ଦିବ୍ୟାଙ୍ଗ ହୋଇ ବି ହାର ମାନି ନାହାନ୍ତି ମୋନିକା

ବନ୍ତ,୨୮।୮(ଡି.ଏନ୍‌.ଏ.)- ଦିବ୍ୟାଙ୍ଗ ହୋଇ ବି ନିଜ ପାଖରେ ହାର୍‌ ମାନିନାହାନ୍ତି ମୋନିକା ା ଉଚ୍ଚ ଶିକ୍ଷାଲାଭ କରିବା ସହ ସେ ନୃତ୍ୟକଳାରେ ପାରଦର୍ଶିତା ହାସଲ କରିଛନ୍ତି ା ଜନ୍ମରୁ ଶ୍ରବଣ ଶକ୍ତି କମ୍‌ ଥିଲେ ମଧ୍ୟ ଦୃଢ ମନୋବଳ ତାଙ୍କୁ ଆଗକୁ ନେବାରେ ସହାୟକ ହୋଇଛି।
ମୋନିକାଙ୍କ ଜନ୍ମ ସ୍ଥାନ ବରଗଡ ଜିଲା ଅତାବିରା ଥାନା ଅଧୀନ ଗୋଡଭଗା ଗ୍ରାମରେ । ତାଙ୍କ ମାତା ସଞ୍ଜୁକ୍ତା ଦାଶ ଓ ବାପା କିଶୋର ଚନ୍ଦ୍ର ମହାପାତ୍ର । ଉଚ୍ଚଶିକ୍ଷା ଲାଭ ପରେ ସେ ସେ ଭଦ୍ରକ ଜିଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତର ବଳଭଦ୍ରପୁର ଗ୍ରାମର ବିକାଶ ରଞ୍ଜନ ଦେବତାଙ୍କୁ ବିବାହ କରିଛନ୍ତି। ତାଙ୍କୁ ବୟସ ଏବେ ୨୮ ା ମୋନିକା କହନ୍ତି, ସେ ୮ମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ମାତା ପିତା ବରଗଡସ୍ଥିତ ସଂଗୀତ ନୃତ୍ୟ ବିଦ୍ୟାଳୟରେ ଡିପ୍ଲୋମା(ଓଡ଼ିଶୀ)ରେ ନାମ ଲେଖାଇଥିଲେ ା ୨ ବର୍ଷ ନୃତ୍ୟ ଶିକ୍ଷା କରିବା ସମୟରେ ସେ ମାଟ୍ରିକ ପାସ୍‌ କରିଥିଲେ ା ମାଟ୍ରିକ ପରୀକ୍ଷାରେ ସେ କୃତିତ୍ୱର ସହ ପ୍ରଥମ ସ୍ଥାନ ଅଧିକାର କରିଥିଲେ ା ପରେ ୨୦୧୦ ମସିହାରେ ରାଉରକେଲାସ୍ଥିତ ଏସ୍‌କେଡିଏଭି ପଲିଟେକନିକ୍ସରେ ଡିପ୍ଲୋମା(ଆଇଟି) ପାସ୍‌ କରିଥିଲେ। ୨୦୧୧ରେ ସେ ଆଇଇଭି ସରକାରୀ ଚାକିରି କରିଥିଲେ । କିନ୍ତୁ ଅସୁସ୍ଥତା ଦୃଷ୍ଟିରୁ ୨ ବର୍ଷ ପରେ ସେ ଚାକିରି ଛାଡି ଦେଇଥିଲେ ା ପରେ ସେ ବଙ୍ଗୀୟ ସଙ୍ଗୀତ ପରିଷଦ, ପଶ୍ଚିମବଙ୍ଗ ଆନୁକୂଲ୍ୟରେ ବରଗଡସ୍ଥିତ କଳାକଳ୍ପନା ଅନୁଷ୍ଠାନରୁ ଅଙ୍କନ ରତ୍ନ, ଓଡ଼ିଶା ଲଳିତ କଳା ଏକାଡେମୀ, ଭୁବନେଶ୍ୱରରୁ ନୃତ୍ୟ ଶିକ୍ଷା ଲାଭ କରିଥିଲେ ା ବର୍ତ୍ତମାନ ସେ ନୃତ୍ୟକଳାରେ ସ୍ନାତକୋତ୍ତୋର ଶିକ୍ଷା ଲାଭ କରୁଛନ୍ତି ା ଏବେ ସେ ଗୃହିଣୀ ଜୀବନ ଅତିବାହିତ କରିବା ସହ ବନ୍ତସ୍ଥିତ ଏକ ପବ୍ଲିକ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କୁନି କୁନି ପିଲାଙ୍କୁ ନୃତ୍ୟ ଶିକ୍ଷା ଦେଉଛନ୍ତି ା ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଥିଲେ ବି ତାଙ୍କୁ କୌଣସି ସରକାରୀ ସହାୟତା ମିଳି ନାହିଁ ା ପାଠ ପଢିବା ସମୟରେ ହାଇସ୍କୁଲ ଓ କଲେଜରେ ଅନୁଷ୍ଠିତ ବିଭିନ୍ନ ଉତ୍ସବରେ ସେ ଓଡିଶୀ ନୃତ୍ୟ ପରିବେଷଣ କରି ବହୁ ପ୍ରମାଣପତ୍ର ହାସଲ କରିଛନ୍ତି ା ନୃତ୍ୟ ସାଙ୍ଗକୁ ଖେଳକୁଦ୍‌ରେ ମଧ୍ୟ ସେ ବେଶ ପାରଙ୍ଗମ ା ବହୁମୁଖୀ ପ୍ରତିଭାର ଅଧିକାରୀ ମୋନିକା ସରକାରୀ ସୁବିଧା ସୁଯୋଗରୁ ବଞ୍ଚତ୍ତ ହେବା ବିଡମ୍ବନା ବୋଲି ତାଙ୍କ ଶ୍ୱଶୁର ସୁରେଶ ଚନ୍ଦ୍ର ଦେବତା କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri