Posted inରାଜ୍ୟ

ଢେଙ୍କାନାଳ କଲେଜ ଯୁକ୍ତ୩ ପରୀକ୍ଷା ଫଳ ପ୍ରକାଶିତ: ପାସ୍‌ ହାର ୭୧.୨୮%, ସୁବ୍ରତ ଟପ୍ପର

ଢେଙ୍କାନାଳ ଅଫିସ, ୩୦।୫: ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ୩ ପରୀକ୍ଷା ଫଳ ବୁଧବାର ସକାଳ ସାଢ଼େ ୯ଟାରେ ପ୍ରକାଶ ପାଇଛି। ଚଳିତବର୍ଷ ପାସ୍‌ ହାର ରହିଛି ୭୧.୨୮%। ପଦାର୍ଥ ବିଜ୍ଞାନ ଛାତ୍ର ସୁବ୍ରତ କୁମାର ପଣ୍ଡା କଲେଜ ଟପ୍ପର ହୋଇଛନ୍ତି। ଏଗ୍ରିଗେଟ୍‌କୁ ମିଶାଇ ସେ ମୋଟ ୨୬୦୦ରୁ ୨୪୧୨ ମାର୍କ ରଖିଛନ୍ତି। ତାଙ୍କୁ ଓ(ଡି) ଗ୍ରେଡ୍‌ ମିଳିଛି।
କଳା, ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଥିବା ୫୦୬ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୩୫୫ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ତନ୍ମଧ୍ୟରେ ‘ଓ’ଗ୍ରେଡ୍‌ ଏବଂ ଡିଷ୍ଟିକ୍‌ଶନରେ ୫, ‘ଏ ପ୍ଲସ୍‌’ରେ ୩, ‘ଏ ପ୍ଲସ୍‌ ଡି’ରେ ୪୦, ‘ଏ(ଡି)’ରେ ୯୨, ‘ଏ’ରେ ୧୭, ‘ଡି ପ୍ଲସ୍‌ ଡି’ରେ ୫୨, ‘ବି ପ୍ଲସ’ରେ ୫୨, ‘ବି’ରେ ୬୮, ‘ସି’ରେ ୨୫ ଏବଂ ‘ଡି’ ଗ୍ରେଡ୍‌ରେ ଜଣେ ଅଛନ୍ତି। ୧୪୧ଜଣ ଫେଲ୍‌ ହୋଇଥିବାବେଳେ ୨ଜଣ କପି କରି ଧରାପଡ଼ିଛନ୍ତି।
କଳା ବିଭାଗରେ ୨୦୨ଜଣ ପରୀକ୍ଷା ଦେଇଥିବାବେଳେ ୧୪୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ ହାର ୭୩.୨୬% ରହିଛି। ସେହିପରି ବିଜ୍ଞାନରେ ୧୬୩ ଜଣଙ୍କ ମଧ୍ୟରୁ ୧୪୭ଜଣ (୯୦.୧୮%) ଏବଂ ବାଣିଜ୍ୟରେ ୧୪୧ରୁ ୫୯ଜଣ (୪୨.୭୫%) ପାସ୍‌ ହୋଇଛନ୍ତି।
ଅର୍ଥନୀତି ବିଭାଗ ସମ୍ମାନରେ ରୋଜାଲିନ୍‌ ସେନାପତି, ଇଂଲିଶ ସମ୍ମାନରେ ପଲ୍ଲିଶ୍ରୀ ମିଶ୍ର, ଇତିହାସ ସମ୍ମାନରେ ଶୁଭସ୍ମିତା ସାହୁ, ଓଡ଼ିଆ ସମ୍ମାନରେ ଅଶ୍ୱିନୀ କୁମାର ଦ୍ୱିବେଦୀ, ଦର୍ଶନଶାସ୍ତ୍ର ସମ୍ମାନରେ ରାଜଲକ୍ଷ୍ମୀ ମହାନ୍ତି, ରାଜନୀତି ବିଜ୍ଞାନ ସମ୍ମାନରେ ଅର୍ପିତା ସାହୁ, ମନସ୍ତତ୍ତ୍ୱ ସମ୍ମାନରେ ଶୁଭଲକ୍ଷ୍ମୀ ସାହୁ, ସଂସ୍କୃତ ସମ୍ମାନରେ ପୂର୍ଣ୍ଣାନନ୍ଦ ମଲ୍ଲିକ, ଉଦ୍ଭିଦ ବିଜ୍ଞାନ ସମ୍ମାନରେ ଶାଶ୍ୱତୀ ସାହୁ, ରସାୟନ ବିଜ୍ଞାନ ସମ୍ମାନରେ ଅମ୍ରିତା ଐଶ୍ୱର୍ଯ୍ୟା ନନ୍ଦ, କମ୍ପ୍ୟୁଟର ବିଜ୍ଞାନ ସମ୍ମାନରେ ମୃତ୍ୟୁଞ୍ଜୟ ରାଉତ, ଗଣିତ ସମ୍ମାନରେ ବିଭୂତି ଭୂଷଣ ସାହୁ, ପଦାର୍ଥ ବିଜ୍ଞାନ ସମ୍ମାନରେ ସୁବ୍ରତ ପଣ୍ଡା, ପ୍ରାଣୀ ବିଜ୍ଞାନ ସମ୍ମାନରେ ପ୍ରୀତିଜ୍ୟୋତ୍ସ୍ନା ସାହୁ, ଆକାଉଣ୍ଟିଂ ସମ୍ମାନରେ ଜୟଶ୍ରୀ ପ୍ରଧାନ ବିଭାଗୀୟ ଟପ୍ପର ହୋଇଛନ୍ତି।
କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ପଦ୍ମକାନ୍ତ ମିଶ୍ର ପରୀକ୍ଷା ଫଳ ଘୋଷଣା କରିଥିଲେ। ପରୀକ୍ଷା ନିୟନ୍ତ୍ରକ ଜୟଦେବ ପାଢୀ, ସହକାରୀ ପରୀକ୍ଷା ନିୟନ୍ତ୍ରକ ରମେଶ ବେହେରା, ଦେବାଶିଷ ମହାନ୍ତି, ଅଧ୍ୟାପକ ସଞ୍ଜିତ ମହାପାତ୍ର, ପ୍ରଶାନ୍ତ ପରିଡ଼ା, ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଧରଣୀଧର ରଣା ଓ ମନସ୍ତତ୍ତ୍ୱ ବିଭାଗ ମୁଖ୍ୟ ନମିତା କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୮।୩: ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ୧୮ ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ(ବିଜେଡି)...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri