‘ଦୃଢ଼ ଇଚ୍ଛାଶକ୍ତିରେ ଚାଲିଛି ୫-ଟି, ମୋ ସରକାର’

ଭୁବନେଶ୍ୱର,୧୫।୨(ବ୍ୟୁରୋ): ସ୍ବଚ୍ଛ ଉପାୟରେ ଜନସାଧାରଣଙ୍କୁ ସେବା ଯୋଗାଇ ରାଜ୍ୟ ସରକାର ପ୍ରଶାସନିକ ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି। ପରାମର୍ଶଭିତ୍ତିକ ପ୍ରଶାସନ ହେଉଛି ବିକାଶ ଯାତ୍ରାର ମୂଳମନ୍ତ୍ର। ଜନସାଧାରଣଙ୍କ ମତାମତ ଆଧାରରେ କାମ କରିବା ହେଉଛି ‘ମୋ ସରକାର’ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ୫-ଟି (ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟିମ୍‌ ଓ୍ବାର୍କ, ଟାଇମ ଓ ଟ୍ରାନ୍ସଫର୍ମେଶନ) ପ୍ରଶାସନର ମୂଳମନ୍ତ୍ର ପାଲଟିଛି। ୫-ଟି ଏବଂ ମୋ ସରକାର ଭଳି ଅଭିନବ କାର୍ଯ୍ୟକ୍ରମ ସରକାରଙ୍କ ଦୃଢ ଇଚ୍ଛାଶକ୍ତି ସହ କାର୍ଯ୍ୟକାରୀ ହେଉଛି। ନୂତନ ଓଡ଼ିଶା ଗଠନ କରିବା ଦିଗରେ ପରିବର୍ତ୍ତନ ଉପରେ ଧ୍ୟାନଦେଇ ଏବଂ ଲୋକଙ୍କ ସେବା ପ୍ରତି ଉତ୍ସର୍ଗୀକୃତ ମନୋଭାବ ନେଇ ସରକାର କାର୍ଯ୍ୟ କରି ଚାଲିଛନ୍ତି। କେବଳ ସେତିକି ନୁହେଁ, ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଆଧାରିତ ଅନ୍ତ୍ୟୋଦୟ ନୀତିିକୁ ପ୍ରାଥମିକତା ଦେଇ ବିଭିନ୍ନ ଜନକଲ୍ୟାଣ ଯୋଜନା ପ୍ରଣୟନ ଓ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ସରକାର ପ୍ରତିଶ୍ରୁତିବଦ୍ଧ। ଶୁକ୍ରବାର ବିଧାନସଭା ବଜେଟ ଅଧିବେଶନର ଆରମ୍ଭ ଦିବସରେ ଅଭିଭାଷଣ ରଖି ରାଜ୍ୟପାଳ ଗଣେଶୀ ଲାଲ ସରକାରଙ୍କ ଏମିତି ଗୁଣଗାନ କରିବା ସହ ରାଜ୍ୟ ବିକାଶର ରଙ୍ଗିନ ଚିତ୍ର ଆଙ୍କିଛନ୍ତି।
ରାଜ୍ୟପାଳ ନିଜ ଅଭିଭାଷଣରେ କହିଥିଲେ ଯେ, ୨୦୦୦ରୁ ଓଡ଼ିଶାକୁ ବିକାଶର ଏକ ନୂତନ ଶିଖରରେ ପହଞ୍ଚାଇବାକୁ ସରକାର କଠିନ ପରିଶ୍ରମ କରୁଛନ୍ତି। ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରା, ଇତିହାସ ଏବଂ ଐତିହ୍ୟ କ୍ଷେତ୍ରର ସଂରକ୍ଷଣ ଏକାନ୍ତ ଅପରିହାର୍ଯ୍ୟ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ପ୍ରାଣ କେନ୍ଦ୍ର ପୁରୀ ଶ୍ରୀମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ଥିବା ଭିତ୍ତିଭୂମିର ବ୍ୟାପକ ପରିବର୍ତ୍ତନ ପାଇଁ ଐତିହାସିକ ପଦକ୍ଷେପ ନିଆଯାଇଛି।
କୃଷକମାନଙ୍କର ଆୟକୁ ବହୁଗୁଣିତ କରିବା ଲକ୍ଷ୍ୟରେ ଜାତୀୟ ଏଜେଣ୍ଡା କାର୍ଯ୍ୟକାରୀ କରାଯାଇଛି। କୃଷି କ୍ଷେତ୍ରର ସମସ୍ତ ସେବାଗୁଡିକୁ ୫-ଟି ଓ ମୋ ସରକାର ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି କାର୍ଯ୍ୟକୁ ଆଗେଇ ନେବା ପାଇଁ ପ୍ରତ୍ୟେକ ଜିଲାରେ ମୋ ସରକାର ଡେସ୍କ ସ୍ଥାପନ କରାଯାଇଛି। କୃଷି ଉଦ୍ୟୋଗକୁ ପ୍ରୋତ୍ସାହନ ଦେବାକୁ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ କାର୍ଯ୍ୟକାରୀ କରାଯାଇଛି। ସମସ୍ତ କୃଷି କାର୍ଯ୍ୟଜନିତ ଆବଶ୍ୟକତା ପାଇଁ ପ୍ରାଥମିକ ସମବାୟ ସମିତିଗୁଡିକୁ ଏକକ ସମାଧାନ କେନ୍ଦ୍ର ଭାବେ ପରିବର୍ତ୍ତନ କରାଯାଇଛି। ୨୦୨୦-୨୧ରେ ସରକାର ୧.୮୪ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ରାଜ୍ୟପାଳ ଉଲ୍ଲେଖ କରିଛନ୍ତି। ସେହିପରି ୧୨ ହଜାର ଅଚଳ ଉଠାଜଳସେଚନକୁ କାର୍ଯ୍ୟକ୍ଷମ କରାଯିବା ସହ ୨୦୦କ୍ଷୁଦ୍ର ଜଳସେଚନ ଭଣ୍ଡାର ଉନ୍ନତୀକରଣ କାର୍ଯ୍ୟ ହାତକୁ ନିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ଦୈନିକ ସର୍ବନିମ୍ନ ୭୦ ଲିଟର ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ। ୪୮ ଲକ୍ଷ ୩୮ ହଜାର ୫୪୮ ଜଣଙ୍କୁ ସାମାଜିକ ସୁରକ୍ଷା ଭତ୍ତା ଯୋଗାଇ ଦିଆଯାଇଛି। ହସ୍ତଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ହସ୍ତଶିଳ୍ପ ନୀତି-୨୦୧୯ ପ୍ରଚଳନ କରାଯାଇଛି। ପିଲାମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ସରକାର ନବମ ଶ୍ରେଣୀରୁ ଧନ୍ଦାମୂଳକ ଶିକ୍ଷା ପ୍ରଚଳନ କରାଯାଇଛି।
ରାଜ୍ୟର ଆର୍ଥିକ ସ୍ଥିତି ଭଲ ଅବସ୍ଥାକୁ ଆସିଛି। ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟପାଳ କହିଛନ୍ତି ଯେ, ସରକାର ଋଣଗ୍ରସ୍ତ ଅବସ୍ଥାରୁ ମୁକୁଳି ପାରିଛନ୍ତି। ୨୦୦୨-୦୩ରେ ମୋଟ ଘରୋଇ ଋଣ ଅନୁପାତ ୫୦.୭ ପ୍ରତିଶତ ଥିବା ବେଳେ ୨୦୧୮-୧୯ରେ ଏହା ୧୬.୮ ପ୍ରତିଶତକୁ ଖସି ଆସିଛି। ରାଜସ୍ବ ପ୍ରାପ୍ତି ଓ ଦେୟ ସୁଧ ଅନୁପାତ ୨୦୦୧-୦୨ରେ ୪୦.୨ ପ୍ରତିଶତ ଥିବା ବେଳେ ୨୦୧୮-୧୯ରେ ଏହା ୫.୮ ପ୍ରତିଶତକୁ ହ୍ରାସ ପାଇଛି। ବଜେଟ ପୁସ୍ତକକୁ ବନ୍ଦ କରି ଡିଜିଟାଲ ପ୍ରକ୍ରିୟାରେ କରାଯାଇଥିବାରୁ ୫୭ ଲକ୍ଷ ପୃଷ୍ଠାର କାଗଜ ମୁଦ୍ରଣ ରୋକାଯାଇପାରିଛି। ଏହାଦ୍ୱାରା ବର୍ଷକୁ ପ୍ରାୟ ୭ ହଜାର ବୃହତ ବୃକ୍ଷ ବଞ୍ଚିଯାଇପାରିବ। ଆଗାମୀ ଦିନରେ ସବୁଜ ଅଭିଯାନର ଅଂଶ ଭାବେ ବିନା କାଗଜରେ ବଜେଟ ପ୍ରସ୍ତୁତ କରାଯିବ। ଭିତ୍ତିଭୂମି ସୁଦୃଢ କରିବାକୁ ସରକାର ଚଳିତ ଆର୍ଥିକ ବର୍ଷରେ ଗ୍ରାମାଞ୍ଚଳରେ ୯୨୩୦ କିମି ରାସ୍ତା ଏବଂ ୨୭୫ ସେତୁ ନିର୍ମାଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଜାଗା ମିଶନରେ ବସ୍ତିବାସିନ୍ଦାଙ୍କୁ ଘରଡିହ ପଟ୍ଟା ଦେଇ ସରକାର ଜାତୀୟସ୍ତରରେ ସମ୍ମାନିତ ହୋଇଛନ୍ତି। ୨୪ ଘଣ୍ଟିଆ ବିଦ୍ୟୁତ୍‌ ଯୋଗାଣଠାରୁ ଆରମ୍ଭ କରି ଶିଳ୍ପ ଓ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ସକାଶେ ସରକାର ଇଜ୍‌ ଅଫ୍‌ ଡୁଇଙ୍ଗ ବିଜ୍‌ନେସ୍‌ ଆରମ୍ଭ କରିଛନ୍ତି। ଏଥିସହିତ ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୨ ମଧ୍ୟରେ ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭର ୩ୟ ସଂସ୍କରଣ ଅନୁଷ୍ଠିତ ହେବ। ପର୍ଯ୍ୟଟନର ବିକାଶ ପାଇଁ ସରକାର ଶାମୁକା ବେଳାଭୂମି ପ୍ରକଳ୍ପ କରିଛନ୍ତି। ୨୦୨୦ରୁ ଏହା କାର୍ଯ୍ୟକାରୀ ହେବ। କ୍ରୀଡାର ବିକାଶ ସମ୍ପର୍କରେ ସୂଚନା ଦେଇ ରାଜ୍ୟପାଳ କହିଛନ୍ତି ଯେ, ଭୁବନେଶ୍ୱରରେଠାରେ ଚଳିତବର୍ଷ ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଆୟୋଜନ କରାଯିବ। ଏଥିସହିତ ୨୦୨୩ରେ ପୁରୁଷ ହକି ବିଶ୍ୱକପ୍‌ ଭୁବନେଶ୍ୱର ଏବଂ ରାଉରକେଲାଠାରେ ଆୟୋଜନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri