ଢେଙ୍କାନାଳ କଲେଜରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ: ‘ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦିଆଯିବ’

ଢେଙ୍କାନାଳ ଅଫିସ, ୧୦।୧୧  – ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ଅଶ୍ୱିନୀ ମିଶ୍ର ଶନିବାର ଢେଙ୍କାନାଳ କଲେଜ ପରିଦର୍ଶନ କରିଛନ୍ତି। ପୂର୍ବାହ୍ନ ସାଢ଼େ ୧୧ଟାରୁ ଅପରାହ୍ନ ୪ଟା ଯାଏ ୫ଘଣ୍ଟାର ରହଣି ଭିତରେ ସେ କଲେଜରେ ଲାଗି ରହିଥିବା ସମସ୍ତ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ସେଗୁଡ଼ିକର ସମାଧାନ ଲାଗି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ମିଶ୍ର କଲେଜରେ ପହଞ୍ଚତ୍ବା ପରେ ଶ୍ରେଣୀ ପ୍ରକୋଷ୍ଠ, ଲାବରେଟୋରି ବୁଲି ଦେଖିବା ସହ ଛାତ୍ରୀଛାତ୍ରଙ୍କ ସହିତ ଭାବ ବିନିମୟ କରିଥିଲେ। ଅଧ୍ୟାପିକାଅଧ୍ୟାପକ, ନନ୍‌ ଟିଚିଂ ଷ୍ଟାଫ୍‌ଙ୍କ ସହ ବିଭିନ୍ନ ସମସ୍ୟା, ସ୍ବୟଂଶାସିତ ମାନ୍ୟତା ସମ୍ପର୍କରେ ଆଲୋଚନା କରିଥିଲେ। ଛାତ୍ରାବାସ, ଛାତ୍ରୀନିବାସକୁ ଯାଇ ସେଠାରେ ଅନ୍ତେବାସୀଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ପରଖିଥିଲେ। ନବନିର୍ମିତ ଛାତ୍ରାବାସର ଭିତ୍ତିଭୂମି ପରଖିବା ସହ ପିଲାମାନଙ୍କ ସହ ମିଶି ଖାଇଥିଲେ।
ପରିଦର୍ଶନ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ କହିଲେ, ଏହା ଏକ ଭଲ କଲେଜ। ଛାତ୍ରୀଛାତ୍ର, ଅଧ୍ୟାପିକାଅଧ୍ୟାପକଙ୍କ ସହ ଆଲୋଚନା କରି ବିଭିନ୍ନ ସମସ୍ୟା ଜାଣିବାକୁ ପାଇଛୁ। ଏହାର ସମାଧାନ ଲାଗି ଗୁରୁତ୍ୱ ଦିଆଯାଇ ପଦକ୍ଷେପ ନିଆଯିବ। ସ୍ବୟଂଶାସିତ ମାନ୍ୟତା ବଜାୟ ରହିବା ଲାଗି ଯଥାସାଧ୍ୟ ଉଦ୍ୟମ କରାଯିବ ବୋଲି କହିଛନ୍ତି। ଏ ନେଇ କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ସୁରେନ୍ଦ୍ରନାଥ ଷଡ଼ଙ୍ଗୀ କୁହନ୍ତି, ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ କଲେଜ ପରିଦର୍ଶନ କରି ସ୍ବୟଂଶାସିତ ମାନ୍ୟତା ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିଛନ୍ତି। ଛାତ୍ରୀ ନିବାସର ଉନ୍ନତୀକରଣ ପାଇଁ ଆସିଥିବା ୩ କୋଟି ଟଙ୍କା ଅନୁଦାନ ଭିଜିଲାନ୍ସର ଏକ ମାମଲା ଯୋଗୁ ପଡ଼ିରହିଛି। ଏହାର ବିନିଯୋଗ ସମ୍ପର୍କରେ ଜିଲାପାଳଙ୍କ ସହ ଫୋନରେ ଆଲୋଚନା କରାଯାଇଛି। କଲେଜରେ ସ୍ବୟଂଶାସିତ ମାନ୍ୟତା ବଜାୟ ରଖିବାକୁ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

୨ ନେତ୍ରୀଙ୍କ ସହ ଭାଜପା ଛାଡ଼ିଲେ ନିରୋଜ ନଳିନୀ

ଢେଙ୍କାନାଳ,୪ା୪(ରତନ ନାୟାର): ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଢେଙ୍କାନାଳ ଜିଲା ଭାଜପା ସମ୍ପାଦିକା...

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ,୩ା୪(ରତନ ନାୟାର): ଢେଙ୍କାନାଳ ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri