ଥମୁନି ହାତୀ ଉପଦ୍ରବ

ଔପଦା, ୧୧।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ଗଡ଼ସାହି ପଞ୍ଚାୟତ ଗଡ଼ସାହି ଓ ଭରଡ଼ାବାଟି ଗ୍ରାମରେ ହାତୀ ଉପଦ୍ରବ ଥମିବାର ନଁା ଧରୁନି। ଫଳରେ ଚାଷୀମାନେ ଅସନ୍ତୁଷ୍ଟ ହୋଇ ଚାଷ ଛାଡିଦେବେ ବୋଲି ଚେତାବନୀ ଦେଇଛନ୍ତି।
କୁଲଡ଼ିହା ହାତୀ ଅଭୟାରଣ୍ୟ ସଂଲଗ୍ନ ପାହାଡ଼ିତଳି ଆଦିବାସୀ ଗ୍ରାମ ଭରଡ଼ାବାଟି, ଗଡ଼ସାହି ଓ ଅତାସାହି ସଂଲଗ୍ନ ଧାନ କ୍ଷେତରେ ସଞ୍ଜ ହେବା ବେଳକୁ ହାଜର ହୋଇଯାଉଛନ୍ତି। ଯେତିକି ଖାଉଛନ୍ତି ତାହାଠୁ ଅଧିକ ଦଳଚକଟି ଧାନକ୍ଷେତ ନଷ୍ଟ କରି ଦେଉଛନ୍ତି। ଚାଷୀମାନେ ସଂଘବଦ୍ଧ ହୋଇ ହାତୀ ଘଉଡ଼ାଇବା ପାଇଁ ଗଛରେ ମଞ୍ଚା ବାନ୍ଧି ରାତି ଉଜାଗର ରହୁଛନ୍ତି। ମାତ୍ର କିଛି ଲାଭ ହେଉନି। ହାତୀପଲ ଆସିଲେ ଚାଷୀମାନେ ବାଣ ଫୁଟାଇବା ସହ ଘଣ୍ଟା ବଜାଇ ହୋହଲ୍ଲା କଲେ ମଧ୍ୟ କିଛି ଫରକ ପଡୁନାହିଁ। ଏ ନେଇ ଗଡ଼ସାହି ଗ୍ରାମର ନଟବର ଗିରି, ଦୁର୍ଯ୍ୟୋଧନ ଖେଜୁରିଆ, ବନମାଳି ମଢ଼େଇ, ମଙ୍ଗୁଳୁ କୁଅଁର, ଗୋପୀନାଥ କୁଅଁର, ଭରଡ଼ାବାଟି ଗ୍ରାମର ହରିହର ଖଟୁଆ, ପୁନ ବିଶ୍ୱାଳ, ଗୌତମ ଗଡ଼ଗାୟାଁ ଓ ଅତାସାହି ଗ୍ରାମର ପ୍ରଶାନ୍ତ ବେହେରା, କାଳନ୍ଦ୍ରୀ ଲେଙ୍କା ପ୍ରମୁଖ ହାତୀ ଉପଦ୍ରବ ପାଇଁ ହତାଶ ହୋଇ ଚାଷ ଛାଡ଼ି ଦେବାକୁ ସ୍ଥିର କରିଥିବା କହିଛନ୍ତି। ଅନ୍ୟପକ୍ଷରେ ହାତୀ ଉପଦ୍ରବ ରୋକିବା ସହ ଏହାର ସ୍ଥାୟୀ ପ୍ରତିକାର କରିବାକୁ ବନବିଭାଗ ନିକଟରେ ଚାଷୀମାନେ ଦାବି ଜଣାଇଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ବନବିଭାଗ ପଦାଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଚିତ୍‌ କ୍ଷତିପୂରଣ ଦେବାକୁ ପଦକ୍ଷେପ ନେଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri