Posted inଖେଳ

ତୃତୀୟ ଟି୨୦: ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ମୁମ୍ବାଇ,୧୧।୧୨(ପି.ଟି.)- ନିର୍ଣ୍ଣାୟକ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ବୁଧବାର ମୁହାଁମୁହିଁ ହେବେ। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯିବାକୁ ଥିବା ସିରିଜର ଏହି ଅନ୍ତିମ ମ୍ୟାଚ୍‌ ଜିତି ଉଭୟ ଦଳ ସିରିଜ ହାତେଇବାକୁ ଚେଷ୍ଟା କରିବେ। ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୧ ସମାନ ସ୍ତରରେ ରହିଥିବା ବେଳେ ଏହି ମ୍ୟାଚ୍‌ ଜିତିବାକୁ ଭାରତ ଆଗରେ ଏକାଧିକ ଚ୍ୟାଲେଞ୍ଜ ରହିଛି। ହାଇଦ୍ରବାଦ୍‌ରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ୮ଟି ବଲ ବାକି ରଖି ୬ ଉଇକେଟରେ ବିଜୟୀ ହୋଇଥିଲା। ତେବେ ଥିରୁଭାନନ୍ତପୁରମରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରି ଓ୍ବେଷ୍ଟଇଣ୍ଡିଜ ୯ଟି ବଲ ବାକି ରଖି ୮ ଉଇକେଟରେ ବିଜୟ ହାସଲ କରି ସିରିଜକୁ ସମାନ ସ୍ଥିତିକୁ ଆଣିଥିଲା।
ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବା ବେଳେ ଏକ ଦୃଢ଼ ତଥା ସନ୍ତୁଳିତ ଦଳ ଗଠନ ନେଇ ଭାରତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛି। ଯୁବ ଅଫ୍‌ ସ୍ପିନର ଓ୍ବାଶିଂଟନ ସୁନ୍ଦର ଓ କଡ଼ା ସମାଲୋଚନାର ସମ୍ମୁଖୀନ ହୋଇଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଉଭୟ କିପିଂ ଓ ବ୍ୟାଟିଂରେ ଆଶାନୁରୂପ ପ୍ରଦର୍ଶନ କରିବାରେ ପନ୍ତ ସେତେଟା ସଫଳତା ହାସଲ କରିପାରି ନାହାନ୍ତି। ଟିମ୍‌ ମ୍ୟାନେଜମେଣ୍ଟ ଏହି ମ୍ୟାଚ୍‌ରେ ସୁନ୍ଦରଙ୍କୁ କିମ୍ବା ଚାଇନାମ୍ୟାନ ବୋଲର କୁଲଦୀପ ଯାଦବଙ୍କୁ ଖେଳାଇବେ ତାହା ଦେଖିବାକୁ ବାକି ରହିଲା। ଗତ ୫ଟି ଟି୨୦ରେ ସୁନ୍ଦର ମାତ୍ର ୩ଟି ଉଇକେଟ ହାସଲ କରିଛନ୍ତି। ୨ଟି ଓ୍ବେଷ୍ଟଇଣ୍ଡିଜ୍‌ ଓ ୩ଟି ବାଂଲାଦେଶ ବିପକ୍ଷରେ। ମୋଟ ଉପରେ ୨୩ ଓଭର ବୋଲିଂ କରି ସେ ୧୪୪ ରନ ବ୍ୟୟ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇଟି ଟି୨୦ରେ ସେ କୌଣସି ଉଇକେଟ ହାସଲ କରି ନ ଥିଲେ। ସୁନ୍ଦରଙ୍କ ଫିଲ୍ଡିଂ ମଧ୍ୟ ସେତେଟା ଭଲ ହୋଇ ନାହିଁ ଓ ଅଧିନାୟକ ବିରାଟ କୋହଲି ଏଥିପାଇଁ ଚିନ୍ତିତ ରହିଛନ୍ତି। ଗତ ମ୍ୟାଚ୍‌ରେ ସେ ଲେଣ୍ଡେଲ ସିମନ୍ସଙ୍କ କ୍ୟାଚ୍‌ ହାତଛଡ଼ା କରିଥିଲେ। ଫଳରେ ସିମନ୍ସ ୪୫ଟି ବଲର ସମ୍ମୁଖୀନ ହୋଇ ୬୭ ରନ କରି ଦଳର ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ଅନ୍ୟପଟେ କୁଲଦୀପ ଗତ ଫେବୃୟାରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷଥର ପାଇଁ ଟି୨୦ ଖେଳିଥିଲେ। ଚଳିତ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍‌ରେ ସେ ବେଞ୍ଚ୍‌ରେ ବସିଥିଲେ। ସେହିପରି ପନ୍ତଙ୍କୁ ମହେନ୍ଦ୍ର ସିଂ ଧୋନୀଙ୍କ ଉତ୍ତରାଧିକାରୀ ବିବେଚନା କରାଯାଉଥିବା ବେଳେ ତାଙ୍କ ଉପରେ ଜବରଦସ୍ତ ଚାପ ରହିଛି। ସେ ତାଙ୍କୁ ପୁରୁଣା ଫର୍ମ ଫେରିପାଇବା ପାଇଁ ପ୍ରୟାସ କରୁଛନ୍ତି। ଗତ ୭ଟି ଟି୨୦ରେ ପନ୍ତ ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଅପରାଜିତ ୩୩, ୧୮, ୬, ୨୭, ୧୯, ୪ ରନ ସଂଗ୍ରହ କରିଛନ୍ତି। ଗତ ଅଗଷ୍ଟରେ ସେ ଶେଷଥର ପାଇଁ ପ୍ରୋଭିଡେନ୍ସରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଟି୨୦ ଅର୍ଦ୍ଧଶତକ ହାସଲ କରିଥିଲେ। ଅନ୍ୟତମ ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଭଲ ଫର୍ମରେ ରହିଛନ୍ତି ଓ ସୁଯୋଗ ପାଇବା ଅପେକ୍ଷାରେ ରହିଥିବା ବେଳେ ପନ୍ତଙ୍କୁ ଏବେ ଭଲ ପ୍ରଦର୍ଶନ କରିବା ଛଡ଼ା ଅନ୍ୟ ଉପାୟ ନାହିଁ।
ମୋଟାମୋଟି ଉପରେ ଦେଖିବାକୁ ଗଲେ ବ୍ୟାଟିଂ ଭାରତ ପାଇଁ କେବେବି ସମସ୍ୟା ସୃଷ୍ଟି କରିପାରିନାହିଁ। ପ୍ରଥମ ଦୁଇଟି ମ୍ୟାଚ୍‌ରେ ତାରକା ଓପନର ରୋହିତ ବିଫଳ ହୋଇଛନ୍ତି। ହୋମ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ରେ ତାଙ୍କର ଚମକ ପୁଣି ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ଲୋକେଶ ରାହୁଲ, କୋହଲି ଭଲ ରନ୍‌ ସଂଗ୍ରହ କରିଛନ୍ତି। ଶିବମ୍‌ ଦୁବେ ମଧ୍ୟ କ୍ୟାରିୟରର ପ୍ରଥମ ଟି୨୦ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ଛକା ମାରିବାର ତାଙ୍କର କ୍ଷମତା ରହିଛି। ଦୁବେ ଓ ଶ୍ରେୟାସ ଆୟାର ମଧ୍ୟ ନିଜ ହୋମ ଗ୍ରାଉଣ୍ଡରେ କମାଲ କରିବା ଆଶା କରାଯାଉଛି।
ବୋଲିଂ ଭାରତ ପାଇଁ ସାମାନ୍ୟ ଚିନ୍ତା ସୃଷ୍ଟି କରିଛି। ପ୍ରଥମ ଦୁଇଟି ମ୍ୟାଚ୍‌ରେ ଦୀପକ ଚହର ଓ ଭୁବନେଶ୍ୱର କୁମାର ରନ ବୟ କରିଛନ୍ତି। ବାଂଲାଦେଶ ବିପକ୍ଷରେ ଚହର ଐତିହାସିକ ପ୍ରଦର୍ଶନ କରିଥିଲେ। ଏବେ ସେ ଏହାକୁ ଦୋହରାଇବାକୁ ଚାହିଁବେ। ଅଭିଜ୍ଞ ମହମ୍ମଦ ସାମିଙ୍କ ସହ ସେ ପୁଣି ପ୍ରଭାବୀ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ଭାରତର ଫିଲ୍ଡିଂ ଆଶନୁରୂପ ହୋଇ ପାରିନାହିଁ। ଫିଲ୍ଡରମାନେ କେତୋଟି କ୍ୟାଚ୍‌ ଡ୍ରପ୍‌ କରିବା ସହ ମିସ୍‌ଫିଲ୍ଡ ମଧ୍ୟ କରିଛନ୍ତି। ଯଦି ଫିଲ୍ଡିଂରେ ଉନ୍ନତି ନ କରାଯାଏ ତା’ହେଲେ ଯେତେ ବି ବଡ଼ ସ୍କୋର କରାଯାଉ, ତାହା ଯଥେଷ୍ଟ ହେବ ନାହିଁ। ଭାରତ ଚେଜ୍‌ ମାଷ୍ଟର ହୋଇଥିବା ବେଳେ ନିଜ ଟାର୍ଗେଟକୁ ଭାରତ ଡିଫେଣ୍ଡର କରିବାର ମଧ୍ୟ ଆବଶ୍ୟକତା ରହିଛି।
ଅପରପକ୍ଷରେ ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ମ୍ୟାଚ୍‌ର ପ୍ରଦର୍ଶନକୁ ଦୋହରାଇ ସିରିଜ ହାତେଇବାକୁ ପ୍ରୟାସ କରିବ। ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ସିମନ୍ତ ଜବରଦସ୍ତ ଫର୍ମରେ ରହିଛନ୍ତି। ସେହିପରି ଏଭିନ ଲୁଇସ୍‌, ନିକୋଲାସ ପୁରନ ଓ ସିମରନ ହେଟମେର ମଧ୍ୟ ଭଲ ଫର୍ମରେ ରହିଛନ୍ତି ଓ ସେ ଏହାକୁ ବଜାୟ ରଖିବାକୁ ଚାହିଁବେ। ସେହିପରି ବ୍ରାଣ୍ଡନ କିଙ୍ଗ୍‌, ଜାସନ ହୋଲ୍ଡର ଓ ଅଧିନାୟକ କିରନ ପୋଲାର୍ଡ ଯଦି ଦକ୍ଷତା ଅନୁରୂପ ପ୍ରଦର୍ଶନ କରନ୍ତି ତା’ହେଲେ ଓ୍ବେଷ୍ଟଇଣ୍ଡିଜକୁ ହରାଇବା କଷ୍ଟକର ହେବ। ଶେଲଡନ କଟ୍ରେଲ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। କଟ୍ରେଲଙ୍କ ସମେତ କେସରିକ ଓ୍ବିଲିୟମ୍ସ, ଲେଗ୍‌ ସ୍ପିନର ହେଡେନ ଓ୍ବାଲ୍ସ ଜୁନିୟର, ଜାସନ ହୋଲ୍ଡରଙ୍କୁ ମାପଚୁପ ବୋଲିଂ କରିବାକୁ ହେବ। ଏହି ଗ୍ରାଉଣ୍ଡରେ ୨୦୧୬ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ଓ୍ବେଷ୍ଟଇଣ୍ଡିଜ୍‌ ଆୟୋଜକ ଭାରତକୁ ହରାଇପରେ ଫାଇନାଲରେ ଇଂଲଣ୍ଡକୁ ହରାଇ ଟାଇଟଲ ଜିତିଥିଲା।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ, ରିଷଭ ପନ୍ତ, ମନୀଷ ପାଣ୍ଡେ, ଶ୍ରେୟାସ ଆୟାର, ଶିବମ୍‌ ଦୁବେ, ରବୀନ୍ଦ୍ର ଜାଡେଜା, ଓ୍ବାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଦୀପକ ଚହର, ଭୁବନେଶ୍ୱର କୁମାର, ମହମ୍ମଦ ସାମି ଓ ସଞ୍ଜୁ ସାମସନ।
ଓ୍ବେଷ୍ଟଇଣ୍ଡିଜ୍‌ ଦଳ: କିରନ ପୋଲାର୍ଡ (ଅଧିନାୟକ), ଫାବିଆନ ଆଲେନ, ବ୍ରାଣ୍ଡନ କିଙ୍ଗ୍‌, ଦୀନେଶ ରାମଦୀନ, ଶେଲ୍‌ଡନ କଟ୍ରେଲ, ଏଭିନ ଲୁଇସ୍‌, ଶେରଫାନ ରଦରଫୋର୍ଡ, ସିମରନ ହେଟମେର, ଖାରି ପିଏର, ଲେଣ୍ଡେଲ ସିମନ୍ସ, ଜାସନ ହୋଲ୍ଡର, ହେଡେନ ଓ୍ବାଲ୍ସ ଜୁନିୟର, କିମୋ ପଲ ଓ କେରସିକ ଓ୍ବିଲିୟମ୍ସ।
ମ୍ୟାଚ୍‌ ଆରମ୍ଭ: ସନ୍ଧ୍ୟା ୭ଟା
ସ୍ଥାନ: ଓ୍ବ୍‌ାଙ୍ଖଡେ
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

କୋଇଡ଼ାରେ ଚାଞ୍ଚଲ୍ୟ! ଜଗୁଆଳିଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ବଣାଇଁ,୧୩।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ସର୍ଗୀଗଡ଼ ଗାଁରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘରୋଇ କମ୍ପାନୀର ଏକ କ୍ରସରକୁ ଜଗୁଥିବା ଜଗୁଆଳି…

ଜୟଆଲୁକ୍କାସ ପକ୍ଷରୁ ଜୟୱାଲି ଦିୱାଲି ଉତ୍ସବ

ଭୁବନେଶ୍ୱର, ୧୩ା୧୦: ପାର୍ବଣକୁ ଦୃଷ୍ଟିରେ ରଖି ଜୟଆଲୁକ୍କାସ ପକ୍ଷରୁ ‘ଜୟୱାଲି ଦିୱାଲି’ ଉତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ ଅଳଙ୍କାର ମେକିଙ୍ଗ ଚାର୍ଜ ଉପରେ ୫୦% ରିହାତି…

ହୋଟେଲ୍‌ରେ CCTV ବାଧ୍ୟତାମୂଳକ, ୭ ଦିନ ମଧ୍ୟରେ କାର୍ଯ୍ୟକାରୀ ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ କନ୍ଧମାଳ ପୋଲିସ ଏବେ ବଡ଼ ପଦକ୍ଷେପ ନେଇଛି । କନ୍ଧମାଳ ଏସପି…

କ୍ରିକେଟ ଜଗତରେ ଖୁବ ଚର୍ଚ୍ଚା, କାହାକୁ ଭୁଲ ମାଗିଲେ ଆକୃତି? ନିର୍ବନ୍ଧ ଭାଙ୍ଗିବାର ୨୬ ଦିନ ପରେ ପୁଣି ଏକାଠି ହୋଇଛନ୍ତି ଆକୃତି ଅଗ୍ରୱାଲ-ପୃଥ୍ବୀ ଶ’

ନୂଆଦିଲ୍ଲୀ,୧୩।୧୦: ଭାରତୀୟ ଦଳର ଓପନର୍‌ ପୃଥ୍ବୀ ଶ’ଙ୍କ ମଙ୍ଗେତର (fianc଼e) ଆକୃତି ଅଗ୍ରୱାଲ ଗତ ସେପ୍ଟେମ୍ବର ୧୭ରେ ସେମାନଙ୍କ ନିର୍ବନ୍ଧ ଭାଙ୍ଗିଯାଇଥିବା ନେଇ ଘୋଷଣା କରିଥିଲେ। କିନ୍ତୁ…

ବିଶ୍ୱକପ୍‌ ୨୦୨୭ ପୂର୍ବରୁ ଗମ୍ଭୀରଙ୍କୁ କୈଫ୍‌ଙ୍କ ଚେତାବନୀ, ବିରାଟ-ରୋହିତ ନୁହେଁ….

ନୂଆଦିଲ୍ଲୀ,୧୩।୧୦: ଆସନ୍ତା ୨୦୨୭ ଦିନିକିଆ ବିଶ୍ୱକପ୍‌କୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। କେଉଁ ଖେଳାଳି ବିଶ୍ୱକପ୍‌ ଦଳରେ ସ୍ଥାନ ପାଇବେ, ତାହାକୁ ନେଇ…

ପନ୍ତଙ୍କ ସ୍ଥାନ ନେବାର ସୁଯୋଗ ପାଇପାରନ୍ତି ଏହି ଖେଳାଳି, ଟି ୨୦ ପରେ ଏବେ ଟେଷ୍ଟ ଟିମରେ…

ନୂଆଦିଲ୍ଲୀ,୧୩।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ମ୍ୟାଚରେ ଭାରତୀୟ ୱିକେଟ କିପର-ବ୍ୟାଟର ଋଷଭ ପନ୍ତଙ୍କ ଅଂଶଗ୍ରହଣ ତାଙ୍କ ଫିଟନେସ ଉପରେ ନିର୍ଭର କରିବ। ଆହତ ସମସ୍ୟା ଯୋଗୁ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଭେଟିଲେ ରଶ୍ମିକା-ବିଜୟ; ଫଟୋ ଶେୟାର କରି ପ୍ରକାଶ କଲେ ହୃଦୟସ୍ପର୍ଶୀ ଭାବନା

ଚେନ୍ନାଇ,୧୩।୧୦: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଧାନାଙ୍କ ସହ ଅଭିନେତା ତଥା ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କୁ ଭେଟିଛନ୍ତି।…

ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ: ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୩।୧୦(ବନ୍ଦନା ସେଠୀ): ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ ରୂପ ନେବ। ଏହା ଅଧିକ ଘନୀଭୂତ ହେବ କି ନାହିଁ ଏଯାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?