ତାଲିକା ଧରି କୋଲକାତା ଗଲା ଏସ୍‌ଟିଏଫ୍‌ ଟିମ୍‌

ଭୁବନେଶ୍ୱର,୧।୨(ବ୍ୟୁରୋ): ବାଂଲାଦେଶୀ ଯୁବତୀଙ୍କୁ ଓଡ଼ିଶା ଚାଲାଣ କରି ଦେହ ବ୍ୟବସାୟରେ ଲଗାଇବା ମାମଲାରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ହାତରେ ଏବେ ଆଉ ଏକ ବଡ଼ ସୁରାକ ଲାଗିଛି। ଏହି ର଼୍ୟାକେଟର କିଙ୍ଗ୍‌ପିନ୍‌ ଅଞ୍ଜଳି ଦିଦି ଓ ତାଙ୍କ ସ୍ବାମୀ ଇବ୍ରାହିମ୍‌ଙ୍କୁ ଶୁକ୍ରବାର ରିମାଣ୍ଡରେ ଆଣି ଦିନତମାମା ମାରାଥନ ଜେରା କରିଛି ଏସ୍‌ଟିଏଫ୍‌। ତଦନ୍ତ ଓ ପଚରାଉଚରାବେଳେ ମିଳିଥିବା ତଥ୍ୟ ଅନୁସାରେ ବାଂଲାଦେଶରୁ ଯୁବତୀ ଚାଲାଣ ରୁଟ୍‌ ସହ ସମ୍ପୃକ୍ତ ମାଷ୍ଟରମାଇଣ୍ଡ୍‌ ଓ ଦଲାଲଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ସେହି ତାଲିକା ଧରି ଏସ୍‌ଟିଏଫ୍‌ ଟିମ୍‌ ଅଧିକ ଖୋଳତାଡ଼ ପାଇଁ ଶୁକ୍ରବାର କୋଲକତା ଯାତ୍ରା କରିଛି। ତେବେ ଆବଶ୍ୟକ ପଡ଼ିଲେ ଏହି ଟିମ୍‌ ବାଂଲାଦେଶ ଯାଇପାରେ ବୋଲି ସୂଚନା ମିଳିଛି।
ମିଳିଥିବା ସୂଚନାନୁସାରେ, ସମ୍ପୃକ୍ତ ଦଲାଲମାନେ ବାଂଲାଦେଶ ସୀମା ନିକଟରୁ ଯୁବତୀଙ୍କୁ ଆଣି କୋଲକତା ସହରରେ ଥିବା ଏକ ହୋଟେଲରେ ରଖୁଥିଲେ। ପରେ ଅଞ୍ଜଳିଙ୍କ ସହ ଯୋଗାଯୋଗ କରାଯାଇ ଅନ୍ୟ କେତେଜଣ ଦଲାଙ୍କ ସହ ଓଡ଼ିଶା ପଠାଯାଇ ସେକ୍ସ ର଼୍ୟାକେଟରେ ନିୟୋଜିତ କରାଯାଉଥିଲା। ଦଲାଲଙ୍କୁ ଧରି ଅଧିକ ତଥ୍ୟ ପାଇବାକୁ ଆଶା ରଖିଛି ଏସ୍‌ଟିଏଫ୍‌। ଏପରି କି କୋଲକତା ପୋଲିସ ଓ ବିଏସ୍‌ଏଫ୍‌ ମୁଖ୍ୟଙ୍କ ସହ ଆଲୋଚନା କରାଯିବ। ବାଂଲାଦେଶୀ ଯୁବତୀଙ୍କ ବେଆଇନ ପ୍ରବେଶ ରୋକାଯିବା ସହ ଏଥିରେ ସମ୍ପୃକ୍ତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସଂକ୍ରାନ୍ତରେ ସେମାନଙ୍କୁ ଅବଗତ କରାଇ ପଦକ୍ଷେପ ଗ୍ରହଣ କରିବାକୁ ଏସ୍‌ଟିଏଫ୍‌ ଯୋଜନା କରିଛି।
ଅନ୍ୟପକ୍ଷରେ, ଡିଆଇଜି ର଼୍ୟାଙ୍କ୍‌ର ଜଣେ ଅଧିକାରୀ ଅଞ୍ଜଳି ଓ ଇବ୍ରାହିମଙ୍କୁ ପଚରାଉଚରାବେଳେ ଯୁବତୀ ଚାଲାଣ ର଼୍ୟାକେଟର ବହୁ ତଥ୍ୟ ମିଳିଥିବା କୁହାଯାଉଛି। ଏହାସହ ଲକ୍ଷ୍ମୀସାଗର ଥାନା ପୋଲିସ ଗିରଫ କରିଥିବା ୩ ଦଲାଲ, ପୁରୁଣା ଭୁବନେଶ୍ୱର ଅଞ୍ଚଳରୁ ଧରାପଡ଼ିଥିବା ୬ଜଣ ରୂପଜୀବୀଙ୍କ ସହ ଅଞ୍ଜଳି ଓ ଇବ୍ରାହିମ୍‌ଙ୍କୁ ଶନିବାର ମୁହାଁମୁହିଁ ଜେରା କରାଯିବ। ଜାଲ୍‌ ଆଧାରକାର୍ଡ ଓ କାଗଜପତ୍ର ତିଆରି କରୁଥିବା ସମ୍ବିତ୍‌ଙ୍କ ବିଷୟରେ ମଧ୍ୟ ପଚରାଉଚରା କରାଯିବ। ପ୍ରମାଣ ମିଳିଲେ ଏସ୍‌ଟିଏଫ୍‌ ସମ୍ବିତକୁ ଗିରଫ କରିପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri