ଦୁବାଇରେ ଓଡିଆ ଯୁବକଙ୍କ ମୃତ୍ୟୁ ଘଟଣା : ୯ଦିନ ପରେ ଗ୍ରାମରେ ପହଞ୍ଚତ୍ଲା ମୃତଦେହ

ଖଲିକୋଟ,୧୦ା୮(ଡି.ଏନ.ଏ.): ଖଲିକୋଟ ବ୍ଲକ ପଥରା ବଜାରସାହିର ଯୁବକ ବସନ୍ତ କୁମାର ସାଧବ (୪୧) ଦୁବାଇ ଆବୁଧାବି ଅଞ୍ଚଳରେ ଏକ ଘରୋଇ କମ୍ପାନୀରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ଅଗଷ୍ଟ ୨ରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କମ୍ପାନୀ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇଥିଲେ। ଜିଲା ପ୍ରଶାସନର ହସ୍ତକ୍ଷେପ ଯୋଗୁ ୯ଦିନ ପରେ ଶନିବାର ବସନ୍ତଙ୍କ ମୃତଦେହ ଘରେ ପହଞ୍ଚତ୍ଛି। ଏକମାତ୍ର ରୋଜଗାରକ୍ଷମ ପୁଅକୁ ହରାଇ ବୁଢ଼ା ବାପା, ମା’ ଓ ସ୍ତ୍ରୀ ସବିତା, ପୁଅଝିଅ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଶନିବାର ଶୋକସନ୍ତପ୍ତ ପରିବାର ନିକଟରେ ଜିଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ, ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ, ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ବିଡିଓ ନବକୃଷ୍ଣ ଜେନା, ପଥରା ପଞ୍ଚାୟତ ନିର୍ବାହୀ ଅଧିକାରୀ ପଞ୍ଚାନନ ସେଠୀ, ସରପଞ୍ଚ ବନମାଳୀ ବାଲା ପ୍ରମୁଖ ପହଞ୍ଚତ୍ ସମବେଦନା ଜଣାଇବା ସହ ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ ଶ୍ରମ ବିଭାଗ ପକ୍ଷରୁ ୨ ଲକ୍ଷ ୫ ହଜାର ଟଙ୍କାର ଚେକ୍‌ ମୃତ ବସନ୍ତଙ୍କ ସ୍ତ୍ରୀ ସବିତାଙ୍କୁ ପ୍ରଦାନ କରିଥିଲେ। ସେହିପରି ପଞ୍ଚାୟତ ନିର୍ବାହୀ ଅଧିକାରୀ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରିଥିଲେ। ଗାଁ ଶ୍ମଶାନରେ ମୃତଦେହ ସତ୍କାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣଙ୍କ ମୃତ୍ୟୁ, ୪ ଗୁରୁତର; ବ୍ରହ୍ମପୁର MKCGରେ…

ଦିଗପହଣ୍ଡି,୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ଗତ ୪ ଦିନ ହେଲା ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?