Posted inଜାତୀୟ

ଦୁଇ ବର୍ଷରେ ଥରେ ବଢୁଛି ପିଆଜର ଦାମ୍‌

ନୂଆଦିଲ୍ଲୀ,୩।୧୨: ଏବେ ଦେଶର ଅଧିକାଂଶ ଭାଗରେ ପିଆଜର ଦର ଯେଉଁଭଳି ଭାବେ ବଢିଛି ତାହା ସମସ୍ତଙ୍କ ଆଖିରେ ଏକ ପ୍ରକାର ଲୁହ ଆଣି ଦେଇଛି ବୋଲି ଆଲୋଚନା ହେଉଛି। କାରଣ ପିଆଜର କିଲୋ ପିଛା ଦାମ୍‌ ଶହେ ଟଙ୍କାରେ ପହଞ୍ଚିଛି। ଏହାକୁ ଲକ୍ଷ୍ୟ କଲେ ଦେଖାଯାଏ ପିଆଜର ଦାମ୍‌ ପ୍ରତି ୨ ବର୍ଷରେ ଥରେ ବୃଦ୍ଧି ହୋଇଥାଏ। ବିଶେଷ କରି ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଏହି ଦର ବୃଦ୍ଧି ହୋଇଥାଏ। ବର୍ଷା ଓ ବନ୍ୟା ଫଳରେ ଏମିତି ଦରବୃଦ୍ଧି ହୋଇଥାଏ ବୋଲି କୁହାଯାଇଛି। ଚଳିତବର୍ଷ ବନ୍ୟାରେ ମହାରାଷ୍ଟ୍ରରେ ପିଆଜ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବାରୁ ଏମିତି ସମସ୍ୟା ଉପୁଜିଛି। ତେଣୁ ନୂଆ ଫସଲ ଅମଳ ନ ହେବା ପର୍ଯ୍ୟନ୍ତ ଏହାର କୌଣସି ସମାଧାନ ହେବ ନାହିଁ ବୋଲି ଜଣାପଡିଛି। ଅନ୍ୟପଟେ ପର୍ଯ୍ୟାପ୍ତ ପରିମାଣର ଶୀତଳ ଭଣ୍ଡାର ନ ଥିବାରୁ ପ୍ରତି ୨ ବର୍ଷରେ ଥରେ ପିଆଜ ଦର ବୃଦ୍ଧି ଘଟୁଥିବା ଆଲୋଚନା ହେଉଛି। ଯାହାକୁ ନେଇ ଉଭୟ ସରକାର ଓ ଖାଉଟି କାନ୍ଦିବା ଭଳି ପରିସ୍ଥିତି ଉପୁଜୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ଗାଧୋଇବାବେଳେ ବୁଡ଼ି ଯାଉଥିଲେ ୩ ପର୍ଯ୍ୟଟକ, ଉଦ୍ଧାର କରି…

ପୁରୀ,୧୨ା୭: ରବିବାର ସମୁଦ୍ରରେ ଗାଧୋଉଥିବାବେଳେ ୩ ପର୍ଯ୍ୟଟକ ବୁଡ଼ିଯାଉଥିଲେ। ଏହି ସମୟରେ ଲାଇଫଗାର୍ଡ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛନ୍ତି। ସେକ୍ଟର ୯ ଚୈତନ୍ୟ ଛକ ନିକଟରେ ବୁଡ଼ିଯିବାବେଳେ…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ବିଦ୍ୟାଳୟ ରାତ୍ର ଜଗୁଆଳଙ୍କ ଜୀବନ, ରେଲିଂରେ ଧକ୍କା ଦେଇ…

ଦାରିଙ୍ଗବାଡ଼ି,୧୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ୫୯ନଂ ଜାତୀୟ ରାଜପଥର ବୁଡ଼ାଗୁଡା ଛକରେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ…

ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଲିଣ୍ଡସେ ଗ୍ରାହାମଙ୍କ ମୃତ୍ୟୁ; ରୁଷୀୟ ତୈଳ କ୍ରୟ ଉପରେ ଭାରତକୁ ଦେଇଥିଲେ ଧମକ

ଓ୍ବାଶିଂଟନ,୧୨।୭: ଦକ୍ଷିଣ କାରୋଲିନାର ଦୀର୍ଘକାଳୀନ ରିପବ୍ଲିକାନ ସାଂସଦ ଆମେରିକାର ସେନେଟର ଲିଣ୍ଡସେ ଗ୍ରାହାମଙ୍କ ଦେହାନ୍ତ ହୋଇଛି। ତାଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ଘନିଷ୍ଠ ସହଯୋଗୀ…

୧୧ ଭାରତୀୟ ଥିବା ଜାହାଜ ଉପରକୁ ଆକ୍ରମଣ କଲା ଇରାନ, ଜଣେ ନିଖୋଜ, ପ୍ରତିକ୍ରିୟା ଦେଲା ଭାରତ

ନୂଆଦିଲ୍ଲୀ/ତେହରାନ,୧୨।୭: ହର୍ମୁଜ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ନେଇ ଭାରତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଓମାନ ଉପକୂଳରେ ଯେତେବେଳେ ଏହି ଆକ୍ରମଣ ଘଟିଥିଲା…

‘ତାଙ୍କ ସ୍ବର ସର୍ବଦା ବଞ୍ଚି ରହିବ…’: କିମ୍ବଦନ୍ତୀ ଗାୟିକା ଏସ. ଜାନକୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସିଦ୍ଧ ପ୍ଲେବ୍ୟାକ ସିଙ୍ଗର ଏସ. ଜାନକୀ ଆମ୍ମାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି, ତାଙ୍କ ବିୟୋଗକୁ ସଙ୍ଗୀତ ଏବଂ ସଂସ୍କୃତି ଜଗତ…

ଏକ୍ସଟ୍ରା ଟାଇମରେ ଆର୍ଜେଣ୍ଟିନାର ରୋମାଞ୍ଚକର ବିଜୟ; ସେମିଫାଇନାଲରେ ପହଞ୍ଚିଲା Messiଙ୍କ ଦଳ

କାନସାସ ସିଟି,୧୨।୭: ମ୍ୟାଚ ଅତିରିକ୍ତ ସମୟରେ ଯିବା ସହିତ ଆର୍ଜେଣ୍ଟିନା ପ୍ରଶଂସକଙ୍କ ହୃଦୟ ଧଡ଼ଧଡ଼ ହବା ଆରମ୍ଭ ହୋଇଥିଲା। ଆର୍ଜେଣ୍ଟିନା ଦଶମ ମିନିଟରେ ପ୍ରଥମ ଗୋଲ ସ୍କୋର…

ଓଲଟିଲା ପିଆଜ ବୋଝେଇ ଟ୍ରକ୍‌, ଯିଏ ପାରିଲେ ମନଇଚ୍ଛା ବୋହିନେଲେ

କେନ୍ଦୁଝର,୧୨ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ସକାଳେ କେନ୍ଦୁଝର ଜିଲାର ଜୁଡ଼ିଆ ଘାଟିରେ ଏକ ପିଆଜ ବୋଝେଇ ଟ୍ରକ୍‌ ଓଲଟି ୨ ଜଣ ଆହତ ହୋଇଛନ୍ତି। ଉକ୍ତ ପିଆଜ…

ଉଦଳାରୁ ସମସ୍ତ ରୁଟ୍‌ରେ ବସ ଚଳାଚଳ ବନ୍ଦ

ଉଦଳା,୭।୧୨(ସନ୍ତୋଷ କୁମାର ବାଛିନ): ଉଦଳାରୁ ଆଜିଠାରୁ ସମସ୍ତ ରୁଟ୍‌କୁ ବସ ଚଳାଚଳ ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତକାଲି ଉଦଳା ବସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri