ଦଳୀୟ ଗଣତନ୍ତ୍ରର ଅଭାବ

ଆକାର ପଟେଲ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଆସନ୍ତା ସପ୍ତାହରେ ଦଳ ନୂଆ ନେତା ବାଛିବ। ରାହୁଲଙ୍କ ଇସ୍ତଫା ପରେ ବର୍ତ୍ତମାନ କଂଗ୍ରେସରେ ନେତୃତ୍ୱ ସଂକଟ ଦେଖାଦେଇଛି ଏବଂ ଗୋଆ ଓ କର୍ନାଟକ ପରି ରାଜ୍ୟରେ ଆମେ ବର୍ତ୍ତମାନ ଯାହା ଦେଖିବାକୁ ପାଉଛୁ, ତାହା ସେହି ନେତୃତ୍ୱ ସଂକଟର ପରିଣାମ। ନୂଆ ନେତା କାର୍ଯ୍ୟଭାର ଗ୍ରହଣ କରିବା ପରେ କିଛି ସମସ୍ୟା ଦୂର ହୋଇଯିବ ମାତ୍ର ଅନ୍ୟ ସମସ୍ୟାଗୁଡ଼ିକ ସେମିତି ରହିଯିବ। କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷଙ୍କ ପାଇଁ ଆଗାମୀ ଅନେକ ବର୍ଷ ଆହ୍ବାନ ସୃଷ୍ଟି କରିବ। ନୂଆ ନେତା କିପରି ବଛାଯିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଦଳ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦଳର ବରିଷ୍ଠ ନେତା ଏବଂ କଂଗ୍ରେସ ମୁଖ୍ୟମନ୍ତ୍ରୀମାନେ ତାଙ୍କ ସହକର୍ମୀମାନଙ୍କୁ ବନ୍ଦ ଲଫାପାରେ ନିଜ ମନପସନ୍ଦର ନେତାଙ୍କ ନାମ ଲେଖି ପଠାଇବାକୁ କହିଛନ୍ତି। ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ବିଚାରବିମର୍ଶ କରି ସବୁଠୁ ଲୋକପ୍ରିୟ ନାମଗୁଡ଼ିକୁ ପୁଣି ଶର୍ଟଲିଷ୍ଟ କରାଯିବ। ତା’ପରେ ଏହି ସଂକ୍ଷିପ୍ତୀକୃତ ତାଲିକାକୁ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି)କୁ ପଠାଯିବ। ଏହି କମିଟି ନୂଆ ନେତା ବାଛିବ ବୋଲି ଜଣାପଡ଼ିଛି। ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କୁମାରୀ ସେଲ୍‌ଜା ଓ ଅମ୍ବିକା ସୋନି- ଏହି ଚାରିଜଣ ମହିଳାଙ୍କ ସମେତ ସିଡବ୍ଲ୍ୟୁସିରେ ମୋଟ ୨୪ ଜଣ ସଦସ୍ୟ ଅଛନ୍ତି। ୨୦ ଜଣ ପୁରୁଷଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଅହମଦ ପଟେଲ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା, ଊମେନ୍‌ ଚାଣ୍ଡି ଓ ତରୁଣ ଗୋଗୋଇ ପ୍ରମୁଖ।
ଗୋଟିଏ ଦୃଷ୍ଟିରୁ ଦେଖିବାକୁ ଗଲେ ନୂଆ ନେତା ବାଛିବା ଦଳ ପାଇଁ ଏକ ଭଲ ଖବର। କାରଣ ଏହାଦ୍ୱାରା ଦଳ ୨୦୧୯ ପରାଜୟ ପରେ ଆଗକୁ ବଢ଼ିପାରିବ ଏବଂ ଦଳ ଗୋଟିଏ ପରିବାର ଦ୍ୱାରା ପରିଚାଳିତ ବୋଲି ଯେଉଁ ଅଭିଯୋଗ ହୋଇଆସୁଛି, ସେ ଅଭିଯୋଗରୁ ମୁକ୍ତ ହେବ। ଅନ୍ୟ ଦୃଷ୍ଟିରୁ ଦେଖିଲେ ଯେଉଁପରି ଭାବରେ ଦେଶରେ ରାଜନୈତିକ ଦଳଗୁଡ଼ିକ ପରିଚାଳିତ ହେଉଛନ୍ତି, ତା’ର ଏକ ପୁନଃ ସଂଜ୍ଞା ନିରୂପଣ କରିବା ଲାଗି କଂଗ୍ରେସ ସୁଯୋଗ ପାଇବ। ଏହାର ଅର୍ଥ କ’ଣ ବୁଝିବାକୁ ହେଲେ ଅନ୍ୟ ଗଣତନ୍ତ୍ରଗୁଡ଼ିକରେ କିପରି ବ୍ୟବସ୍ଥା ଚାଲିଛି ଦେଖିବା ଦରକାର। ଇଂଲଣ୍ଡର ଶାସକ ଦଳ ହେଉଛି କଞ୍ଜର୍ଭେଟିଭ୍‌ ପାର୍ଟି। ୟୁରୋପୀୟ ସଂଘ ସହ ତାଙ୍କ ଦେଶ ରହିବ କି ନା ଏହି ସମସ୍ୟାର ସମାଧାନ କରିବାରେ ବିଫଳ ହେବାରୁ ଏହାର ପ୍ରଧାନମନ୍ତ୍ରୀ ନିଜର ପଦତ୍ୟାଗ କରିଛନ୍ତି। ଏବେ କଞ୍ଜର୍ଭେଟିଭ୍‌ ସରକାର ବଳବତ୍ତର ଅଛି ଏବଂ ଦଳକୁ ଏକ ନୂଆ ନେତା ବାଛିବାକୁ ପଡ଼ିବ, ଯିଏ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ। ନେତା ବାଛିବା ପାଇଁ ଦଳର ସଦସ୍ୟମାନେ ଭୋଟ ଦେଉଛନ୍ତି। ଅନେକ ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ଦୌଡ଼ରେ ଅଛନ୍ତି। ପାର୍ଲାମେଣ୍ଟାରିଆନ୍‌ମାନେ ପ୍ରଥମ ଓ ଦ୍ୱିତୀୟ ପସନ୍ଦର ବ୍ୟକ୍ତିଙ୍କୁ ଭୋଟ ଦେଇଛନ୍ତି ଏବଂ ତାହା ମାଧ୍ୟମରେ ୧୦ ଜଣଙ୍କ ମଧ୍ୟରୁ ବଛାହୋଇ ଶେଷକୁ ଦୁଇଜଣ ପ୍ରାର୍ଥୀ ରହିଛନ୍ତି। ସେମାନେ ହେଉଛନ୍ତି ବୋରିସ୍‌ ଜନ୍‌ସନ ଏବଂ ଜେରେମି ହଣ୍ଟ। ସେମାନେ ଏବେ ଦେଶ ସାରା ଦଳୀୟ ସଦସ୍ୟମାନଙ୍କୁ ନିଜ ସପକ୍ଷରେ ଭୋଟ ଦେବା ପାଇଁ ପ୍ରଚାର କରୁଛନ୍ତି। ୧.୨ ଲକ୍ଷ କଞ୍ଜର୍ଭେଟିଭ୍‌ ପାର୍ଟି ସଦସ୍ୟ ଯାହାଙ୍କୁ ଅଧିକ ଭୋଟ ଦେବେ ସେ ହେବେ ଇଂଲଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ।
ଆମେରିକାରେ ଡେମୋକ୍ରାଟ୍‌ମାନେ ବିରୋଧୀ ଦଳରେ ଅଛନ୍ତି। ଡୋନାଲ୍‌ଡ ଟ୍ରମ୍ପଙ୍କ ପ୍ରଥମ ପାଳି ଆସନ୍ତାବର୍ଷ ଶେଷ ହେବ ଏବଂ ଡେମୋକ୍ରାଟ୍‌ମାନେ ସ୍ଥିର କରିବେ ସେମାନଙ୍କ ମଧ୍ୟରୁ କିଏ ଟ୍ରମ୍ପଙ୍କ ବିରୋଧରେ ଲଢ଼ିବେ। ଏପର୍ଯ୍ୟନ୍ତ ୨୫ ଜଣ ଡେମୋକ୍ରାଟ୍‌ ପ୍ରାର୍ଥୀ ହେବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନ୍‌, ଭାରତୀୟ ବଂଶୋଦ୍ଭବ ଦୁଇଜଣ ମହିଳା ତୁଲ୍‌ସୀ ଗାବ୍ବାର୍ଡ ଓ କମଲା ହାରିସ୍‌, ଏକ ଛୋଟ ସହରର ମେୟର, ନ୍ୟୁୟର୍କର ମେୟର ଏବଂ କେତେକ ସିନେଟର। ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ଲଢ଼ିବା ପାଇଁ ନିଜ ଦଳରୁ ଯୋଗ୍ୟ ପ୍ରାର୍ଥୀ ଚୟନ କରିବା ଲାଗି ପ୍ରତ୍ୟେକ ପଞ୍ଜୀକୃତ ଡେମୋକ୍ରାଟିକ୍‌ ପାର୍ଟି ସଦସ୍ୟଙ୍କୁ ସୁଯୋଗ ମିଳିବ। ଆସନ୍ତାବର୍ଷ ଫେବୃୟାରୀ ୩ ତାରିଖରେ ଆୟୋଓ୍ବା ରାଜ୍ୟରୁ ଡେମୋକ୍ରାଟ୍‌ମାନଙ୍କର ଏହି ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇ ଜୁନ୍‌ ମାସ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ପ୍ରାର୍ଥୀମାନେ ଦେଶ ସାରା ବୁଲି ନିଜର ନୀତି ଏବଂ ବିଭିନ୍ନ ପ୍ରସଙ୍ଗରେ ନିଜର ସ୍ଥିତି ସମ୍ପର୍କରେ ଲୋକଙ୍କୁ ବୁଝାଇବେ। ଆମେରିକାରେ ୧୨ କୋଟି ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରୁ ୪.୫ କୋଟି ହେଉଛନ୍ତି ପଞ୍ଜୀକୃତ ଡେମୋକ୍ରାଟ୍‌, ୩.୨ କୋଟି ହେଉଛନ୍ତି ପଞ୍ଜୀକୃତ ରିପବ୍ଲିକାନ୍‌ ଏବଂ ଅବଶିଷ୍ଟ ସ୍ବାଧୀନ। ସୁତରାଂ ପ୍ରାର୍ଥୀ ବାଛିବା ପ୍ରକ୍ରିୟାରେ ଇଂଲଣ୍ଡ ଅପେକ୍ଷା ଆମେରିକାରେ ଅଧିକ ଲୋକ ଅଂଶଗ୍ରହଣ କରିଥାନ୍ତି। କିନ୍ତୁ ଆମକୁ ସ୍ବୀକାର କରିବାକୁ ହେବ ଯେ ଏ ଦୁଇ ଦେଶରେ ଏହି ପ୍ରକ୍ରିୟା ହେଉଛି ଉନ୍ମୁକ୍ତ ଓ ଗଣତାନ୍ତ୍ରିକ।
ଭାରତରେ ଦଳୀୟ ରାଜନୈତିକ ବ୍ୟବସ୍ଥା ଇଂଲଣ୍ଡ ଓ ଆମେରିକା ପରି ଗଣତାନ୍ତ୍ରିକ ନୁହେଁ। ଗୋଟିଏ ମୁଖ୍ୟ ସମସ୍ୟା ହେଉଛି ପରିବାର-ଚାଳିତ ଦଳ, ଯାହା ପ୍ରାୟ ସବୁ ରାଜ୍ୟରେ ଅଛି। ଏପରି କୌଣସି ଦଳ ନାହିଁ, ଯେଉଁଥିରେ ସ୍ବଜନ ପକ୍ଷପାତ ନାହିଁ। ତା’ଠୁ ବଡ଼ ସମସ୍ୟା ହେଉଛି କୌଣସି ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ବ୍ୟବସ୍ଥା ନାହିଁ। ତେବେ ଇଂଲଣ୍ଡ ଓ ଆମେରିକା ପରି ଦେଶରେ ପରିବାରର ସମ୍ପୃକ୍ତି ଯେ ଆଦୌ ନାହିଁ, ତାହା ନୁହେଁ- କେନେଡି ଓ କ୍ଲିଣ୍ଟନମାନେ ହେଉଛନ୍ତି ତା’ର ଦୃଷ୍ଟାନ୍ତ। କିନ୍ତୁ ସେମାନେ ଦଳ ଦ୍ୱାରା ଭୋଟ ମାଧ୍ୟମରେ ନିର୍ବାଚିତ ହୁଅନ୍ତି। ଭାରତରେ ବିନା ଭୋଟିଂ ପ୍ରକ୍ରିୟାରେ ପ୍ରାର୍ଥୀମାନଙ୍କୁ ଲୋକ ସଭା ନିର୍ବାଚନ ଲଢ଼ିବା ପାଇଁ ଟିକେଟ ଦିଆଯାଏ। ବିଧାନସଭା ଓ ନିଗମ ନିର୍ବାଚନଗୁଡ଼ିକରେ ସେଇ ଏକା ଅବସ୍ଥା। କୌଣସି ଦଳରେ ରାଜ୍ୟ ସଭା ଟିକେଟ ଦେବା ବ୍ୟବସ୍ଥାରେ ଆଦୌ ସ୍ବଚ୍ଛତା ନ ଥାଏ। ଦଳର ମୁଖିଆ ଯାହାକୁ ଚାହିଁବେ ତାକୁ ଟିକେଟ ଦେଇପାରିବେ। ତାଙ୍କୁ ଏଥିପାଇଁ ଦଳର ସଦସ୍ୟମାନଙ୍କୁ ବା ସାଧାରଣ ଜନତାଙ୍କୁ କୈଫିୟତ୍‌ ଦେବାକୁ ପଡ଼େ ନାହିଁ। ନିଜକୁ ବଦଳାଇବା ପାଇଁ କଂଗେସ ହାତରେ ଏବେ ଦୁଇଟି ସୁଯୋଗ ଅଛି। ପ୍ରଥମଟି ହେଉଛି ଗଣତାନ୍ତ୍ରିକ ପ୍ରକ୍ରିୟାରେ ନୂଆ ନେତା ବାଛିବା ଏବଂ ଦ୍ୱିତୀୟଟି ହେଉଛି ନୂଆ ନେତା ଦଳକୁ ଆଗେଇ ନେବା ପାଇଁ ଦଳରେ କିଛି ସଂସ୍କାର ଆଣିବା।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?