ଦୁଃଖଦ ଅନୁଭୂତି ବଖାଣିଲେ ଶିବାଶିଷ

ବ୍ରହ୍ମପୁର ଅଫିସ,୧୫ା୩ – କରୋନା ଭୂତାଣୁକୁ ନେଇ ଦୀର୍ଘ ୪୮ ଦିନ ଧରି ପ୍ରତିଟି ମୁହୂର୍ତ୍ତର ଭୟ ଓ ଆତଙ୍କରୁ ମୁକୁଳି ଶେଷରେ ଘରକୁ ଫେରିଛନ୍ତି ବ୍ରହ୍ମପୁରର ଯୁବ ଇଞ୍ଜିନିୟର ଶିବାଶିଷ ନାୟକ। କରୋନା ପାଇଁ ଜାପାନ ଜଳ ଜାହାଜା ଡାଇମଣ୍ଡ ପ୍ରିନ୍ସସେସରେ ୨୩ ଦିନ ଫସି ରହିବା ଓ ପରେ ସେଠାରୁ ଗତ ୨୭ ତାରିଖରେ ଭାରତ ଫେରି ହରିଆନାସ୍ଥିତ ମିଲିଟାରୀ ଶିବିରରେ ୧୫ ଦିନ ରହି ଶୁକ୍ରବାର ରାତିରେ ଶିବାଶିଷ ବ୍ରହ୍ମପୁରସ୍ଥିତ ନିଜ ଘରକୁ ଫେରିଛନ୍ତି। ଏହି ୪୮ ଦିନର ସଂଘର୍ଷକୁ ଜୀବନର ଏକ ବ୍ୟାଡ ଏକ୍ସପ୍ରିଏନ୍ସ ବୋଲି ସେ ଅଭିହିତ କରିଛନ୍ତି। ଜଳ ଜାହାଜରେ ଭୟାନକ ସଙ୍କଟରୁ ମୁକୁଳିବା ଓ କରୋନା ଭୂତାଣୁ କବଳରୁ ନିଜକୁ ବଞ୍ଚାଇ ରଖିବା ପାଇଁ ମାସାଧିକ କାଳ ସେ କରିଥିବା ସଂଘର୍ଷ ଓ ଅନୁଭୂତି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ା ଭଗବାନଙ୍କ କୃପା, ବାପ ଓ ମା’ଙ୍କ ଆଶୀର୍ବାଦ ଓ ଖବରଦାତାଙ୍କ ଲଗାତାର ସହଯୋଗ ଯୋଗୁ ପୁନର୍ଜନ୍ମ ପାଇଛି ବୋଲି ଶିବାଶିଷ କହିଛନ୍ତି।
ଏକ କମ୍ପାନୀରେ କାର୍ଯ୍ୟରତ ଶିବାଶିଷ ଗତ ଜାନୁୟାରୀ ୧୦ ତାରିଖରେ ନିଜର ୫ ସହଯୋଗୀଙ୍କ ସହ ଦିଲ୍ଳୀରୁ ମାଲେସିଆ ଏକ ବିମାନ ଯୋଗେ ଯାଇଥିଲେ ା ମାଲେସିଆରୁ ସେମାନେ କମ୍ପାନୀ କାର୍ଯ୍ୟରେ ଭିଏତନାମ ଯାଇଥିଲେ। ଏହାପରେ ସେଠାରୁ ଡାଇମଣ୍ଡ ପ୍ରିନ୍ସସେସ୍‌ ଜଳ ଜାହାଜରେ ଏକ ପ୍ରଜେକ୍ଟ କାର୍ଯ୍ୟ ପାଇଁ ବାହରିଥିଲେ। ଜାହାଜଟି ଫେବୃୟାରୀ ୨ରେ ଜାପାନର ୟୋକୋହାମା ପୋର୍ଟରେ ଲାଗିଥିଲା ା ସେତବେଳେକୁ ଚାଇନାରେ କରୋନା ଅନେକ ଜୀବନ ନେଇ ସାରିଥିବାରୁ ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବାରୁ ଜାହାଜ ମଧ୍ୟରେ ଥିବା ୩,୬୦୦ ଯାତ୍ରୀଙ୍କ ପରୀକ୍ଷା କରାଯାଇଥିଲା ା ପ୍ରାୟ ୫୦୦ ଜଣଙ୍କଠାରେ କରୋନା ପଜିଟିଭ୍‌ ଥିବା ଜଣାପଡିଥିଲା। ତେବେ ଶିବାଶିଷ ଓ ତାଙ୍କ ୫ ସହଯୋଗୀଙ୍କ ରିପୋର୍ଟ ନେଗେଟିଭ ବାହରିଥିଲା ା ଜାହାଜରେ କରୋନା ଆକ୍ରାନ୍ତଙ୍କୁ ତୁରନ୍ତ ବାହାର କରାଯାଇଥିଲା ଏବଂ ଶିବାଶିଷଙ୍କ ସମେତ ଅନ୍ୟ ସମସ୍ତ ନେଗେଟିଭ ରିପୋର୍ଟ ଆସିଥିବା ଯାତ୍ରୀଙ୍କୁ ଜାହାଜର ଷଷ୍ଠ ମହଲାରେ ସମସ୍ତ ପ୍ରକାର