Posted inଖେଳ

ଦିବାରାତ୍ର ଟେଷ୍ଟ: ‘ରିଷ୍ଟ ସ୍ପିନରଙ୍କୁ ଫାଇଦା ମିଳିବ’

ନୂଆଦିଲ୍ଲୀ, ୨୦।୧୧(ପି.ଟି.)-ଭାରତ ଏହାର ସର୍ବପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟ କୋଲକାତାର ଇଡେନ ଗାର୍ଡେନରେ ଖେଳିବାକୁ ଯାଉଛି। ବାଂଲାଦେଶ ବିପକ୍ଷ ଏହି ଟେଷ୍ଟ ପିଙ୍କ୍‌ବଲ୍‌ରେ ଖେଳାଯିବ। ଫ୍ଲଡଲାଇଟ୍‌ରେ ପିଙ୍କ୍‌ବଲର ବ୍ୟବହାର କିପରି ରହିବ ଏହାକୁ ନେଇ ବିଭିନ୍ନ ପ୍ରକାର କଳ୍ପନା ଜଳ୍ପନା ପ୍ରକାଶ ପାଉଛି। ଏହି ଟେଷ୍ଟରେ ଫିଙ୍ଗର ସ୍ପିନରଙ୍କ ଅପେକ୍ଷା ରିଷ୍ଟ ସ୍ପିନର ଅଧିକ ଉପାଦେୟ ସାବ୍ୟସ୍ତ ହେବେ ବୋଲି ଅନୁଭବ କରୁଛନ୍ତି ଟିମ୍‌ ଇଣ୍ଡିଆ ସିନିୟର ଅଫ୍‌ ସ୍ପିନର ହରଭଜନ ସିଂ। ରିଷ୍ଟ ସ୍ପିନରଙ୍କୁ ଖେଳିବା ସହଜ ହେବନାହିଁ ବୋଲି ସେ ପ୍ରକାଶ କରିଛନ୍ତି।
ପିଙ୍କ୍‌ବଲ୍‌ରେ ବ୍ଲାକ୍‌ ଷ୍ଟିଚ୍‌ ରହିଥିବାରୁ ଏହାର ସିମ୍‌ ଧରିବା କଷ୍ଟସାଧ୍ୟ ହେବ। ତେଣୁ ଏ କ୍ଷେତ୍ରରେ ରିଷ୍ଟ ସ୍ପିନରମାନେ ଫାଇଦାରେ ରହିବେ ବୋଲି ସେ କହିଛନ୍ତି। ଭାରତୀୟ ଦଳରେ ଜଣେ ରିଷ୍ଟ ସ୍ପିନର କୁଲଦୀପ ଯାଦବ ରହିଛନ୍ତି। ତେବେ ହରଭଜନ ଚୟନ ପ୍ରକ୍ରିୟା ସମ୍ପର୍କରେ କିଛି କହିବାକୁ ଚାହିଁନାହାନ୍ତି। ”କେଉଁମାନେ ଦଳରେ ଚୟନ ହେବେ ତାହା ଟିମ୍‌ ମ୍ୟାନେଜମେଣ୍ଟ ସ୍ଥିର କରିବ। ତା’ ଉପରେ ମୁଁ କିଛି ମନ୍ତବ୍ୟଦେବା ଠିକ୍‌ ହେବନାହିଁ। ତେବେ ସ୍ପିନରମାନେ ସେମାନଙ୍କ ଖେଳ ଦେଖାଇବା ପୂର୍ବରୁ ଦ୍ରୁତ ବୋଲରଙ୍କୁ ସୁହାଉଥିବା ପିଚ୍‌ରେ ବାଂଲାଦେଶ ବ୍ୟାଟ୍ସମ୍ୟାନଙ୍କୁ ଭାରତୀୟ ସିମରଙ୍କୁ ମୁକାବିଲା କରିବାକୁ ପଡ଼ିବ“ ବୋଲି ହରଭଜନ କହିଛନ୍ତି। ୩ଟା ୩୦ରୁ ୪ଟା ୩୦ ମଧ୍ୟରେ କୋଲକାତାରେ ସୂର୍ଯ୍ୟାସ୍ତ ହୋଇଥାଏ। ଏହି ସମୟରେ ଦ୍ରୁତବୋଲରମାନେ ସର୍ବାଧିକ କ୍ଷତି ଘଟାଇ ଥାଆନ୍ତି। ଭବିଷ୍ୟତରେ ଦିବାରାତ୍ର ଟେଷ୍ଟ ଖେଳିବା ଜାରିରଖିବାକୁ ହେଲେ ଆମକୁ ସ୍ପିନରଙ୍କ ସମ୍ପର୍କରେ ଅଧିକ ଭାବିବାକୁ ପଡ଼ିବ ବୋଲି ସେ କହିଛନ୍ତି।
୨୦୧୬ ଦୁଲିପ ଟ୍ରଫି ପିଙ୍କ୍‌ବଲ୍‌ରେ ଖେଳା ଯାଇଥିଲା। ଏଥିରେ କୁଲଦୀପ କିପରି ଘାତକ ସାବ୍ୟସ୍ତ ହୋଇଥିଲେ ତାହାକୁ ମନେ ପକାଇଛନ୍ତି ଏହି ଅଭିଜ୍ଞ ସ୍ପିନର। ”୨୦୧୬ ଦୁଲୀପ ଟ୍ରଫିରେ କେହି ଜଣେ ମଧ୍ୟ କୁଲଦୀପଙ୍କ ବୋଲିଂକୁ ଠିକ୍‌ଭାବେ ବୁଝିପାରି ନ ଥିଲେ। ଏହି ସଂସ୍କରଣରେ ଲେଗ୍‌ ସ୍ପିନରମାନେ ଅଧିକ ଉଇକେଟ ପାଇଥିଲେ। ଜଣେ ଫିଙ୍ଗର ସ୍ପିନର ବୋଲିଂ କଲାବେଳେ ବଲ୍‌ ସିମ୍‌ ସହିତ ରିଲିଜ୍‌ ହୋଇଥାଏ। ତେଣୁ ସେଥିରୁ ଟର୍ନ ଓ ବାଉନ୍ସ ମିଳିଥାଏ। ବୋଲର ଗୁଗ୍‌ଲି ବୋଲିଂ କଲାବେଳେ ସିମ୍‌ ଧରିବା କଷ୍ଟସାଧ୍ୟ ହୋଇ ଯାଇଥାଏ। ତେବେ ଫିଙ୍ଗର ସ୍ପିନର ହୋଇଥିଲେ ହେଁ ମୁଥୟା ମୁରଲୀଧରନ ଏ କ୍ଷେତ୍ରରେ ଏକ ବ୍ୟତିକ୍ରମ। ସେ ପିଙ୍କ୍‌ ବଲ୍‌ରେ ମଧ୍ୟ ସଫଳତା ପାଇଥାନ୍ତି। କାରଣ ସେ ଭିଡ଼ାଓଟରା ହୋଇଯାଇଥିବା ସିମ୍‌ହାୟତାରେ ଅଫ୍‌ ସ୍ପିନ ଏବଂ ଦୁସ୍‌ରା ବୋଲିଂ କରିପାରନ୍ତି“ ବୋଲି ସେ କହିଛନ୍ତି।
ପିଙ୍କ୍‌ ଏସ୍‌ଜି ବଲ୍‌ ସ୍ପିନରଙ୍କ ପାଇଁ ଚ୍ୟାଲେଞ୍ଜ ସଦୃଶ। କାରଣ ଲାଇଟ୍‌ରେ ଏହା ପରିଷ୍କାର ଦେଖା ଯିବାପାଇଁ ଗାଢ଼ା ରଙ୍ଗର ପ୍ରଲେପ ବ୍ୟବହାର କରାଯାଇଥାଏ। ଗାଢ଼ା ରଙ୍ଗ ଅର୍ଥ ବଲ୍‌ର ଗ୍ରୀପ୍‌ ଭଲ ରହି ନ ଥାଏ। ଏ କ୍ଷେତ୍ରରେ ଫିଙ୍ଗର ସ୍ପିନରଙ୍କ ହାତରୁ ବଲ୍‌ ଖସିଯିବାର ସମ୍ଭାବନା ଥାଏ। କାକର ସମୟରେ ଧଳା ବଲ୍‌ ଓ ପିଙ୍କ୍‌ ବଲ୍‌ରେ ବୋଲିଂର ପାର୍ଥକ୍ୟ ସମ୍ପର୍କରେ ସେ କହିଲେ ଯେ, ଦିବାରାତ୍ର ଗେମ୍ସରେ ଧଳା ବଲ୍‌ ହାତରୁ ସାବୁନ ଖଣ୍ଡପରି ଖସିଥାଏ ବୋଲି ଅନେକଙ୍କ ଧାରଣା ରହିଛି। ମାତ୍ର ତାହା ଠିକ୍‌ ନୁହେଁ। ଧଳା ବଲ୍‌ ହାତରୁ ଖସିଥାଏ ତାହାର କାରଣ ହେଲା ତା ଉପରେ ଥିବା ଆସ୍ତରଣ ଛାଡ଼ି ଯାଥାଏ ଏବଂ ବଲ୍‌ ଓଜନିଆ ହୋଇ ଯାଇଥାଏ। ପିଙ୍କ୍‌ ବଲ୍‌ରେ ଅତିରିକ୍ତ ଆସ୍ତରଣ ଥିବାରୁ ଏହା ସହଜରେ ଛାଡ଼ି ନ ଥାଏ, ତେଣୁ ବଲ୍‌ ଓଜନିଆ ହୋଇ ନ ଥାଏ। ମାତ୍ର ଏହାର ଷ୍ଟିଚ୍‌ ଗୁଡ଼ିକ ଓଦା ହୋଇ ଯାଇଥାଏ, ଯାହାକି ଫିଙ୍ଗର ସ୍ପିନରଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ।
୫୦ କିମ୍ବା ୨୦ ଓଭର ଖେଳରେ ବଲ୍‌ ଓଦା ହୋଇଗଲେ ଲେନ୍ଥ ପରିବର୍ତ୍ତନ କରି ବ୍ୟାଟ୍ସମ୍ୟାନଙ୍କୁ ବ୍ୟାକ୍‌ଫୁଟ୍‌ରେ ଖେଳିବାକୁ ବାଧ୍ୟ କରାଯାଇପାରେ। ମାତ୍ର ଟେଷ୍ଟରେ ସେପରି ଫିଲ୍ଡ ସେଟିଂ କରାଯାଇ ପାରିବ ନାହିଁ। ବଲ୍‌କୁ ଠିକ୍‌ଭାବେ ପିଚ୍‌ କରାଇବାକୁ ପଡ଼ିବ। ଓଦା ସିମ୍‌ରେ ୬ଟି ବଲ୍‌କୁ ଗୋଟିଏ ସ୍ଥାନରେ ପିଚ୍‌ କରାଇବା ସହଜ କଥା ନୁହେଁ। ଘରୋଇ କ୍ରିକେଟରେ ପିଙ୍କ୍‌ବଲରେ ଅଧିକ ଗେମ୍‌ କରାଯିବା ଆବଶ୍ୟକ। ଏହା ହେଲେ ସ୍ପିନରମାନେ ପ୍ରଭାବୀ ହୋଇପାରିବେ। ରଣଜୀ ଟ୍ରଫିରେ ଶୀର୍ଷସ୍ଥାନୀୟ ଜାତୀୟ ଖେଳାଳିଙ୍କ ପାଇଁ ବିସିସିଆଇ ଏକ ଓ୍ବିଣ୍ଡୋ ବାହାର କରିପାରିଲେ ସେମାନେ ଅଧିକ ଅଭିଜ୍ଞ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri