଦେବ ବୁର୍ଗୀ, ଅସିତ କୁମାର ପଟ୍ଟନାୟକ, ରାମଚନ୍ଦ୍ର ସାହୁ, କନ୍ଦର୍ପ ସାହୁ, ହୃଦାନନ୍ଦ ସାହୁ, କପିଳା ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି। ଉପରୋକ୍ତ ସ୍ଥାନକୁ ଜିଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରିବା ପାଇଁ ସେମାନେ ଦାବି କରିଛନ୍ତି। ଅନ୍ୟ ପକ୍ଷରେ ଦୁର୍ଗାପୁର ପଞ୍ଚାୟତ ଟାଙ୍ଗିରିସାହି ଗ୍ରାମ ନିକଟସ୍ଥ ଦାନ୍ତିଆଣୀ ପାହାଡ, ଜେରେଙ୍ଗ ଦେହୁରୀ ସାହି ମା’ ବୁଢ଼ୀ ପାହାଡ ପାଦଦେଶରେ ଥିବା ଦେବାଦେବୀ ପୀଠ, କୋରଡା ପଞ୍ଚାୟତ ଝିଣ୍ଟିପାଳ ଗ୍ରାମରେ ଥିବା ବୀରେଶ୍ୱର ମହାଦେବ ଅଷ୍ଟଶମ୍ଭୁ ମନ୍ଦିର, ବାଲିପଟା ପଞ୍ଚାୟତ କିସିଣ୍ଡା ଗ୍ରାମ ନିକଟସ୍ଥ କାଶବାଶ ଜଳସେଚନ ପ୍ରକଳ୍ପ, ଚାଙ୍ଗୁଡିଆ ପଞ୍ଚାୟତ ବଡବେରେଣା ଜଙ୍ଗଲ ମଧ୍ୟରେ ଥିବା ଉଷ୍ମ ପ୍ରସବଣ ଆଦି ସ୍ଥାନକୁ ଜିଲା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାକୁ ସବୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମହିଳା ASI, ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା

ଅନୁଗୋଳ, ୧୩।୬: ଅନୁଗୋଳ ଜିଲାର ଜରପଡ଼ା ଥାନାରେ କାର୍ଯ୍ୟରତ ମହିଳା ASI ସୀତା ନାୟକ ୮,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା…

ବ୍ରାହ୍ମଣୀରେ ଭାସିଗଲେ ୩ ସାଙ୍ଗ

ତାଳଚେର,୮।୬; ଅନୁଗୋଳ ଜିଲା ତାଳଚେର ବ୍ରାହ୍ମଣୀ ନଦୀରେ ସୋମବାର ଏକ ଅଘଟଣ ଘଟିଛି। ୩ଜଣ ସାଙ୍ଗ ଗାଧୋଇବା ବେଳେ ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୃତ ଅବସ୍ଥାରେ…

ବିଲକୁ ଯାଇଥିଲେ ୨ ଭାଇ, ହଠାତ୍‌ ମାରିଲା ଘଡ଼ଘଡ଼ି: ଆଉ ତା’ପରେ…

ବଇଣ୍ଡା, ୨।୬(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋର ନଗର ବ୍ଲକ ହଣ୍ଡପା ଥାନା ପାପସରା ଗ୍ରାମର ଜଟିଆ ରୁଗୁଡ଼ି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ…

ବିଳମ୍ବିତ ରାତିରେ ବାଇକ ସହ ଜିଅନ୍ତା ଜଳିଗଲେ ଯୁବକ, କାରଣ ଜାଣିଲେ….

ପାଲଲହଡ଼ା,୨୯।୫(ଦିବ୍ୟଜ୍ୟୋତି ଦାଶ): ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ବାଇକ ଦୁର୍ଘଟଣାରେ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଖମାର…

ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ

ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri