ତୃତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୧୧୨ ଜଣ: ବିମାନର ୩୨ଜଣ, ୭ ବିଧାନସଭା କର୍ମଚାରୀ….

ଭୁବନେଶ୍ୱର,୨୮।୩(ବ୍ୟୁରୋ): ରାଜ୍ୟରେ ୩ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଶନିବାର ଅପରାହ୍ନ ସୁଦ୍ଧା ମୋଟ ୨୫୬ଟି ସାମ୍ପୁଲ ପରୀକ୍ଷା ପାଇଁ ପଠାଯାଇଛି। ସେଥିରୁ ପୂର୍ବଭଳି ୩ଜଣ ପଜିଟିଭ୍‌ ହିଁ ଅଛନ୍ତି। ପ୍ରଥମ ଦୁଇ କରୋନା ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତୃତୀୟ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ପ୍ରଥମ ୨ଜଣଙ୍କ ସଂସ୍ପର୍ଶରେ ଆସିଥିବା ୫୫ଜଣଙ୍କ ସହ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଯୋଗାଯୋଗରେ ରହିଛି। ତେବେ ତୃତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୧୧୨ଜଣ ବ୍ୟକ୍ତି ଆସିଛନ୍ତି। ସମସ୍ତଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ଅପରପକ୍ଷେ ୫୬ଜଣ କରୋନା ସନ୍ଦିଗ୍ଧ ବ୍ୟକ୍ତି ବିଭିନ୍ନ ଚିକିତ୍ସାଳୟରେ ପୃଥକାବାସରେ ଅଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଅନ୍‌ଲାଇନ୍‌ ପୋର୍ଟାଲ ଏବଂ ୧୦୪ନଂ ଯୋଗେ ୭ହଜାର ୮୦ଜଣ ପଞ୍ଜିକୃତ କରିଥିଲେ। ସେମାନଙ୍କ ମଧ୍ୟରୁ ୪୨୮୬ଜଣ ବିଦେଶରୁ ଫେରିଥିବା ବେଳେ ୨୭୯୪ଜଣ ଅନ୍ୟ ରାଜ୍ୟରୁ ଫେରିଥିବା ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।
ତୃତୀୟ ବ୍ୟକ୍ତି ସଂସ୍ପର୍ଶରେ ଆସିଥିବା ଲୋକଙ୍କ ବିଷୟରେ ଅଧିକ ସୂଚନା ଦେଇ ବାଗ୍‌ଚୀ କହିଛନ୍ତି, ବିମାନର ୩୨ଜଣ, ପରିବାରରେ ସ୍ତ୍ରୀ ଓ ଝିଅ, ତାଙ୍କ ଡ୍ରାଇଭର, ସହାୟିକା ୩ଜଣ, ବ୍ୟାଙ୍କରେ କାମ କରୁଥିବା ସହକର୍ମୀମାନେ ୪୪ଜଣ, ବିଧାନସଭା କର୍ମଚାରୀ ୭ଜଣ, କ୍ଲିନିକ୍‌ରେ ୨୧ଜଣ, ରକ୍ତପରୀକ୍ଷା କରିଥିବା ବେଳେ ୩ଜଣଙ୍କ ସଂସ୍ପର୍ଶରେ ଆସିଥିଲେ। ସେମାନଙ୍କ ମଧ୍ୟରୁ ମୋଟ ୧୧୨ଜଣଙ୍କ ସହ ଟ୍ରେସ୍‌ କରାଯାଉଛି। ସେମାନଙ୍କ ମଧ୍ୟରୁ ୧୫ଜଣଙ୍କ ଟ୍ରେସ୍‌ କରାଯାଇପାରିନାହିଁ। ଅନ୍ୟମାନଙ୍କ ମଧ୍ୟରୁ ୧୧ଜଣଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଛି। ସେଥିରୁ ୧ଜଣଙ୍କ ନେଗେଟିଭ ଥିବା ବେଳେ ଅନ୍ୟ ୧୦ଜଣଙ୍କ ରିପୋର୍ଟ ଅପେକ୍ଷାରେ ଥିବା  ସେ ବାଗ୍‌ଚୀ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

IND vs WI, 3rd T20 Playing-11: ଶୋଚନୀୟ ପରାଜୟ ପରେ ଭାରତୀୟ ଦଳରେ ପରିବର୍ତ୍ତନ; ଏହି ଅଲରାଉଣ୍ଡରଙ୍କ ସ୍ଥାନ ନେବେ …

ନୂଆଦିଲ୍ଲୀ,୧୦।୧୦: ଦ୍ୱିତୀୟ ଟି-୨୦ ମ୍ୟାଚରେ ୱେଷ୍ଟ ଇଣ୍ଡିଜ ବ୍ୟାଟରମାନେ ଭାରତୀୟ ବୋଲରଙ୍କୁ ନିର୍ଦ୍ଦୟ ଭାବେ ପ୍ରହାର କରିଥିଲେ। ଭାରତ ୨୫୦ ରନର ସ୍କୋରକୁ ରକ୍ଷା କରିବାରେ ବିଫଳ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ: ଉଚ୍ଛେଦ ଦାବିରେ ଶତାଧିକ ମହିଳା-ପୁରୁଷଙ୍କ ବିକ୍ଷୋଭ

ଅମରପାଲି, ୮।୧୦ (ପୀତାମ୍ବର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲିଆସୁଥିବା ଲାଇସେନ୍ସପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁଁ…

ଆମ୍ବୁଲାନ୍ସରେ ନିଆଁ ଲାଗିବା ଘଟଣା: ସାମ୍ନାକୁ ଆସିଲା ସତ, ସବୁ ବଖାଣିଲେ ଡ୍ରାଇଭର

ଉଦଳା,୧୦ା୧୦(ସନ୍ତୋଷ ବାଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ଭିତରେ ଆମ୍ବୁଲାନ୍ସ ଅଗ୍ନିକାଣ୍ଡ ହେବା ପଛର ସତ ଆସିଲା ସାମ୍ନାକୁ। ଉକ୍ତ ଆମ୍ବୁଲାନ୍ସର ଡ୍ରାଇଭର ଏମଭିଆଇଙ୍କ ଆଗରେ ବଖାଣିଲେ…

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

ଚମତ୍କାର ରେକର୍ଡ କଲେ ତିଲକ ବର୍ମା: ଟି-୨୦ କ୍ରିକେଟ୍‌ରେ ପ୍ରଥମଥର କଲେ ଏମିତି କମାଲ

ନୂଆଦିଲ୍ଲୀ,୧୦।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଲକ ବର୍ମାଙ୍କ ବ୍ୟାଟ ପୁଣିଥରେ ଗର୍ଜିଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ ରାଞ୍ଚିରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ସେ ମାତ୍ର ୧୮ଟି…

ବାଇକ୍ ଧକ୍କାରେ ବୃଦ୍ଧ ଗୁରୁତରଚିକିତ୍ସା ଦାବିରେ ରାସ୍ତାରୋକ

ଚିକିଟି, ୧୦/୦୯/୨୦୨୬ (ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ କେ. ନୂଆଗାଁ ଥାନା ଅଧୀନ ଚିକିଟି ଫାଣ୍ଡି ଅଞ୍ଚଳର ଓଳପୁର ଛକ ନିକଟରେ ଶନିବାର…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା: ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଛୁରାମାଡ଼

ନବରଙ୍ଗପୁର, ୧୦/୧୦ (ସନ୍ତୋଷ ସନ୍ତୋଷ): ଉମରକୋଟରେ କଲେଜ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି। ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଦୀପକମଲ ମହାପାତ୍ର ନାମକ…

ଅଭିଜିତ, ସୌରଭ, ଆଶୁତୋଷ ହେପାଜତରେ; ସେମାନଙ୍କୁ କେତେ ସମୟ ପର୍ଯ୍ୟନ୍ତ ଅଟକ ରଖାଯିବ? ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ,୧୦।୧୦: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବା ଏବଂ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିବାକୁ ପହଞ୍ଚିଥିବା ‘କକରୋଚ ଜନତା ପାର୍ଟି’ର ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?