ତିବ୍ବତୀୟଙ୍କୁ ଦୀର୍ଘ ମିଆଦୀ ଜମି ଲିଜ୍‌ଦେଲେ ଆନ୍ଦୋଳନ

ଚନ୍ଦ୍ରଗିରି,୨୬ା୯(ଡି.ଏନ.ଏ.)-ଗଜପତି ଜିଲା ମୋହନା ଓ ଆର.ଉଦୟଗିରି ତହସିଲ ଅନ୍ତର୍ଗତ ପାଞ୍ଚଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ ୬୦ବର୍ଷରୁ ଉର୍ଦ୍ଧ୍ୱ ହେଲା ତିବ୍ବତୀୟମାନେ ଶରଣାର୍ଥୀଭାବେ ରହୁଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ଏହି ଜମିକୁ ୫ବର୍ଷୀୟା ଲିଜ୍‌ରେ ଦିଆଯାଉଛି। ଅବଧି ପୂରଣ ପରେ ପୁଣି ନବୀକରଣ କରାଯାଇଥାଏ ଓ ଏନେଇ ସ୍ଥାନୀୟ ଜନସାଧାରଣଙ୍କ ମତ ନିଆଯାଏ। ୨୦୧୮ରେ ତିବ୍ବତୀୟମାନଙ୍କୁ ଦିଆଯାଇଥିବା ଜମିର ଲିଜ ସମୟ ସରିଛି। ଏବେ ସରକାର ଦୀର୍ଘମିଆଦୀ ଭାବେ ଏହାକୁ ଲିଜ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ସ୍ଥାନୀୟ ଆଦିବାସୀମାନେ ବିରୋଧ କରିବା ସହ ଏନେଇ ସର୍ବସାଧାରଣଙ୍କ ପାଇଁ ତହସିଲଦାରଙ୍କ ତରଫରୁ ଦିଆଯାଇଥିବା ବିଜ୍ଞାପନ ସମ୍ପର୍କରେ ଜାଣି ପାରି ନ ଥିବା କହିଛନ୍ତି। ସରକାର ଆଦିବାସୀଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ଓ ଆଗାମୀ ଦିନରେ ଏନେଇ ଆନ୍ଦୋଳନ କରାଯିବବୋଲି ରାଜ୍ୟ ଆଦିବାସୀ ନେତା ଦଣ୍ଡପାଣି ରଇତ କହିଛନ୍ତି।
ପ୍ରକାଶ ଯେ, ମୋହନା ତହସିଲ କାର୍ଯ୍ୟାଳୟ ତରଫରୁ ଜିରାଙ୍ଗ ଓ ଲବାରସିଙ୍ଗ ପଞ୍ଚାୟତର ସର୍ବସାଧାରଣଙ୍କ ପାଇଁ ଏକ ନୋଟିସ ଜାରି କରାଯାଇଥିଲା। ଏଥିରେ ତିବ୍ବତୀୟ ଶରଣାର୍ଥୀଙ୍କୁ ଦୀର୍ଘମିଆଦୀ ସୂତ୍ରରେ ଜମି ଲିଜ୍‌ ଦିଆଯିବ ବୋଲି ଉଲ୍ଲେଖ ରହିଛି। ମାତ୍ର ତିବ୍ବତୀୟ ପୁନର୍ବାସ ନୀତି-୨୦୧୪ ଏବଂ ଓଡିଶା ସରକାରଙ୍କ ରାଜସ୍ବ ତଥା ବିପର୍ଯ୍ୟୟ ପରିଚାଳନା ବିଭାଗୀୟ କମିଶନରଙ୍କ ପତ୍ରସଂଖ୍ୟା-୩୫୩୮୭ ପ୍ରକାରେ ଏହି ଜମି ଦିଆଯାଉଛି। ତଦନୁଯାୟୀ ଜିଲାପାଳ ଗଜପତି ଏବଂ ତିବ୍ବତୀୟ ଶରଣାର୍ଥୀଙ୍କ ତରଫରୁ କେନ୍ଦ୍ରୀୟ ତିବ୍ବତୀୟ ରିଲିଫ କମିଟିର (ସିଟିଆରସି)ର ପ୍ରତିନିଧି ଚୋନର ସାମ ଦୁପଙ୍କ ମଧ୍ୟରେ ଲିଜ ଚୁକ୍ତିନାମା ସ୍ବାକ୍ଷରିତ ହେବ। ଏଥିରେ ଯଦି କାହାର କିଛି ଆପତ୍ତି/ ଅଭିଯୋଗ ଥାଏ ତେବେ ବିଜ୍ଞାପନ ଜାରି ହେବାର ୩୦ଦିନ ମଧ୍ୟରେ ମୋହନା ତହସିଲ କାର୍ଯ୍ୟାଳୟରେ ଅଭିଯୋଗ ଦାଖଲକଲେ ତାହା ବିଚାରକୁ ନିଆଯିବ। ଏହାର ନକଲ ଜିରାଙ୍ଗ ଓ ଲବାରସିଙ୍ଗ ସରପଞ୍ଚଙ୍କୁ ପଠାଯାଇଥିଲା। କିନ୍ତୁ ଅଭିଯୋଗକାରୀଙ୍କ କହିବା ପ୍ରକାରେ କୌଣସି ଲିଜ ସମ୍ବନ୍ଧୀୟ ସୂଚନା ସେମାନେ ପାଇ ନାହଁାନ୍ତି। ଏନେଇ ସେମାନେ ବିଳମ୍ବରେ ଖବର ଜାଣିବା ବେଳକୁ ବିଜ୍ଞାପନ ପ୍ରକାଶନର ୩ମାସ କୋଡିଏ ଦିନ ବିତିଯାଇଥିଲା। ତେଣୁ ସେମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଅଭିଯୋଗ କରିପାରିନଥିଲେ। ଗତ ୧୦ ତାରିଖରେ ମୋହନା ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଦେବୀଙ୍କୁ ଭେଟି ତିବ୍ବତୀୟ ମାନଙ୍କୁ ଦୀର୍ଘ ମିଆଦୀ ଜମି ଲିଜ ନଦେବାକୁ ଅନୁରୋଧ କରିଛନ୍ତି। ଆଦିବାସୀଙ୍କ କହିବା ପ୍ରକାରେ, ଗଜପତି ଜିଲାପାଳ ବାସୁଦେବ ବାହିନୀପତିଙ୍କ ସମୟରେ ଅଞ୍ଚଳବାସୀଙ୍କୁ ୭୦୫ ଖଣ୍ଡ ଜମି ପଟ୍ଟା ବଣ୍ଟନ କରାଯାଇଥିଲା। କିନ୍ତୁ ଆଜିପର୍ଯ୍ୟନ୍ତ ଜମି ଚିହ୍ନଟ କରାଯାଉନି। ତିବ୍ବତୀୟମାନଙ୍କୁ ସରକାର କେଉଁ ଜମି ଦେବାକୁ ସ୍ଥିର କରିଛନ୍ତି, ତାହାର ତଥ୍ୟ ଶୁକ୍ରବାର ଦିଆନଗଲେ ଆମେ ଏହାକୁ ବିରୋଧ କରିବୁ। ଏହାସତ୍ତ୍ୱେ ଦୀର୍ଘ ମିଆଦୀ ଜମି ଲିଜ୍‌ ଦେଲେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଓଡିଶା ରାଜ୍ୟ ଆଦିବାସୀ ମଞ୍ଚର ସଭାପତି ରଇତଙ୍କ ସମେତ ଦାମୋଦର ରଇତ, ଖମ୍ବେଶ୍ୱର ଦଳାଇ, ବାଙ୍କ ନାୟକ ପ୍ରମୁଖ ୧୨ ଖଣ୍ଡ ରାଜସ୍ବ ଗ୍ରାମର ଲୋକେ ମଙ୍ଗଳବାର ଚନ୍ଦ୍ରଗିରି ଆର୍‌ଆଇ କାର୍ଯ୍ୟାଳୟ ଆସି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏନେଇ ଚନ୍ଦ୍ରଗିରି ଆରଆଇଙ୍କୁ ପଚାରିବାରୁ, ତଫସିଲ ସମ୍ବନ୍ଧୀୟ କପି ତହସିଲଦାରଙ୍କ ଠାରୁ ଆଣି ଶୁକ୍ରବାର ପ୍ରଦାନ କରିବି ବୋଲି କହିଥିଲେ।
ଏ ନେଇ ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଦେବୀ କହିଛନ୍ତି, ତିବ୍ବତୀୟମାନଙ୍କୁ ଦୀର୍ଘ ମିଆଦୀ ଜମିଲିଜ ଦେବା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି। ଦୀର୍ଘମିଆଦି ମାନେ କେବଳ ୨୦ ବର୍ଷ। ଆଗରୁ ୫ ବର୍ଷକୁ ଥରେ ନବୀକରଣ ହେଉଥିଲା ଏବେ ତାହା ୨୦ ବର୍ଷରେ ହେବ। ସର୍ବସାଧାରଣ ଏହାକୁ ବୁଝିବା ଜରୁରୀ। ପୂର୍ବରୁ ଯେତିକି ଜମି ଲିଜ୍‌ ଆକାରରେ ଦିଆଯାଇଛି ସେତିକିର ହିଁ ଲିଜ୍‌ ନବୀକରଣ କରାଯିବ। ତାଠାରୁ ଗୋଟିଏ ଇଞ୍ଚ ବି ଅଧିକ ଦିଆଯିବ ନାହିଁ। ଲୋକଙ୍କୁ ଜଣାଇବାରେ ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ବିଳମ୍ବ କରିଛନ୍ତି। ତଥାପି ସେମାନଙ୍କ ଅଭିଯୋଗ ଗ୍ରହଣ କରିଛୁ ଓ ଏହାକୁ ସରକାରଙ୍କ ପାଖରେ ପହଞ୍ଚାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ନିଆଁ ଲଗାଇ ପୋଡୁ ଚାଷ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା

ଦାରିଙ୍ଗବାଡ଼ି,୧୦।୫(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନିଆଁ ଲିଭିବାର ନାଁ ଧରୁନି। କେତେବେକେ ଶିକାର ଉଦ୍ଦେଶ୍ୟରେ ତ କେତେବେଳେ ପୋଡୁ ଚାଷ ପାଇଁ...

ଜମୁଛି ପ୍ରଚାର: ଏମ୍‌ପି, ବିଧାୟକ ପ୍ରାର୍ଥୀ ଘରକୁ ଘର ବୁଲି କରୁଛନ୍ତି ଭୋଟ୍‌ଭିକ୍ଷା

ଦାରିଙ୍ଗବାଡ଼ି,୧୦ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦୁର୍ଗମ ପଞ୍ଚାୟତ କାଟିଙ୍ଗିଆଠାରୁ କଂଗ୍ରେସ ଦଳର ଏମ୍‌ପି ଓ ବିଧାୟକ ପ୍ରାର୍ଥୀ ନିଜ ପ୍ରଚାର ଆରମ୍ଭ କରିଛନ୍ତି।...

କନ୍ଧମାଳବାସୀଙ୍କୁ ଭୋଟ୍‌ ମାଗିଲେ ମୁଖ୍ୟମନ୍ତ୍ରୀ

ଫୁଲବାଣୀ,୯ା୫(ରାକେଶ କୁମାର ରାଉତ): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗୁରୁବାର କନ୍ଧମାଳ ଗସ୍ତରେ ଆସି ଭୋଟ୍‌ ମାଗିଛନ୍ତି। କନ୍ଧମାଳ ସଂସଦୀୟ କ୍ଷେତ୍ର ୭...

ଭାଜପାର ପ୍ରଚାର ଜୋରଦାର: ଘରେ ଘରେ ପହଞ୍ଚିଲେ ମାନଗୋବିନ୍ଦ

ଦାରିଙ୍ଗବାଡି, ୯/୫ (ଅରୁଣ ସାହୁ):କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଭାଜପାର ବିଧାନସଭା ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନ ନିଜ ପ୍ରଚାର ଜୋରଦାର କରିଛନ୍ତି। ସେ...

ମଜଭୁତ ହେଉଛି ବିଜେଡି: ମିଶ୍ରଣ ପର୍ବରେ କଂଗ୍ରେସର ଅନେକ କର୍ମୀ ଦଳରେ ସାମିଲ

ଦାରିଙ୍ଗବାଡି, ୮।୫ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବିଜେଡି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବ୍ଲକ କିରିକୁଟି ପଞ୍ଚାୟତ...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

ମାଉସୀଙ୍କ ହାତରେ ପ୍ରସ୍ତୁତ ପୋଡ଼ ପିଠା ଖାଇ ମନ୍ଦିର ଫେରିଲେ ମା’ଠାକୁରାଣୀ

ଦାରିଙ୍ଗବାଡ଼ି,୬।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଚାଲିଥିବା ମା’ଠାକୁରାଣୀଙ୍କ ଯାତ୍ରାର ପୂର୍ଣ୍ଣାହୁତି ହୋଇଯାଇଛି। ରବିବାର ମା’ଙ୍କ ଘଟ ପରିକ୍ରମାର ଶେଷ ଦିବସ ରହିଥିବା ବେଳେ ମା’ଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri