ତ୍ରିରଙ୍ଗା ପଗଡି, ତ୍ରିରଙ୍ଗା ମାଳ ପିନ୍ଧି ବିବାହ କଲେ ଦମ୍ପତି

ସମ୍ଭଲ, ୪।୨: ଉତ୍ତର ପ୍ରଦେଶର ସମ୍ଭଲରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି। ଚନ୍ଦୌସିର ଜଣେ ବ୍ୟକ୍ତି ପରିବହନ ବିଭାଗରେ କାମ କରୁଥିବା ବେଳେ ସେ ତାଙ୍କ ପୁଅର ବିବାହ ନିଆରା ଢଙ୍ଗରେ କରିଛନ୍ତି। ଏଥିରେ ବର ତ୍ରିରଙ୍ଗାର ତିନି ରଙ୍ଗରେ ତିଆରି ପଗଡି ପିନ୍ଧିଥିବା ବେଳେ କନ୍ୟାକୁ ଏହି ତ୍ରିରଙ୍ଗା ରଙ୍ଗରେ ତିଆରି କରାଯାଇଥିବା ଏକ ମାଳା ପିନ୍ଧାଇଥିଲେ। କେବଳ ସେତିକି ନୁହେଁ ଜନସଂଖ୍ୟା ନିୟନ୍ତ୍ରଣକୁ ଆଇନରେ ପରିଣତ କରିବାକୁ ଏକ ଫ୍ଲେକ୍ସ ତିଆରି କରି ବିବାହ ମଣ୍ଡପ ନିକଟରେ ଲଗାଯାଇଥିବା ଦେଖାଯାଇଛି। ଦେଶର ଜନସଂଖ୍ୟା ଆସନ୍ତା ୨ ବର୍ଷ ମଧ୍ୟରେ ୧୫୦ କୋଟି ଅତିକ୍ରମ କରିବାକୁ ବସିଥିବାରୁ ସେ ଏପରି କରିଥିବା କହିଛନ୍ତି। ଏମିତିକି ମଣ୍ଡପକୁ ମଧ୍ୟ ତ୍ରିରଙ୍ଗାର ତିନି ରଙ୍ଗରେ ସଜାଯାଇଥିଲା। ଆହୁରି ମଧ୍ୟ ବିବାହ ସମୟରେ ଦେଶଭକ୍ତି ଗୀତ ଶୁଣିବାକୁ ମିଳିଥିଲା। ଚନ୍ଦୌସିର ପରିବହନ ବିଭାଗରେ କାମ କରୁଥିବା ଅନିଲ ମିଶ୍ରଙ୍କ ପୁଅ ମୋହିତ ମିଶ୍ରଙ୍କ ବିବାହରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ମୋହିତ ମିଶ୍ର ସୋମବାର ସୋନମ ପାଠକଙ୍କୁ ବିବାହ କହିଛନ୍ତି।

ସୂଚନାଯୋଗ୍ୟ, ଏହି ବିବାହରେ ଯେଉଁ ନିମନ୍ତ୍ରଣ ପତ୍ର ବଣ୍ଟାଯାଇଥିଲା ସେଥିରେ ହିନ୍ଦୀରେ ଗୋଟିଏ ଲାଇନ୍‌ ଲେଖି ସିଏଏ ଓ ଏନ୍‌ଆର୍‌ସିକୁ ସମର୍ଥନ ଜଣାଇ କିଛି ବାର୍ତ୍ତା ମଧ୍ୟ ଦିଆଯାଇଥିଲା। ତେବେ ଦେଶରେ ସିଏଏ ଓ ଏନ୍‌ଆର୍‌ସିକୁ ବିରୋଧ କରି ହିଂସା ଭଳି ପରିସ୍ଥିତି ଉପୁଜିବା ଓ ଅନେକ ଗାଡି ମୋଟର ପୋଡି ଦେବା ଭଳି ଘଟଣା ଅନିଲଙ୍କୁ ଆଦୌ ଭଲ ଲାଗି ନ ଥିଲା। ସେଥିପାଇଁ ସେ ନିଜ ପୁଅଙ୍କ ବିବାହ କାର୍ଡରେ ସିଏଏ ଓ ଏନ୍‌ଆର୍‌ସିକୁ ସମର୍ଥନ ଜଣାଇବା ସହ ଏହାର ବାସ୍ତବିକତା ସମ୍ପର୍କରେ ସୂଚନା ଦେଇଥିଲେ। ଏବେ ସେ ତାଙ୍କ ପୁଅର ବିବାହକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିବା କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

ଟିଏମ୍‌ସି ନେତା ଅଭିଷେକଙ୍କୁ ଆକ୍ରମଣ

କୋଲକାତା,୩୦।୫: ଟିଏମ୍‌ସି ନେତା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ ଶନିବାର ସନ୍ଧ୍ୟାରେ କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri