ତହସିଲ ସମ୍ବନ୍ଧୀୟ ସେବା ଉପରେ ଗୁରୁତ୍ୱ

ବଇଣ୍ଡା,୧୪।୧୧(ଡି.ଏନ୍‌.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ସଞ୍ଜାମୁରା ପଞ୍ଚାୟତରେ ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଭାବେ ପ୍ରଚଳିତ ହୋଇଥିବା ଯୋଜନା ମୋ ଗାଁ ତହସିଲ (ସେବା ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ) ଉଦ୍‌ଘାଟିତ ହୋଇଯାଇଛି। କିଶୋରନଗର ତହସିଲଦାର ଡ. ଲକ୍ଷ୍ମୀପ୍ରସାଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଠମଲ୍ଲିକ ଉପଜିଲାପାଳ ଡ.ରଜନୀକାନ୍ତ ବିଶ୍ୱାଳ ଯୋଗଦେଇ ଏହାକୁ ଉଦ୍‌ଘାଟିତ କରିଥିଲେ। କିଭଳି ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନେ ତହସିଲ ସମ୍ବନ୍ଧୀୟ ସେବା ପାଇପାରିବେ ସେଥିପ୍ରତି କର୍ମଚାରୀମାନେ ଯତ୍ନବାନ ହୋଇ ଯୋଜନାକୁ ସୁଫଳ ଭାବେ ଲୋକଙ୍କଠାରେ ପହଞ୍ଚାଇ ପାରିବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ଉପସ୍ଥିତ ପଦାଧିକାରୀମାନଙ୍କୁ ଉପଜିଲାପାଳ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ କିଶୋରନଗର ବ୍ଲକ ଆକାଉଣ୍ଟ ଅଫିସର ଏନ.ଏସ ରାଜେନ୍ଦ୍ର, ସଞ୍ଜାମୁରା ସରପଞ୍ଚ ମୃତ୍ୟୁଞ୍ଜୟ ପ୍ରଧାନ, ନିର୍ବାହୀ ଅଧିକାରୀ ନିର୍ଭୟ କୁମାର ପ୍ରଧାନ, ତହସିଲ ବିଭାଗର ଅଧିକାରୀ ଅଭିରାମ ସାଏ, ରାଜସ୍ବ ନିରୀକ୍ଷକ ଶୁଭଶ୍ରୀ ପ୍ରିୟଦର୍ଶିନୀ, ସୁନିତା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ୧୮ ଜଣଙ୍କୁ ବିବିଧ ପ୍ରମାଣପତ୍ର, ୧୪ ଜଣଙ୍କ ଦାଖଲ ଖାରଜ ଆବେଦନ, ୨ ଜଣଙ୍କ ଘରବାରି କିସମ ପରିବର୍ତ୍ତନ, ୪୫ ଜଣଙ୍କ ଜମି ବନ୍ତୁଆରା ଦରଖାସ୍ତ ଗ୍ରହଣ, ୧୬୬ ଜଣଙ୍କ ଘରଡିହ ପାଇଁ ଆବେଦନ ଫର୍ମ ଗ୍ରହଣ, ୬୨ ଜଣଙ୍କ ଖଜଣା ପ୍ରଦାନ କରି ଇ-ପାଉତି ପ୍ରଦାନ କରାଯାଇଥିଲା। ଏଥିସହିତ ଭୂମିହୀନ ହିତାଧିକାରୀ ସଞ୍ଜାମୁରା ଗ୍ରାମର ବାବୁଲା ଝାଙ୍କର, ଗୁରୁବାରୀ ଝାଙ୍କର, ରତ୍ନାକର ଝାଙ୍କର, ବାଟିମୁଣ୍ଡା ଗ୍ରାମର ଶୁକ୍ରୁ ଭୋଇଙ୍କୁ ୪ ଡେସିମିଲ ଲେଖାଏଁ ଘରଡିହ ପଟ୍ଟା ଉପଜିଲାପାଳ ବିଶ୍ୱାଳ ପ୍ରଦାନ କରିଥିଲେ। ଏଥିରେ ତହସିଲ ବିଭାଗର


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri