ଢେଙ୍କାନାଳ କଲେଜରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ: ‘ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦିଆଯିବ’

ଢେଙ୍କାନାଳ ଅଫିସ, ୧୦।୧୧  – ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ଅଶ୍ୱିନୀ ମିଶ୍ର ଶନିବାର ଢେଙ୍କାନାଳ କଲେଜ ପରିଦର୍ଶନ କରିଛନ୍ତି। ପୂର୍ବାହ୍ନ ସାଢ଼େ ୧୧ଟାରୁ ଅପରାହ୍ନ ୪ଟା ଯାଏ ୫ଘଣ୍ଟାର ରହଣି ଭିତରେ ସେ କଲେଜରେ ଲାଗି ରହିଥିବା ସମସ୍ତ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ସେଗୁଡ଼ିକର ସମାଧାନ ଲାଗି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ମିଶ୍ର କଲେଜରେ ପହଞ୍ଚତ୍ବା ପରେ ଶ୍ରେଣୀ ପ୍ରକୋଷ୍ଠ, ଲାବରେଟୋରି ବୁଲି ଦେଖିବା ସହ ଛାତ୍ରୀଛାତ୍ରଙ୍କ ସହିତ ଭାବ ବିନିମୟ କରିଥିଲେ। ଅଧ୍ୟାପିକାଅଧ୍ୟାପକ, ନନ୍‌ ଟିଚିଂ ଷ୍ଟାଫ୍‌ଙ୍କ ସହ ବିଭିନ୍ନ ସମସ୍ୟା, ସ୍ବୟଂଶାସିତ ମାନ୍ୟତା ସମ୍ପର୍କରେ ଆଲୋଚନା କରିଥିଲେ। ଛାତ୍ରାବାସ, ଛାତ୍ରୀନିବାସକୁ ଯାଇ ସେଠାରେ ଅନ୍ତେବାସୀଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ପରଖିଥିଲେ। ନବନିର୍ମିତ ଛାତ୍ରାବାସର ଭିତ୍ତିଭୂମି ପରଖିବା ସହ ପିଲାମାନଙ୍କ ସହ ମିଶି ଖାଇଥିଲେ।
ପରିଦର୍ଶନ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ କହିଲେ, ଏହା ଏକ ଭଲ କଲେଜ। ଛାତ୍ରୀଛାତ୍ର, ଅଧ୍ୟାପିକାଅଧ୍ୟାପକଙ୍କ ସହ ଆଲୋଚନା କରି ବିଭିନ୍ନ ସମସ୍ୟା ଜାଣିବାକୁ ପାଇଛୁ। ଏହାର ସମାଧାନ ଲାଗି ଗୁରୁତ୍ୱ ଦିଆଯାଇ ପଦକ୍ଷେପ ନିଆଯିବ। ସ୍ବୟଂଶାସିତ ମାନ୍ୟତା ବଜାୟ ରହିବା ଲାଗି ଯଥାସାଧ୍ୟ ଉଦ୍ୟମ କରାଯିବ ବୋଲି କହିଛନ୍ତି। ଏ ନେଇ କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ସୁରେନ୍ଦ୍ରନାଥ ଷଡ଼ଙ୍ଗୀ କୁହନ୍ତି, ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ କଲେଜ ପରିଦର୍ଶନ କରି ସ୍ବୟଂଶାସିତ ମାନ୍ୟତା ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିଛନ୍ତି। ଛାତ୍ରୀ ନିବାସର ଉନ୍ନତୀକରଣ ପାଇଁ ଆସିଥିବା ୩ କୋଟି ଟଙ୍କା ଅନୁଦାନ ଭିଜିଲାନ୍ସର ଏକ ମାମଲା ଯୋଗୁ ପଡ଼ିରହିଛି। ଏହାର ବିନିଯୋଗ ସମ୍ପର୍କରେ ଜିଲାପାଳଙ୍କ ସହ ଫୋନରେ ଆଲୋଚନା କରାଯାଇଛି। କଲେଜରେ ସ୍ବୟଂଶାସିତ ମାନ୍ୟତା ବଜାୟ ରଖିବାକୁ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri