ତମାଖୁ ସେବନ, ମହିଳାଙ୍କ ସ୍ବାସ୍ଥ୍ୟ

ସାରା ପୃଥିବୀରେ ମେ ୩୧ ତାରିଖ ଦିନ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଓ ତା’ର ସହଯୋଗୀ ରାଷ୍ଟ୍ରମାନେ ‘ବିଶ୍ୱ ତମାଖୁ ବର୍ଜନ ଦିବସ’ ପାଳନ କରିଥା’ନ୍ତି ା ଏହି ଦିନ ପ୍ରାୟ ୨୪ ଘଣ୍ଟା ପାଇଁ ତମାଖୁ ସେବନ ଓ ଧୂମପାନ ନ କରିବା ଲାଗି ସମସ୍ତଙ୍କୁ ଉତ୍ସାହିତ କରାଯାଇଥାଏ। ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ତମାଖୁ ସେବନକୁ ସମାଜର ସବୁଠାରୁ ବଡ଼ ସ୍ବାସ୍ଥ୍ୟ ସମସ୍ୟା ବୋଲି ମନେକରନ୍ତି। କାରଣ ଏଥିପାଇଁ ପ୍ରାୟ ୫.୪ ନିୟୁତ ଲୋକ ମୃତ୍ୟୁବରଣ କରିଥା’ନ୍ତି ା ତମାଖୁ ସେବନ ବିରୋଧରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ା ୨୦୧୯ ପାଇଁ ଏହି ଦିବସର ବାର୍ତ୍ତା ହେଉଛି ‘ତମାଖୁ ସେବନ ଫୁସଫୁସ୍‌ର ସ୍ବାସ୍ଥ୍ୟ’ ା ଏହା ଫୁସଫୁସ ରକ୍ତକୁ ବିଶୁଦ୍ଧ କରିବା ସହ ମଣିଷକୁ ସୁସ୍ଥ ରଖିବା ପାଇଁ ନିଃଶ୍ୱାସରେ ଅମ୍ଳଜାନ ଗ୍ରହଣ କରି ଅଙ୍ଗାରକାମ୍ଳ ତ୍ୟାଗ କରିଥାଏ ଏବଂ ତମାଖୁ ସେବନ ଦ୍ୱାରା କ୍ରନିକ ରେସ୍‌ପିରେଟରୀ ଡିଜିଜ୍‌ ଯଥା ଶ୍ୱାସରୋଗ ଓ ଫୁସଫୁସ ସଂକ୍ରମଣ ଠାରୁ ଆରମ୍ଭ କରି କର୍କଟ ରୋଗ ହୋଇଥାଏ ା
ତମାଖୁ ସେବନ ଦ୍ୱାରା ଫୁସ୍‌ଫୁସ୍‌ରେ କ’ଣ ଅସୁବିଧା ହୋଇଥାଏ
ଫୁସ୍‌ଫୁସ୍‌ କର୍କଟ: ତମାଖୁ ସେବନ ଫୁସଫୁସ୍‌ କର୍କଟ ରୋଗର ମୁଖ୍ୟ କାରଣ ା ଏଥିପାଇଁ ଦୁଇ ତୃତୀୟାଂଶ କର୍କଟ ରୋଗୀ ମୃତ୍ୟୁବରଣ କରିଥା’ନ୍ତି ା ଘରେ ବା ବାହାରେ ନିଷ୍କ୍ରିୟ ଧୂମପାନ ବା ସେକେଣ୍ଡ ହ୍ୟାଣ୍ଡ ସ୍ମୋକିଂ ଫୁସଫୁସ କର୍କଟ ରୋଗର ବିପଦ ବହୁମାତ୍ରାରେ ବଢିଯାଏ ା ଧୂମପାନ ବନ୍ଦ କରିବା ଦ୍ୱାରା ଏହି କର୍କଟ ରୋଗର ଆଶଙ୍କା କମିଯାଏ ା ପ୍ରାୟ ୧୦ ବର୍ଷ ଯାଏ ଧୂମପାନ ନ କଲେ କର୍କଟ ରୋଗର ଆଶଙ୍କା ଶତକଡା ୫୦ ଭାଗ କମିଯାଏ ା
କ୍ରନିକ ରେସ୍‌ପିରେଟୋରି ଡିଜିଜ୍‌ ବା ସିଓପିଡି ତମାଖୁ ସେବନ ଦ୍ୱାରା ଫୁସଫୁସର ଛୋଟ ଛୋଟ ବାୟୁ କୋଷରେ ପୂଯମିଶା ନାଳ ସୃଷ୍ଟି ହୋଇ କାଶ କଫ ଓ ନିଃଶ୍ୱାସ ନେବାରେ ଅସୁବିଧା ହୁଏ ା ଯେଉଁମାନେ ଅତି ଅଳ୍ପ ବୟସରେ ଧୂମପାନ କରିଥାଆନ୍ତି, ଏହାର ଧୂଅଁା ଫୁସ୍‌ଫୁସ୍‌କୁ ବିକଶିତ କରିବାରେ ବିଳମ୍ବ କରିଥାଏ ା ଶ୍ୱାସ ସଂକ୍ରମଣ ଓ ଶ୍ୱାସରୋଗ ତମାଖୁ ସେବନ କରିବା ଦ୍ୱାରା ବଢ଼ି ଯାଇଥାଏ ଏବଂ ଧୂମପାନ ଛାଡିଦେଲେ ଶ୍ୱାସରୋଗ କମିଯାଏ ା ଗର୍ଭାବସ୍ଥାରେ ଗର୍ଭବତୀ ମା’ ଧୂମପାନ କଲେ ବା ନିଷ୍କ୍ରିୟ ଧୂମପାନର ଶିକାର ହେଲେ, ଏଥିରେ ଥିବା ବିଷ ଯୋଗୁଁ ଗର୍ଭସ୍ଥ ଶିଶୁ ନିଜେ ବଢ଼ିପାରେ ନାହିଁ ଏବଂ ତା’ର ଫୁସଫୁସ ମଧ୍ୟ ବଢ଼େ ନାହିଁ ା ବେଳେବେଳେ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥାଏ ା
ମହିଳାମାନଙ୍କର ଧୂମପାନ ଯୋଗୁଁ ଉପୁଜୁଥିବା ରୋଗ: ନିଷ୍କ୍ରିୟ ଧୂମପାନ ଯୋଗୁଁ ଛୋଟ ଝିଅଟିର ମୁଣ୍ଡବ୍ୟଥା, କାଶ, ବାନ୍ତି, ମୁଣ୍ଡ ବୁଲାଇବା ଓ ଆଖିରେ ପାଣି ଜମିବା ଭଳି ରୋଗ ଦେଖାଦେଇଥାଏ ା
ମାସିକ ଋତୁସ୍ରାବରେ ଅନିୟମିତତା: କିଶୋରୀ ବୟସରେ ଧୂମପାନ କଲେ ଝିଅଟିର ରୁଗ୍‌ଣ ସ୍ବାସ୍ଥ୍ୟ ହୋଇଥାଏ, କାଶ ଓ ଶ୍ୱାସ ସାଙ୍ଗକୁ ଝିଅଟର ମାସିକ ଋତୁସ୍ରାବରେ ଅନିୟମିତତା ଏବଂ ମାନସିକ ଅବସାଦ ମଧ୍ୟ ଦେଖାଦେଇଥାଏ ା
ବନ୍ଧ୍ୟାଦୋଷ: ବିବାହିତା ମହିଳାମାନେ ଧୂମପାନ କଲେ ସେମାନଙ୍କର ବନ୍ଧ୍ୟାଦୋଷ ହୋଇଥାଏ ା ଯେଉଁ ସ୍ବାମୀମାନେ ୨୦ଟି ସିଗାରେଟରୁ ଅଧିକ ଧୂମପାନ କରନ୍ତି, ସେମାନଙ୍କର ପନତ୍ୀମାନଙ୍କର ଗର୍ଭଧାରଣ କ୍ଷମତା ଶତକଡା ୩୪ ଭାଗ କମିଯାଏ ା ଏହା ଦ୍ୱାରା ପୁରୁଷମାନଙ୍କର ଶୁକ୍ର ଓ ମହିଳାମାନଙ୍କ ଡିମ୍ବକୋଷରୁ ନିର୍ଗତ ହେଉଥିବା ଡିମ୍ବରେ ଅସ୍ବାଭାବିକତା ପରିଲକ୍ଷିତ ହୁଏ ା
ବାରମ୍ବାର ଗର୍ଭନଷ୍ଟ: ଯେଉଁ ମହିଳାମାନେ ଧୂମପାନ କରିଥା’ନ୍ତି, ସେମାନଙ୍କର ପ୍ରଥମ ୩ ମାସରେ ବାରମ୍ବାର ଗର୍ଭନଷ୍ଟ ହୋଇଥାଏ ା ଧୂମପାନରେ ପ୍ରାୟ ୪୦୦୦ ପ୍ରକାରର ବିଷ ଥାଏ ା ଏଥିରେ ନିକୋଟିନ ହେଉଛି ପ୍ରଧାନ ବିଷ। ଏହା ଗର୍ଭ ନଷ୍ଟ କରାଇଥାଏ। ଏହାଛଡା ଧୂମପାନ କରୁଥିବା ମହିଳାମାନଙ୍କର ଗର୍ଭସ୍ଥ ଶିଶୁଟି ଭଲ ଭାବେ ବଢିପାରେ ନାହିଁ ା ତେଣୁ ଅଳ୍ପ ଓଜନର ହୋଇଥାଏ ା ବେଳେବେଳେ ଶିଶୁଟି ବିକଳାଙ୍ଗ ହେବାର ମଧ୍ୟ ଆଶଙ୍କା ଥାଏ ା ଅନେକ ସମୟରେ ଅପରିଣତ ପ୍ରସବ ଓ ଗର୍ଭରେ ଶିଶୁମୃତ୍ୟୁ ହୋଇଥାଏ ା
ଧୂମପାନ କରୁଥିବା ମହିଳାମାନଙ୍କର ଶ୍ୱାସରୋଗ ଓ ହୃଦ୍‌ରୋଗ ହେବାର ଆଶଙ୍କା ଥିବାରୁ ପ୍ରସବ ସମୟରେ ଅସୁବିଧା ହୋଇଥାଏ ା ସିଜରିଆନ ଅସ୍ତ୍ରୋପଚାର ହେବାର ଆଶଙ୍କା ବେଶୀ ହୋଇଥାଏ ଏବଂ ପ୍ରସବ ପରେ ମଧ୍ୟ ଶୀଘ୍ର ସୁସ୍ଥ ହେବା ପାଇଁ ଅସୁବିଧା ହୋଇଥାଏ ା ଧୂମପାନ କରୁଥିବା ମହିଳାମାନଙ୍କର ଖୁବ୍‌ କମ୍‌ କ୍ଷୀର ହୋଇଥାଏ ା ତେଣୁ ସେମାନେ ଶିଶୁଟିକୁ ମଧ୍ୟ ସ୍ତନ୍ୟପାନ କରାଇ ପାରନ୍ତି ନାହିଁ।
ବୟସ୍କା ମହିଳା ଓ ଧୂମପାନ:
ଆମ ଦେଶ ଅପେକ୍ଷା ପାଶ୍ଚାତ୍ୟ ଦେଶରେ ବୟସ୍କା ମହିଳାମାନେ ବେଶି ଧୂମପାନ କରିଥା’ନ୍ତି। କାରଣ ସେମାନେ ନିଃସଙ୍ଗ ଜୀବନଯାପନ କରିଥା’ନ୍ତି, ମାନସିକ ଅବସର ଭୋଗିଥା’ନ୍ତି ଏବଂ ସେମାନଙ୍କର ଦାମ୍ପତ୍ୟ ମଧ୍ୟ ସୁଖକର ହୋଇ ନ ଥାଏ। ବେଳେବେଳେ ଏହି ମହିଳାମାନେ ନିଷ୍କ୍ରିୟ ଧୂମପାନର ଶିକାର ହୋଇଥା’ନ୍ତି। ଫଳରେ ସେମାନଙ୍କର ଖୁବ୍‌ଶୀଘ୍ର ଋତୁସ୍ରାବର ବିରତି ହୋଇଥାଏ (ଆର୍ଲି ମେନୋପଜ୍‌) । ହାଡ ପୋରିଆରୋଗ (୫ରୁ ୧୦ ପ୍ରତିଶତ ବେଶୀ), ଉଚ୍ଚ ରକ୍ତଚାପ, ସ୍ମୃତି ବିଭ୍ରମ (ଆଲ୍‌ଝିମର୍ସ) ହୃଦ୍‌ରୋଗ ଓ କର୍କଟ ରୋଗ ବେଶି ପରିମାଣରେ ହୁଏ।
ହୃଦ୍‌ଘାତ: ଧୂମପାନରେ ଥିବା ନିକୋଟିନ୍‌ ବା ବିଷ ହୃତ୍‌ସ୍ପନ୍ଦନ ବଢ଼ାଇଦିଏ, ତଦ୍ଦ୍ବାରା ହୃତ୍‌ପିଣ୍ଡକୁ ରକ୍ତ ସଂଚାଳନ ଠିକ୍‌ଭାବେ ହୋଇପାରେ ନାହିଁ। ରକ୍ତଚାପ ବଢ଼ିଯାଏ ତଥା ହୃତ୍‌ପିଣ୍ଡକୁ ରକ୍ତ ଯୋଗାଉଥିବା ଧମନୀ ଭିତରେ ରକ୍ତ ଜମାଟ ବାନ୍ଧିଯାଏ ଏବଂ କରୋନାରୀ ଧମନୀର ଆଭ୍ୟନ୍ତରୀଣ ପରଦାରେ ଥିବା ରକ୍ତ କୋଷଗୁଡିକ ନଷ୍ଟ ହୋଇଯାଏ। ତେଣୁ ହୃଦ୍‌ଘାତ ହୁଏ। ସେହିଭଳି ଧୂମପାନ ଓ ଉଚ୍ଚ ରକ୍ତଚାପ ଯୋଗୁଁ ମସ୍ତିଷ୍କାଘାତର ଆଶଙ୍କା ମଧ୍ୟ ବେଶୀ ବଢ଼ିଯାଏ।
କର୍କଟ ରୋଗ: ଧୂମପାନ କରୁଥିବା ମହିଳାମାନଙ୍କର ଫୁସ୍‌ଫୁସ୍‌ କର୍କଟ ରୋଗ ଓ ସ୍ତନ କର୍କଟ ରୋଗ ହେବାର ଆଶଂକା ଅଧିକ ଥାଏ। ଯେଉଁମାନେ ଦୋକ୍ତା ଓ ଗୁଣ୍ଡି ଖାଇଥା’ନ୍ତି ସେମାନଙ୍କ ପାଟିରେ କର୍କଟ ରୋଗ ହୋଇଥାଏ। ନାରୀଟିଏ, ମା’ଟିଏ ସାରା ପରିବାରର କେନ୍ଦ୍ରବିନ୍ଦୁ। ତା’ ଉପରେ ବର୍ତ୍ତମାନ ଓ ଭବିଷ୍ୟତ ବଂଶଧର ତଥା ପରିବାରର ସମସ୍ତେ ନିର୍ଭରଶୀଳ ହୋଇଥା’ନ୍ତି। ତେବେ ଏ କେନ୍ଦ୍ରବିନ୍ଦୁଟି ଯଦି ପ୍ରତ୍ୟକ୍ଷ ଭାବରେ ବା ପରୋକ୍ଷ ଭାବରେ ଧୂମପାନର ଶିକାର ହୋଇ ମୂଳ ଦଣ୍ଡଟିକୁ ଦୋହଲାଇ ଦିଏ, ତେବେ ସାରା ପରିବାର ଓ ସମାଜ କ’ଣ ଦୋହଲିଯାଇ, ସାରା ପୃଥିବୀରେ ୫ ବର୍ଷରୁ କମ୍‌ ବୟସର ୧ ଲକ୍ଷ ୫୦ ହଜାର ଶିଶୁ ବର୍ଷକୁ ନିଷ୍କ୍ରିୟ ଧୂମପାନ ଦ୍ୱାରା ମୃତ୍ୟୁବରଣ କରିଥା’ନ୍ତି।
ଯକ୍ଷ୍ମାରୋଗ: ଯକ୍ଷ୍ମାରୋଗ ଦ୍ୱାରା ଫୁସ୍‌ଫୁସ୍‌ର କାର୍ଯ୍ୟ କରିବାର ଶକ୍ତି କମିଯାଏ। ଏହା ଉପରେ ତମାଖୁସେବନ କଲେ ଫୁସ୍‌ଫୁସ୍‌ ସଂକ୍ରମଣ ବୃଦ୍ଧି ପାଇ ଖୁବ୍‌ଶୀଘ୍ର ମୃତ୍ୟୁ ହୋଇଥାଏ। ତମାଖୁସେବନ ଦ୍ୱାରା ବାୟୁ ପ୍ରଦୂଷଣ ବଢ଼ିଯାଏ। ଏଥିରେ ୭୦୦୦ କେମିକାଲ ଥାଏ ଏବଂ ତନ୍ମଧ୍ୟରୁ ୬୯ଟି କେମିକାଲ କର୍କଟ ରୋଗ କରିଥାଏ। ସାରା ପୃଥିବୀର ଧୂମପାନକାରୀ ବ୍ୟକ୍ତିଙ୍କ ମଧ୍ୟରୁ ୨୦% ହେଉଛନ୍ତି ମହିଳା। ୧୫୧ ଦେଶର ସଂଗୃହୀତ ତଥ୍ୟରୁ ଜଣାଯାଇଛି ଯେ, ପ୍ରାୟ ୭% କିଶୋରୀ ଧୂମପାନ କରିଥା’ନ୍ତି। ଆମ ଦେଶରେ ମହିଳା ଓ ଶିଶୁମାନେ ବିଶେଷ ଭାବରେ ନିଷ୍କ୍ରିୟ ଧୂମପାନର ଶିକାର ହୋଇଥା’ନ୍ତି। ବିଶ୍ୱ ତମାଖୁ ନିରୋଧ ଦିବସରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଧୂମପାନରୁ ଓ ତଜ୍ଜନିତ ବିପଦରୁ ମହିଳା ଓ ଶିଶୁମାନଙ୍କୁ ରକ୍ଷା କରିବା ସମାଜ ତଥା ଆମ ସମସ୍ତଙ୍କର କର୍ତ୍ତବ୍ୟ।
-ଡା. ସରୋଜିନୀ ଷଡ଼ଙ୍ଗୀ
ଲିଙ୍କ୍‌ ରୋଡ଼, କଟକ
ମୋ: ୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri