ଥଇଥାନ ପରେ ଉଚ୍ଛେଦ କରାଯାଉ

ବାଲେଶ୍ୱର ଅଫିସ,୨୪।୨- ବାଲେଶ୍ୱର ସହର ଫାଣ୍ଡିଛକସ୍ଥିତ ଓଭରବ୍ରିଜ୍‌ ତଳେ ଦୋକାନ କରିଥିବା ବ୍ୟବସାୟୀମାନଙ୍କୁ ୧୫ଦିନ ମଧ୍ୟରେ ଉଚ୍ଛେଦ ପାଇଁ ବ୍ରିଟ୍‌ ପକ୍ଷରୁ ନୋଟିସ୍‌ ଦିଆଯାଇଛି। ଏହାର ପ୍ରତିବାଦରେ ବ୍ୟବସାୟୀ ସଂଘ ପକ୍ଷରୁ ଶନିବାର ସନ୍ଧ୍ୟାରେ ମିଳିତ ବୈଠକ କରି ଥଇଥାନ ପରେ ଉଚ୍ଛେଦ ପାଇଁ ଦାବି କରିଛନ୍ତି। ଦୀର୍ଘ ୩୫ବର୍ଷ ତଳେ ବ୍ରିଟ୍‌ ପକ୍ଷରୁ ୨ଶହରୁ ଅଧିକ ଦୋକାନଗୃହ ନିର୍ମାଣ କରାଯାଇ ଭଡ଼ା ସୂତ୍ରରେ ବିଭିନ୍ନବର୍ଗର ଲୋକମାନଙ୍କୁ ଦିଆଯାଇଥିଲା। ତେବେ ଓଭରବ୍ରିଜ୍‌ର ମରାମତି ନାମରେ ହଠାତ୍‌ ଦୋକାନୀମାନଙ୍କୁ ୧୫ଦିନ ମଧ୍ୟରେ ଦୋକାନ ଖାଲି କରିବା ପାଇଁ ବ୍ରିଟ୍‌ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ସେଠାରେ ଦୋକାନ କରୁଥିବା ବ୍ୟବସାୟୀମାନେ ଦୋକାନ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବାବେଳେ ସେମାନଙ୍କୁ ବ୍ରିଟ୍‌ ପକ୍ଷରୁ କୌଣସି ପ୍ରକାର ଥଇଥାନ କରାଯିବା କୁହା ନ ଯାଇ ରାତାରାତି ଦୋକାନ ଖାଲି କରିବା ପାଇଁ ନୋଟିସ୍‌ ଦେବା ଘଟଣାର ପ୍ରତିବାଦ କରାଯାଇଛି।
ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ରଞ୍ଜନ ବାଗ ଏହି ସଭାରେ ଅଧ୍ୟକ୍ଷତା କରି ସମସ୍ତ ବ୍ୟବସାୟୀମାନଙ୍କୁ ଏକଜୁଟ୍‌ ହେବା ପାଇଁ ଆହ୍ବାନ ଦେଇଥିଲେ। ସ୍ଥାନୀୟ ଜନପ୍ରତିନିଧି ଏବଂ ରାଜନେତାମାନେ ଏହି ଗରିବ ଦୋକାନୀମାନଙ୍କ ଥଇଥାନ ପ୍ରତି ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଥିଲେ। ସଂଘର ସଭାପତି ଅଜୟ କୁମାର ବିଶ୍ୱାଳ କାର୍ଯ୍ୟକ୍ରମରେ ଯୋଗଦେଇ ବ୍ରିଟ୍‌ ତରଫରୁ ଦୋକାନୀମାନଙ୍କ ପ୍ରତି ଦିଆଯାଇଥିବା ନୋଟିସ୍‌କୁ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି କହିଥିଲେ। ବ୍ରିଜ୍‌ ତଳେ ଥିବା ଦୋକାନ ଦ୍ୱାରା ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ହଜାର ହଜାର ଲୋକ ପ୍ରତିପୋଷିତ ହେଉଥିବାବେଳେ ସେମାନଙ୍କ ସ୍ବାର୍ଥକୁ ବ୍ରିଟ୍‌ କର୍ତ୍ତୃପକ୍ଷ ଅଣଦେଖା କରିବା ଚଳିବ ନାହଁି ବୋଲି ସେ କହିବା ସଙ୍ଗେ ସଙ୍ଗେ ବ୍ୟବସାୟୀମାନେ ଐକ୍ୟବଦ୍ଧ ହୋଇ ଏହାର ମୁକାବିଲା କରିବା ଆବଶ୍ୟକ ବୋଲି କହିଥିଲେ। ପ୍ରାକ୍ତନ କାଉନ୍‌ସିଲର ଶମ୍ଭୁ ସିଂ, ବ୍ୟବସାୟୀ ସଂଘର ନେତା ରାଜେନ୍ଦ୍ର ଚାଟାର୍ଜୀ, କିଶୋର ଚନ୍ଦ୍ର ମହାପାତ୍ର, ସୋମନାଥ ପ୍ରସାଦ ଦାସ ଏବଂ ସମାଜସେବୀ ମଧୁସୂଦନ ଷଡ଼ଙ୍ଗୀ ପ୍ରମୁଖ ଉଦ୍‌ବୋଧନ ଦେଇ ଦୋକାନୀମାନଙ୍କ ସହିତ ସେ ଯେକୌଣସି ପରିସ୍ଥିତିରେ ରହିବେ ଏବଂ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସଭାକାର୍ଯ୍ୟ ଶେଷରେ ଦୋକାନୀମାନଙ୍କୁ ନେଇ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା। ବୈଠକରେ ୫ଶହରୁ ଊର୍ଦ୍ଧ୍ୱ ଦୋକାନୀ ଓ ତାଙ୍କ ପରିବାର ଲୋକେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri