ଦିବ୍ୟାଙ୍ଗ ପୁଷ୍ପାଞ୍ଜଳିକେ ଘାରୁଛେ ପାଠ୍‌ପଢ଼ା ଚିନ୍‌ତା:ସ୍କୁଲ ଯିବାରେ ଭଂଗା ଟ୍ରାଇସାଇକେଲ ବାଧକ୍‌

ଲୋଇସିଂହା,୧୨।୭(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଲୋଇସିଂହା ସଦରର ପୁଷ୍ପାଞ୍ଜଳି ବେହେରା(୧୬)। ସେ ଜନ୍‌ମୁ ଦିବ୍ୟାଙ୍ଗ, ଚାଲବୁଲ କରି ନାଇଁପାରବାର। ଏହେଦେ ସେ ଥାନୀୟ ବାଳିକା ହାଇସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଛନ୍‌। ହେଲେ ତାହାକୁ ମିଲିଥିବାର ଟ୍ରାଇସାଏକେଲଟା ଏହେଦେ ଅଦରବା ହେଇଗଲାନ। ଯେନ୍‌ଥିରଲାଗି ସେ ସ୍କୁଲ ଯିବା ଆଏବାରେ ବଡ଼ଭାରି ସମସିଆର ସାମନା କରୁଛନ୍‌। ହେଲେ ନୂତନ୍‌ ଟ୍ରାଇସାଇକେଲଟେ ପାଏବାର ଲାଗି ତାକର ବାପା ବ୍ଲକର ବିଆରଟିନୁ ମୂଲ କରି ବିଭାଗୀୟ ଅଧ୍‌କାରୀକୁଁ ଗୁହାରି କରି ନିରାଶ ହେଇଛନ୍‌।
ସୂଚନା ଅନ୍‌ସାରେ ଲୋଇସିଂହାର ସ୍ବର୍ଗତ ରାଜେନ୍ଦ୍ର ବେହେରାକଁର ୬ ପୁଓ। ଭାଇମାନକର ଭିତରେ ନନ୍ଦକିଶୋର ହେଉଛନ୍‌ ବଡ଼। ଜାଗାବାଡ଼ି ଅଭାବୁ ସେ ମାଏକିନା ଗୋଲାପୀ ଆର ଗୁଟେ ବଲି ଝି’ ପୁଷ୍ପାଞ୍ଜଳି(ଦିବ୍ୟାଙ୍ଗ)କୁଁ ନେଇ ଭଡ଼ାରେ ରହୁଛନ୍‌। ପେସାରେ ସେ ଝନେ ପାନଦୁକାନୀ। ସେଥ୍‌ରୁ ଯାହା କମାନି ହେଉଛେ ପରିବାର ଚଲବାର ସଂଗେ ଘରଭଡ଼ା ଦେଉଛନ୍‌। ହେଲେ ଦୁଇ ମାଏଝି ମୁନୁଷ ଝି’ ପୁଷ୍ପାଞ୍ଜଳିର ଲାଗି ସବୁବେଲେ ଚିନ୍‌ତାରେ ରହୁଛନ୍‌। ଛୁଆବେଲେ ମା’ବାପ୍‌ ପୁଷ୍ପାଞ୍ଜଳିକେ ଚିକିସତ୍ା ଲାଗି ଓଲଟପୁର ନେଇଥିଲେ। ହେଲେ ଅଭାବ ଅନାଟନ ଲାଗି ସେଠାନେ ରହି ଚିକିସତ୍ା କରାବାର ସମ୍‌ଭବ ନାଇଁହେଲା। ଇଆଡ଼େ ପୁଷ୍ପାଞ୍ଜଳି ଦିବ୍ୟାଙ୍ଗ ହେଲେ ବି ପାଠ୍‌ପଢ଼ାରେ ତାକର ବଡ଼ଭାରି ରୁଚି ରହିଛେ। ସେ ଫିଦିନ୍‌ ସ୍କୁଲ ଯିବାକେ ଅଝଟ କରୁଛନ୍‌। ପଡ଼ାର ସ୍କୁଲରେ ୭ମ ଶ୍ରେଣୀ ତକ୍‌ ପଢ଼ଲା ଉତାରୁ ଏହେଦେ ସେ ଥାନୀୟ ବାଳିକା ହାଇସ୍କୁଲରେ ୯ମ ଶ୍ରେଣୀରେ ପଢ଼ୁଛନ୍‌। ପରଥମ ପଢ଼ୁଥିଲାବେଲେ ପୁଷ୍ପାଞ୍ଜଳିକେ ସରକାରକଁର ତରଫୁ ଗୁଟେ ଟ୍ରାଇ ସାଇକେଲ ମିଲିଥିଲା। ହେଲେ ଏହେଦେ ସେଟା ଅଦରବା ହେଇଗଲାନ। ଯେନ୍‌ଥିରଲାଗି ତାହାକୁ ଦେଢ଼ କିମି ଦୂରିଆ ସ୍କୁଲକେ ନେବା ଆନବାରେ ପରିବାର ଲୋକ୍‌ ବଡ଼ଭାରି ଅସବିଧାର ସାମନା କରୁଛନ୍‌। ଇଆଡ଼େ ବଛର ବଛର ହେଲା ବାପା ନୂତନ୍‌ ଟ୍ରାଇସାଇକେଲଟେ ଲାଗି ଭିନେ ଭିନେ ଅଧ୍‌କାରୀକୁଁ ଗୁହାରି କରି ନିରାଶ ହେଇଛନ୍‌। ଇଆଡ଼େ ସରକାର ଦିବ୍ୟାଙ୍ଗମାନକର ଲାଗି ଅନେକ ଯୋଜନା କାଯ୍‌କାରୀ କରି ସୁବିଧା ସୁଯୋଗ ଯୁଗେଇ ଦେଉଛନ୍‌। ହେଲେ ପୁଷ୍ପାଞ୍ଜଳି ପାଉଥିବାର ଭତା ଟଁକା ୭ଶହକେ ଛାଡ଼ିଦେଲେ ବାକି ସବୁପରକାର ସୁବିଧାରୁ ବଁଚିତ୍‌ ହେଇଛନ୍‌। ସରକାର ଦିବ୍ୟାଙ୍ଗମାନକୁ ଆବାସ ଯୋଜନାରେ ସାମିଲ କରି ପକାଘର ଯୁଗେଇ ଦେଉଛନ୍‌। ହେଲେ ଯୋଜନାରୁ ପୁଷ୍ପାଞ୍ଜଳିକଁର ପରିବାର ବଁଚିତ୍‌ ହେଇ ଭଡ଼ାଘରେ ଦିନ୍‌ ବିତଉଛନ୍‌। ଜିଲା ପରଶାସନ ପୁଷ୍ପାଞ୍ଜଳିକୁଁ ଦୁରୁଷ୍‌ଟି ଦେଇ ସବୁପରକାର ସରକାରୀ ସୁବିଧା ସୁଯୋଗ ଯୁଗେଇ ଦେବାକେ ସାଧାରନରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?