ସତର୍କତାରେ ରଖାଯାଇଥିଲା। ଦୀର୍ଘ ୨୩ ଦିନ ଧରି ଜଳଜାହାଜ ମଧ୍ୟରେ ୫ ସହଯୋଗୀଙ୍କ ସମେତ ୧୨୪ ଭାରତୀୟଙ୍କୁ ବନ୍ଦୀ ଭଳି ଜୀବନ ବିତାଇବାକୁ ପଡିଥିଲା ବୋଲି ଶିବାଶିଷ କହିଛନ୍ତି ା ସେଠାରେ ସେ କେବଳ ଫଳ ଖାଇ ରହୁଥିଲେ । କମ୍ପାନୀ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଥିଲା। ଜଳଜାହାଜରେ ରହଣୀ ବେଳେ ଦିନକୁ ମାତ୍ର ୨୦ ମିନଟ୍‌ ପାଇଁ ବହାରକୁ ଛଡାଯାଉଥିଲା। ସେତିକି ସମୟ ମଧ୍ୟରେ ଆଖିଆଗରେ କରୋନାରେ ଆକ୍ରାନ୍ତ ମୃତ୍ୟୁ ଘଟୁଥିବା ଦୃଶ୍ୟ ଅତି ଭୟାନକ ଥିଲା ା ଏକାଧିକ ଲୋକଙ୍କ ସହ କଥାବାତ୍ତର୍ର୍ା କରିବାକୁ ବାରଣ କରାଯାଇଥିବା ଜୀବନ ଏକ ପ୍ରକାର ଦୁର୍ବିସହ ହୋଇପଡିଥିଲା। ନିଜ ଦେଶକୁ କିପରି ଫେରିବେ ସେହି ଚିନ୍ତାରେ ନିଦ ଆସୁ ନ ଥିଲା ବୋଲି ଶିବାଶିଷ କହିଛନ୍ତି। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ନିଜ ଅସୁବିଧା ଜଣାଇବା ପରେ କେନ୍ଦ୍ର ସରକାରଙ୍କ ସହଯୋଗରେ ଫେବୃୟାରୀ ୨୭ରେ ସେମାନଙ୍କୁ ଜଳଜାହାଜରୁ ଭାରତୀୟମାନଙ୍କୁ ଉଦ୍ଧାର କରାଯାଇ ଜାପାନର ହୋନେଡା ଏୟାରପୋର୍ଟରୁ ଦିଲ୍ଲୀ ଆଣାଯାଇଥିଲା ା ଦିଲ୍ଲୀରୁ ସମସ୍ତଙ୍କୁ ସ୍ବତନ୍ତ୍ର ବସରେ ହରିଆନାର ଆର୍ମି ବେସ କ୍ୟାମ୍ପକୁ ନିଆଯାଇଥିବା ଶିବାଶିଷ କହିଛନ୍ତି ା
ଏହି କ୍ୟାମ୍ପରେ ଶିବାଶିଷଙ୍କ ସମେତ ୧୨୪ ଭାରତୀୟଙ୍କୁ ୧୪ ଦିନ ଧରି ରଖାଯାଇ କରୋନା ଭୂତାଣୁ ସମ୍ପର୍କିତ ପରୀକ୍ଷା କରାଯାଇଥିଲା ା କ୍ୟାମ୍ପରେ ରହଣି ବେଳେ ଶିବାଶିଷଙ୍କ କୋବିଡ-୧୯ ଭାଇରସ୍‌ ଟେଷ୍ଟ ୨ ଥର କରାଯାଇଥିବା ସେ କହିଛନ୍ତି ା ଭାଇରସ୍‌ ନ ଥିବା ସ୍ପଷ୍ଟ ହେବା ପରେ ସେମାନଙ୍କୁ ଶୁକ୍ରବାର ଆର୍ମି କ୍ୟାମ୍ପରୁ ଛଡାଯାଇଥିବା ବେଳେ ଆଉ ୧୪ ଦିନ ଆଇସୋଲେଟେଡ ରହିବାକୁ କୁହାଯାଇଛି ା ମାସ୍କ ପିନ୍ଧିବା, ହାତ ଧୋଇବାକୁ, ଗହଳିପୂର୍ଣ୍ଣ ଜାଗାକୁ ନ ଯିବାକୁ ପରାମର୍ଶ ଦିଆଯାଇଥିବା ଇଞ୍ଜିନିୟର ଶିବାଶିଷ କହିଛନ୍ତି। ଏଥିପାଇଁ ସେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ାଅନ୍ୟପକ୍ଷରେ ପୁଅ ସୁରକ୍ଷିତ ଭାବେ ଘରକୁ ଫେରିଥିବାରୁ ବାପା ଲିଙ୍ଗରାଜ ନାୟକ ଓ ମା ଝୁନୁ ନାୟକ ବେଶ ଆନନ୍ଦିତ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri