ଦିଲ୍ଲୀ ଜଳୁଥିବା ବେଳେ ସିଏଏ ସପକ୍ଷ ରାଲି ଦୁର୍ଭାଗ୍ୟଜନକ: ସୁରେଶ

ଭୁବନେଶ୍ୱର,୧।୩(ବ୍ୟୁରୋ): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଭାଜପା ପକ୍ଷରୁ ଆୟୋଜିତ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସପକ୍ଷ ରାଲିରେ ଉଦ୍‌ବୋଧନ ଦେଇଥିଲା। ଶାହା ନିଜର ୧୬ ମିନିଟ୍‌ର ବକ୍ତବ୍ୟରେ ବିରୋଧୀ କଂଗ୍ରେସକୁ ସର୍ବାଧିକ ଟାର୍ଗେଟ କରିଥିଲେ। ସିଏଏ ବିରୋଧରେ ଜନତାଙ୍କୁ କଂଗ୍ରେସ ମତାଇ ହିଂସାକାଣ୍ଡ ସୃଷ୍ଟି କରୁଥିବା କହିଥିଲେ। ସେହିପରି କଂଗ୍ରେସ ଶାସନ ସମୟ ତୁଳନାରେ ବର୍ତ୍ତମାନ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଓଡ଼ିଶାକୁ ଅଧିକ ଅର୍ଥ ଦେଉଥିବା କହିଥିଲେ। ଶାହାଙ୍କ ଏପରି ବକ୍ତବ୍ୟକୁ ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି।

ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କଂଗ୍ରେସ ଭବନରେ ଖବରଦାତା ସମ୍ମିଳନୀ କରି ଭାଜପାକୁ ଟାର୍ଗେଟ କରିଛନ୍ତି। ସୁରେଶ କହିଛନ୍ତି ଯେ, ଅମିତ ଶାହା ଦେଶରେ ଗୁଜରାଟ ମଡେଲ ଦଙ୍ଗା କରାଇବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ଭାରତର ରାଜଧାନୀ ଦିଲ୍ଲୀ ଜଳୁଥିବା ବେଳେ ଶାହା ଆସି ଓଡ଼ିଶାରେ ସିଏଏ ସମର୍ଥନରେ ରାଲି କରିବା ଦୁଭାର୍ଗ୍ୟଜନକ। ଯେଉଁ ସମୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି, ସେ ସମୟରେ ଦିଲ୍ଲୀର ଦଙ୍ଗା ପୀଡିତଙ୍କ ସମସ୍ୟା ନ ବୁଝି ଓଡ଼ିଶା ଆସି ସିଏଏ ବିଷୟରେ ବୁଝାଇବା କେତେଦୂର ସମୀଚୀନ ବୋଲି ସୁରେଶ ପ୍ରଶ୍ନ କରିଛନ୍ତି। ସେହିଭଳି ପୂର୍ବତନ ଆରବିଆଇ ଗଭର୍ନର ରଘୁରାମ ରାଜନ, ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞ ଅଭିଜିତ୍‌ ବାନାର୍ଜୀ ଭାରତର ଅର୍ଥନୀତି ଭୁଶୁଡ଼ି ପଡ଼ିଛି ବୋଲି ମତ ଦେଇସାରିଲେଣି। ହେଲେ କେନ୍ଦ୍ର ସରକାର ଏହାକୁ ସ୍ବୀକାର କରୁନାହାନ୍ତି। ବିଜେଡି ସହ ଭାଗୁଆଳି ଭାବେ ଶାସନ କରିବା ସମୟରେ ହିଁ କନ୍ଧମାଳରେ ଭୟାନକ ଦଙ୍ଗା ହୋଇଥିଲା। ଭାରତୀୟ ସେନା ପାଇଁ ଭାଜପା ସରକାରର ଅସଲ ମନୋଭାବ ପଦାରେ ପଡ଼ିଯାଇଛି। ସୀମାରେ ଜଗିଥିବା ଯବାନମାନଙ୍କୁ ଉପଯୁକ୍ତ ଖାଦ୍ୟ, ପୋଷାକ ଓ ଜୋତା ଦିଆଯାଉ ନାହିଁ ବୋଲି ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି। କଂଗ୍ରେସ ପ୍ରାକ୍‌ ସ୍ବାଧୀନତା କାଳରୁ ଦେଶବାସୀଙ୍କ ସହ ରହିଆସିଥିବାବେଳେ ଭାଜପାର ମୂଳ ସଂଗଠନ ଆରଏସ୍‌ଏସ୍‌ ବ୍ରିଟିଶ ସରକାରର ଗୋଲାମଗିରି କରୁଥିଲା। ଆଜିର ବିକଶିତ ଭାରତ କେବଳ କଂଗ୍ରେସ ସରକାରର ସୁଶାସନର ପ୍ରତିଫଳନ। ସେହିପରି ଆଗକୁ ରାଜ୍ୟ ସଭା ନିର୍ବାଚନ ଆସୁଛି। ପୂର୍ବଥର ଭଳି ବିଜେଡି-ଭାଜପା ଏକ ହୋଇ କୌଣସି ପ୍ରାର୍ଥୀଙ୍କୁ ଯେ ନ ପଠାଇବେ, ସେ କଥା କିଏ କହିବ ବୋଲି ସୁରେଶ କହିଥିଲେ।

ଅପରପକ୍ଷରେ ଭାଜପା ପକ୍ଷରୁ ପୃଥ୍ବୀରାଜ ହରିଚନ୍ଦନ କଂଗ୍ରେସର ଆରୋପକୁ ଖଣ୍ଡନ କରିଛନ୍ତି। ପୃଥ୍ବୀରାଜ କହିଛନ୍ତି ଯେ, କଂଗ୍ରେସ ଦେଶ ଏବଂ ରାଜ୍ୟରେ ନିଜ ସ୍ଥିତି ହରାଇଛି। ଭାଜପା ଦେଶକୁ ପ୍ରଗତିପଥରେ ନେଉଛି। ତେଣୁ ଜନତାଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିବା ଦଳର କୌଣସି କଥାକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri