ତନ୍ତ୍ର ସାଧନା ପଛର ରହସ୍ୟ ଖୋଲିଲା ପୋଲିସ:ଭଉଣୀର ତଣ୍ଟି କାଟି ବଳି ଦେଇଥିଲେ ଭାଇ

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି/ ବଙ୍ଗୋମୁଣ୍ଡା, ୮।୧(ଡି.ଏନ୍‌.ଏ.):ନିଜ ମାମୁପୁଅ ଭାଇକୁ ଅପହରଣ କରି ତଣ୍ଟି କାଟି ବଳି ଦେବାର ୧୪ ମାସ ପରେ ତନ୍ତ୍ରସାଧକ ଶୋଭାବନ ରଣା ଜେଲରୁ ଜାମିନରେ ଆସି ସମାନ ଢଙ୍ଗରେ ନିଜ ସାନ ଭଉଣୀଙ୍କୁ ଅପହରଣ କରି ତଣ୍ଟି କାଟି ବଳି ଦେଇଥିଲେ। ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ସାଲେବରଟ ଗଁାରେ ଘଟିଥିବା ଏହି ନାରକୀୟକାଣ୍ଡ ଉପରୁ ପରଦା ହଟିଛି। ମଙ୍ଗଳବାର ତନ୍ତ୍ରସାଧନା ପଛର ରହସ୍ୟ ଖୋଲିଛି ପୋଲିସ। ଏସ୍‌ପି ସନ୍ଦୀପ ମାଡକର ସିନ୍ଧେକେଲା ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏ ନେଇ ସ୍ପଷ୍ଟ କରିଛନ୍ତି।
ତନ୍ତ୍ରଗୁରୁ କୁଞ୍ଜ ରଣାଙ୍କ କୋପରୁ ରକ୍ଷା ପାଇବା ପାଇଁ ଅଭିଯୁକ୍ତ ଶୋଭାବନ (୨୮) ନିଜ ସାନଭଉଣୀ ଜନନୀଙ୍କୁ ଚକାଗୁଜିଆ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ଗୁଜିଆ ପାହାଡ ଉପରେ ବଳି ଦେଇଥିଲେ। ଶୋଭାବନଙ୍କ ସ୍ବୀକାରୋକ୍ତି ଓ ସୂଚନା ଅନୁଯାୟୀ ପୋଲିସ ଟିମ୍‌ ଗୁଜିଆ ପାହାଡ ଉପରୁ ଜନନୀଙ୍କ ମୁଣ୍ଡ ଗଣ୍ଡି ଅଲଗା ମୃତଦେହକୁ ଉଦ୍ଧାର କରିଛି। ବଳିରେ ବ୍ୟବହୃତ ସିନ୍ଦୂର, ଛୁରି ଓ ଜନନୀଙ୍କ ବସ୍ତ୍ର ଜବତ କରାଯାଇଥିବା ଏସ୍‌ପି କହିଛନ୍ତି। ଶୋଭାବନଙ୍କୁ ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି।
ଗତ ଡିସେମ୍ବର ୨୪ରେ ସାଲେବରଟ ଗଁାର ମୁସୁରୁ ରଣାଙ୍କ ନାବାଳିକା ଝିଅ ଜନନୀ (୧୨) ନିଖୋଜ ହୋଇଥିଲେ। ନିଖୋଜ ପଛରେ ବଳି ସନ୍ଦେହ କରି ସେହି ମାସ ୨୮ ତାରିଖରେ ସାଲେବରଟ ଗ୍ରାମବାସୀ ସିନ୍ଧେକେଲା ଥାନା ଘେରାଉ କରିବା ସହ ଜନନୀଙ୍କ ବଡଭାଇ ଶୋଭାବନଙ୍କ ଗିରଫ ଦାବି କରିଥିଲେ। ଏହାପରେ ପୋଲିସ ଶୋଭାବନଙ୍କୁ ଅଟକ ରଖି ପଚରା ଉଚରା କରିଥିଲା।
୨୦୧୮ ଅକ୍ଟୋବରରେ ପାରିବାରିକ ସୁଖ ପାଇଁ ତନ୍ତ୍ରଗୁରୁ କୁଞ୍ଜ ରଣାଙ୍କ ସହ ମିଶି ଉନ୍ଦେର ନଦୀରେ ମାମୁପୁଅ ମିଥୁନ୍‌ (୯)ଙ୍କୁ ସେ ବଳି ଦେଇଥିଲେ। ଏହି ଘଟଣାରେ ତନ୍ତ୍ରଗୁରୁ କୁଞ୍ଜ ଓ ତନ୍ତ୍ରସାଧକ ଶୋଭାବନ ଗିରଫ ହୋଇ ଜେଲ ଯାଇଥିଲେ। ଜେଲରେ ଥିତ୍ବା ସମୟରେ କୁଞ୍ଜ କୁଆଡେ ଶୋଭାବନକୁ ତାଗିଦ୍‌ କରିଥିଲେ। ଶୋଭାବନର ଭୁଲ ଯୋଗୁ ତାଙ୍କୁ ଜେଲ ଯିବାକୁ ପଡିଛି ବୋଲି କହିଥିଲେ। ଆଗକୁ ଏହାର ପରିଣାମ ଭୟାବହ ହେବ ବୋଲି କୁଞ୍ଜ କୁଆଡେ ଚରମବାଣୀ ଶୁଣାଇଥିଲେ। ଗୁରୁଙ୍କ କୋପରୁ ବର୍ତ୍ତିବାକୁ ହେଲେ ଜେଲରୁ ବାହାରିବା ପରେ ନିଜ ଭଉଣୀକୁ ବଳି ଦେବାକୁ ପଡିବ ବୋଲି କୁଆଡେ କୁଞ୍ଜ ଶୋଭାବନଙ୍କୁ କହିଥିଲେ। ଗତ ସେପ୍ଟେମ୍ବର ମାସରେ କୁଞ୍ଜ ଓ ଶୋଭାବନ ହାଇକୋର୍ଟରୁ ଜାମିନ୍‌ ପାଇ ଘରକୁ ଫେରିଥିଲେ। ଜେଲରୁ ବାହାରି ଶୋଭାବନ ନିଜ ଭଉଣୀ ଜନନୀଙ୍କୁ ବଳି ଦେବାକୁ ଯୋଜନା କରିଥିଲେ। ଗୁଜିଆ ପାହାଡ ଉପର ଗୁଜେନ୍‌ ଦେବୀଙ୍କ ପାଖରେ ଜନନୀଙ୍କୁ ବଳି ଦେବାର ସମସ୍ତ ପ୍ରସ୍ତୁତ ହୋଇଥିଲା। ଯୋଜନା ମୁତାବକ ସମସ୍ତ ବଳି ସାମଗ୍ରୀ ଆଣିବା ପରେ ଗତ ୨୪ ତାରିଖରେ ଜନନୀଙ୍କୁ ସାଇକେଲରେ ଅପହରଣ କରି ନେଇଥିଲେ ଶୋଭାବନ। ପରେ ଭଉଣୀକୁ ଗୁଜିଆ ଜଙ୍ଗଲକୁ ନେଇ ପୂଜାର୍ଚ୍ଚନା ପରେ ଛୁରିରେ ତଣ୍ଟି କାଟି ବଳି ଦେଇଥିଲେ। ମୁଣ୍ଡ ଓ ଗଣ୍ଡିକୁ ଅଲଗା କରିଦେବା ପରେ ରକ୍ତ ଅର୍ପଣ କରି ନିକଟସ୍ଥ ବୁଦାରେ ମୁଣ୍ଡ, ଗଣ୍ଡି ଓ ଛୁରିକୁ ଲୁଚାଇ ଦେଇଥିଲେ। ସେଠାରୁ ଆସି କାଲ୍‌କୁଟ୍‌ ଗଁା ନିକଟ ମନ୍ଦାରମୁଣ୍ଡା ବନ୍ଧରେ ଜନନୀ ପିନ୍ଧିଥିବା ବସ୍ତ୍ରକୁ ଫିଙ୍ଗି ଦେଇଥିଲେ। ଏହାପରେ ଅପହରଣରେ ବ୍ୟବହୃତ ସାଇକେଲକୁ ଶ୍ରୀରାମ ଓ ତୁକ୍‌ଲା ଗଁା ମଝିରେ ଛାଡି ଦେଇ ଶୋଭାବନ ଫେରାର ହୋଇଯାଇଥିତ୍ବା ଏସ୍‌ପି ମାଡକର ସୂଚନା ଦେଇଛନ୍ତି। ଶୋଭାବନର ବୟାନ ଅନୁଯାୟୀ ସମସ୍ତ ତଥ୍ୟ ଓ ପ୍ରମାଣ ସଂଗ୍ରହ କରାଯାଇଥିତ୍ବା ଏସ୍‌ପି କହିଛନ୍ତି। ଏହି ସବୁ ଘଟଣାରେ ତନ୍ତ୍ରଗୁରୁ କୁଞ୍ଜଙ୍କ ଭୂମିକା କ’ଣ ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଜାମିନ୍‌ରେ ବାହାରିବା ପରେ କୁଞ୍ଜ କୁଆଡେ ଚାଲିଯାଇଥିତ୍ବା ଜଣାପଡିଛି। ଖବରଦାତା ସମ୍ମିଳନୀରେ ଏସ୍‌ପି ମାଡକରଙ୍କ ସହ ଅତିରିକ୍ତ ଏସ୍‌ପି ମନୋରଞ୍ଜନ ପଧାନ, ଟିଟିଲାଗଡ ଏସ୍‌ଡିପିଓ ସୁରେନ୍ଦ୍ରନାଥ ଶତପଥୀ, ସିନ୍ଧେକେଲା ଥାନା ଆଇଆଇସି ତଥା ତଦନ୍ତକାରୀ ଅଧିକାରୀ ଅନନ୍ତ ପ୍ରଧାନ ଉପସ୍ଥିତ ଥିଲେ।
ମାତ୍ର ୧୪ ମାସ ଭିତରେ ଦୁଇଜଣ ସମ୍ପର୍କୀୟଙ୍କୁ ଶୋଭାବନ ବଳି ଦେବା ଘଟଣାକୁ ନେଇ ସିନ୍ଧେକେଲା ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଏହି ବଳି ମାମଲାକୁ ଫାଷ୍ଟଟ୍ରାକ କୋର୍ଟରେ ଫଇସଲା କରାଯାଇ ତୁରନ୍ତ ଶୋଭାବନଙ୍କୁ ଫାଶୀ ଦିଆଯାଉ ବୋଲି ଉତ୍ତ୍ୟକ୍ତ ଲୋକେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ଧରିତ୍ରୀର ପ୍ରଥମ ପୃଷ୍ଠାରେ ‘ସାନଭଉଣୀକୁ ବଳିଦେଲେ ଭାଇ’ ଶୀର୍ଷକରେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri