ଦୃଷ୍ଟିବାଧିତ ଅନନ୍ତ କୁମାର ପାଇଲେ ଓଏଏସ୍‌: ଆତ୍ମବିଶ୍ୱାସ, ସକାରାତ୍ମକ ଚିନ୍ତାଧାରା ଦେଲା ସଫଳତା

ଖୋର୍ଦ୍ଧା ଅଫିସ/ବୋଲଗଡ,୮।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ଆରିକମା ଗଁାର ଦୃଷ୍ଟବାଧିତ ଅନନ୍ତ କୁମାର ନାୟକ ଓଏଏସ୍‌ ପାଇଛନ୍ତି। ଜେନେରାଲ ର଼୍ୟାଙ୍କରେ କ୍ରମିକ ନଂ. ୧୩୦ ଥିବାବେଳେ ଭିନ୍ନକ୍ଷମ ର଼୍ୟାଙ୍କରେ ପ୍ରଥମରେ ରହିଛନ୍ତି। ପୁଅକୁ ପାଠ ପଢ଼େଇବାକୁ ଘର ଛାଡିଥିବା ବାପାଙ୍କ ପରିଶ୍ରମ ସାକାର ହୋଇଛି। ତେବେ ଶ୍ରେୟ ନେବାକୁ ପାଖରେ ନାହାନ୍ତି ବାପା। ଅନ୍ୟପକ୍ଷେ ବାପାଙ୍କ ଅଭିଳାଷକୁ ପୂରଣ କରିବାକୁ ପୁଅଙ୍କ ଆତ୍ମବିଶ୍ୱାସ ଓ ସକରାତ୍ମକ ଚିନ୍ତାଧାରା ଅନନ୍ତଙ୍କୁ ସଫଳତାର ମାର୍ଗ ଦେଖାଇଛି। ଓଏଏସ ପାଇବା ପରେ ଘରେ ଓ ଗଁାରେ ଲାଗି ରହିଛି ଆନନ୍ଦର ଲହରି। ଗଁାଲୋକ ଅନନ୍ତଙ୍କୁ ନେଇ ଗର୍ବ କରୁଛନ୍ତି। ଅନନ୍ତ ୧୯୯୧ ସେପ୍ଟେମ୍ବର ୨୫ରେ ଜନ୍ମଗ୍ରହଣ କରିଥିଲେ। ଜନ୍ମର ୨ବର୍ଷ ପର୍ଯ୍ୟନ୍ତ ସବୁ କିଛି ଠିକ୍‌ଠାକ୍‌ ଥିଲା। ଅନନ୍ତ ଦୁନିଆକୁ ଦେଖିପାରୁଥିଲେ। ପରେ ତାଙ୍କର ଆଖି ଆପେ ଆପେ ନଷ୍ଟ ହୋଇଗଲା। ପରିବାର ଲୋକ ରୋଗ ସମ୍ପର୍କରେ ଜାଣିପାରିଲେ ନାହିଁ। ୨ ଝିଅରେ ଗୋଟିଏ ପୁଅ। ବାପା ପୁଅର ଭବିଷ୍ୟତ ନେଇ ଚିନ୍ତିତ ହୋଇପଡିଲେ। ଭୁବନେଶ୍ୱରରେ ଦୃଷ୍ଟିହୀନଙ୍କ ପାଇଁ ସ୍କୁଲ ଥିବା ଜାଣିପାରି ୧୯୯୮ରେ ଘର ଛାଡି ଭୁବନେଶ୍ୱରର ଗଣ୍ଡମୁଣ୍ଡାରେ ରହିଲେ। ଆଉ ସେଠାରେ ବ୍ୟବସାୟ କରି ପରିବାରକୁ ଚଳାଇବା ସହ ନିଜର ଦୁଇଝିଅଙ୍କୁ ବିବାହ ଦେଲେ। ପୁଅକୁ ୧୯୯୯ରେ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ଭୁବନେଶ୍ୱର ୟୁନିଟ୍‌ ୩ ରେ ପାଠ ପଢ଼ାଇଲେ। ୧୯୯୯ରୁ ୨୦୦୯ ପର୍ଯ୍ୟନ୍ତ ସେଠାରେ ପାଠ ଅନନ୍ତ ପଢ଼ିଲେ। ପରେ ସେ ୨୦୧୪ରୁ ୧୬ ପର୍ଯ୍ୟନ୍ତ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ଏମଏ କରିଥିଲେ। ୨୦୧୬ରୁ ୧୮ ପର୍ଯ୍ୟନ୍ତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଲ ଆଣ୍ଡ ଗଭର୍ନାନ୍ସରେ ଏମଫିଲ୍‌ କରିଥିଲେ। ୨୦୧୮ରୁ ଅଦ୍ୟାବଧି ଲ ଆଣ୍ଡ ଗଭର୍ନାନ୍ସରେ ପିଏଚଡି କରୁଛନ୍ତି। ତେବେ ୨୦୧୮ରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଦେଇଥିଲେ। ଏଭଳିସ୍ଥଳେ ଅନନ୍ତଙ୍କୁ ଧରିତ୍ରୀ ପକ୍ଷରୁ ୪ଟି ପ୍ରଶ୍ନ ପଚରା ଯାଇଥିଲା।
*ସଫଳତାର ଶ୍ରେୟ କାହାକୁ ଦେବେ
ସଫଳତାର ଶ୍ରେୟ ପ୍ରଥମେ ବାପାଙ୍କ ପାଖକୁ ଯିବ। କାରଣ ସେ ଘର ଛାଡି ନ ଥିଲେ ଆଜି ମୁଁ ଓଏଏସ୍‌ ପାଇପାରି ନ ଥାନ୍ତି। ୨ୟରେ ମା, ଦୁଇ ଭଉଣୀ ଓ ଭିଣୋଇଙ୍କୁ ଦେବି। କାରଣ ସେମାନେ ମୋତେ ଆର୍ଥିକ, ମାନସିକ ସ୍ତରରେ ସହଯୋଗ ଓ ଉତ୍ସାହିତ କରିଥିଲେ। ହେଲେ ବାପା ୨୦୧୪ରୁ ଆରପାରିକୁ ଚାଲି ଯାଇଛନ୍ତି।
* ଭିନ୍ନକ୍ଷମ, ଅନ୍ୟମାନଙ୍କ ପାଇଁ ବାର୍ତ୍ତା କ’ଣ
ଭିନ୍ନକ୍ଷମମାନେ ନିଜକୁ ନିଜେ ଦୁର୍ବଳ ଅନୁଭବ କରିବା ଉଚିତ୍‌ ନୁହେଁ। ସରକାର ଭିନ୍ନକ୍ଷମଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ସେମାନେ ଯୋଜନା ସମ୍ପର୍କରେ ଅବଗତ ହୁଅନ୍ତୁ। ନିରାଶ ନ ହୋଇ କର୍ମ କରି ଚାଲନ୍ତୁ। ସଫଳତା ନିଶ୍ଚିତ ପାଇବେ। ସକ୍ଷମ ଯେ କେବଳ ସଫଳତା ପାଇବେ ତାହା ଭାବିବା ଭୁଲ। ପରିଶ୍ରମ କଳେ ସବୁ କିଛି ସମ୍ଭବ।
* ଆଗକୁ କ’ଣ କରିବାକୁ ଯୋଜନା ରଖିଛନ୍ତି
ଉଚ୍ଚ ଶିକ୍ଷାରେ ଗବେଷଣା ଜାରି ରଖିଛି। ମୋର ଶିକ୍ଷା ବିଭାଗ ପ୍ରତି ଦୁର୍ବଳତା ରହିଛି। ମୋତେ ସରକାର ଶିକ୍ଷା ବିଭାଗରେ ନିଯୁକ୍ତି ଦେଲେ, ଅନେକ କିଛି କରିପାରିବି ବୋଲି ଆଶା ରଖିଛି। ଭିନ୍ନକ୍ଷମମାନେ ଯେପରି ମୁଖ୍ୟସ୍ରୋତରେ ସାମିଲ୍‌ ହୋଇପାରିବେ ସେଥିପ୍ରତି ଦୃଷ୍ଟିଦେବି। ସାଧାରଣ ଲୋକ ଯେପରି ସରକାରୀ ସୁବିଧା ପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦେବି। ଶିକ୍ଷା ବ୍ୟତୀତ ଅନ୍ୟ ବିଭାଗ ମିଳିଲେ ମଧ୍ୟ କାମ କରିବି।
*କ’ଣ ଆପଣଙ୍କର ସଉକ, ଦିନକୁ କେତେ ସମୟ ପଢୁଥିଲେ
ଚେସ୍‌ ଖେଳିବା, ଖବରକାଗଜ ପଢ଼ିବା ମୋର ସଉକ୍‌। ବିଭିନ୍ନ ସମୟରେ ମ୍ୟୁଜିୟମରେ ସମୟ କଟାଏ। ଦିନକୁ ୧୦ରୁ ୧୨ ଘଣ୍ଟା ପଢୁଥିଲି। ହେଲେ ମନ ଲାଗିଥିବା ପର୍ଯ୍ୟନ୍ତ ପଢୁଥିଲି। ମନକୁ ବାଧ୍ୟ କରି କୌଣସି କାମ କରୁ ନ ଥିଲି।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri