ଦାଦନ ଦୁଃଖ: ମା’ଙ୍କ ଶେଷ ଦର୍ଶନ କରିପାରିଲେନି ଝିଅ

ବରଗଡ଼ ଅଫିସ୍‌,୨୪।୪: ଲକ୍‌ ଡାଉନ କଟକଣା ଲାଗୁ ହେବା ପରେ ଦାଦନ ଦୁଃଖ ବଢ଼ି ଯାଇଛି। ଜିଲା ତଥା ରାଜ୍ୟ ବାହାର ଶ୍ରମିକଙ୍କୁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକମାନେ ଦୋ ଛକିରେ ପଡ଼ିଯାଇଛନ୍ତି। ସେମାନେ ନିଜ ଘରକୁ ଫେରିପାରୁ ନ ଥିବାବେଳେ ଯେଉଁଠାରେ ଅଛନ୍ତି, ସେଠାରେ ମଧ୍ୟ ଭଲ ଭାବେ ଖାଇବାକୁ ମୁଠାଏ ପାଉ ନାହାନ୍ତି। କେବଳ ସେତିକି ନୁହେଁ, ନିଜ ଆତ୍ମୀୟଙ୍କ ମୃତ୍ୟୁ ପରେ ସେମାନେ ମୃତକଙ୍କ ଶେଷ ଦର୍ଶନ କରିବାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି। ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଛେତଗାଁର ଏକ ପରିବାର କ୍ଷେତ୍ରରେ ଏଭଳି ଅଭାବନୀୟ ପରିସ୍ଥିତି ଉପୁଜିଛି ।
ସୂଚନା ଅନୁଯାୟୀ, ଗତ କିଛି ମାସ ତଳେ ଛେତଗାଁ ଗ୍ରାମର ଭୂମିସୁତା ବରିହା ସ୍ବାମୀ ଅଙ୍ଗଦ ଏବଂ ୩ ଶିଶୁ ସନ୍ତାନଙ୍କୁ ଧରି ଉତ୍ତର ପ୍ରଦେଶ ରାଜ୍ୟ ଆମ୍ବେଦକର ନଗର ଜିଲା ଆହ୍ଲାପୁର ଥାନା ଅସ୍ତି ଅଞ୍ଚଳର ଏକ ଇଟାଭାଟିରେ ନିୟୋଜିତ ଅଛନ୍ତି। ଅନ୍ୟପଟେ ଗତ ୨୨ତାରିଖରେ ନିଜ ଘରେ ଭୂମିସୁତାଙ୍କ ମା’ ନାନୁମତୀଙ୍କ ଦେହାନ୍ତ ହୋଇଛି । ଏହି ଖବର ଭୂମିସୁତା ପାଇଥିଲେ ମଧ୍ୟ ଲକ୍‌ ଡାଉନ୍‌ ଯୋଗୁ ସେ ଘରକୁ ଫେରି ପାରି ନ ଥିଲେ ଏବଂ ମା’ଙ୍କ ଶେଷ ଦର୍ଶନରୁ ବଞ୍ଚିତ ହୋଇଥିଲେ।
ତେବେ ଅଞ୍ଚଳର ସାମାଜିକ କର୍ମୀ ଦୀପା ବାରିକ ଏହି ଖବର ପାଇବା ପରେ ଭୂମିସୁତାଙ୍କ ପରିବାର ଲୋକେ କିଭଳି ନିଜ ଘରକୁ ଫେରିବେ ଏବଂ ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେଇ ପାରିବେ, ସେ ନେଇ ପ୍ରୟାସ ଆରମ୍ଭ କରିଛନ୍ତି । ଏ ନେଇ ଦୀପା ଉତ୍ତର ପ୍ରଦେଶ ସରକାର ତଥା ସେଠାକାର ପ୍ରଶାସନକୁ ଟୁଇଟ୍‌ କରି ସେହି ପରିବାର ଲୋକଙ୍କୁ ଘରକୁ ଫେରିବାରେ ସହଯୋଗ କରିବାକୁ ନିବେଦନ କରିଛନ୍ତି । ଦୀପାଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri