ଢିପସାହିରେ ବଢ଼ୁଛି ଭାଇଚାରା: ଯୁବପିଢ଼ିଙ୍କୁ ଏକାଠି କରିଛି ସଂକୀର୍ତ୍ତନ

ବନ୍ତଳା,୨୦ା୫ (ଦୀନେଶ ଦେହୁରୀ) ରାଜନୀତି ପାଇଁ ଗାଁ ଗାଁ ଆଜି କଳୁଷିତ। ଘର-ଘର, ସାହି-ସାହିରେ ମନ ଫଟାଫଟି। ଗୋଷ୍ଠୀ, ଦଳକୁ ନେଇ କନ୍ଦଳ ପ୍ରାୟ ସବୁଠି। ହେଲେ ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା-ଧୋକୁଟା ଢିପସାହିରେ ଏବେ ବି ବଞ୍ଚିଛି ପୁରୁଣା ଗ୍ରାମୀଣ ପରିବେଶ। ଭାଇଚାରାର ଧାରାରେ ଏଠି ପ୍ରବାହିତ ହେଉଛନ୍ତି ସମସ୍ତେ। ଗୋଟିଏ ସୂତାରେ ଗୁନ୍ଥା ହେବା ଭଳି ପରସ୍ପରକୁ ସହଯୋଗ କରୁଛନ୍ତି ଯୁବପିଢ଼ି। ଆଉ ଏମାନଙ୍କୁ ଏକାଠି କରିଛି ସଂକୀର୍ତ୍ତନ। ମାତ୍ର ବର୍ଷ କେଇଟା ମଧ୍ୟରେ ୨ହଜାରରୁ ଅଧିକ ଜାଗାରେ ସେମାନେ କଳା ପ୍ରଦର୍ଶନ କରିଛନ୍ତି। ସଚେତନତାର ବାର୍ତ୍ତା ଦେଇ ସରକାରଙ୍କଠାରୁ ପୁରସ୍କୃତ ହୋଇଛନ୍ତି। ସବୁଠୁ ବଡ଼ କଥା ହେଲା, ସଂକୀର୍ତ୍ତନରୁ ମିଳୁଥିବା ଅର୍ଥରେ ସେମାନେ ଗଁାର ଉନ୍ନତି ସହ ଅସହାୟ ମଣିଷଙ୍କୁ ସହାୟତା କରୁଛନ୍ତି।
୧୯୯୪ରେ ସାହିର କସ୍ତୁ ଦାସଙ୍କ ନେତୃତ୍ୱରେ ପ୍ରଥମେ ୧୦ ଜଣ ସଦସ୍ୟଙ୍କୁ ନେଇ ଗଠନ ହୋଇଥିଲା ତ୍ରିନାଥେୟ ବାଲ୍ୟକୃଷ୍ଣ ସଂକୀର୍ତ୍ତନମଣ୍ଡଳୀ। ପ୍ରତି ସଦସ୍ୟ ୫୦ ଟଙ୍କା ଲେଖାଏ ଚାନ୍ଦା କରି ମୃଦଙ୍ଗ, ଗିନି କିଣି ପ୍ରତିଦିନ ସାରେ ଗଁା ଚଉପାଢ଼ୀରେ ସଂକୀର୍ତ୍ତନ କରୁଥିଲେ। ହେଲେ ୨୦୦୪ରେ କୌଣସି ସମସ୍ୟାକୁ ନେଇ ସଂକୀର୍ତ୍ତନମଣ୍ଡଳୀ ଭାଙ୍ଗିଯାଇଥିଲା। ୫ ବର୍ଷ ବନ୍ଦ ପଡ଼ିବା ପରେ ସାହିର ଯୁବକମାନେ ପୁଣିଥରେ ଏହାକୁ ଗଢ଼ିବାକୁ ଅଣ୍ଟା ଭିଡ଼ିଥିଲେ। ହେମନ୍ତ କୁମାର ଦାସଙ୍କ ନେତୃତ୍ୱରେ ୩୦ ଜଣ ସଦସ୍ୟ ୫୦୦ ଟଙ୍କା ଲେଖାଏ ଆଦାୟ କରିଥିଲେ। ଗାଁ ଗାଁ ବୁଲି ଆଉ ୫ ହଜାର ଟଙ୍କା ଯୋଗାଡ଼ କରି ସଂକୀର୍ତ୍ତନ ପାଇଁ ଆବଶ୍ୟକ ସାମଗ୍ରୀ କିଣିବା ସହ ପୁରୁଣା ଧାରାକୁ ବଦଳାଇ ଆଧୁନିକ ଶୈଳୀରେ ସଂକୀର୍ତ୍ତନ ଆରମ୍ଭ କଲେ। ପୂର୍ବ ସଂକୀର୍ତ୍ତନମଣ୍ଡଳୀ ନାମରେ ସଂଘ ଗଠନ କରି କର୍ମକର୍ତ୍ତାଙ୍କୁ ଦାୟିତ୍ୱ ଅର୍ପଣ କଲେ। ସଂଘର ନୂଆ ସଭାପତି ହେଲେ ହେମନ୍ତ କୁମାର ଦାସ। ସେହିପରି ସମ୍ପାଦକ ଦାୟିତ୍ୱରେ ରଘୁନାଥ ବେହେରା ଓ କୋଷାଧ୍ୟକ୍ଷ ରହିଲେ ବ୍ରଜେଶ ରାଜ ମୁଦୁଲି। ଏମାନଙ୍କ ନେତୃତ୍ୱରେ ଅନ୍ୟ ସଭ୍ୟ କନ୍ଦର୍ପ ବେହେରା, କାଳନ୍ଦୀ ସାହୁ, ପ୍ରକାଶ ଚନ୍ଦ୍ର ସାହୁ, ବ୍ରଜରାଜ ଦେହୁରୀ, ନିତ୍ୟାନନ୍ଦ ସାହୁ, ପ୍ରଶାନ୍ତ କୁମାର ସାହୁ, ସୁଶାନ୍ତ କୁମାର ସାହୁ, ବିଜୟ ସାହୁ, ମନୋଜ ବେହେରା, ମାନସ ସାହୁ, ସନାତନ ଦାସ, ମଙ୍ଗୁଲୁ ଦାସ, ସୁବାସ ଚନ୍ଦ୍ର ସାହୁ, ସୁଦର୍ଶନ ବେହେରା, ଶ୍ରୀନିବାସ ଦାସ, ଜିତେନ୍ଦ୍ର ଦେହୁରୀ, ରୋହିତ ପ୍ରଧାନ, ପ୍ରତାପ ପ୍ରଧାନ, ନିତ୍ୟାନନ୍ଦ ପ୍ରଧାନ, ରାକେଶ ଚନ୍ଦ୍ର ସାହୁ, ଗୋଲେଖ ଦାସ, ବାଳକୃଷ୍ଣ ମୁଦୁଲି, ଜୟନ୍ତ ବେହେରା, ପ୍ରଦ୍ୟୁମ୍ନ ବେହେରା, ଲୋକନାଥ ମୁଦୁଲି, କ୍ଷୀରୋଦ ବେହେରା, କେଶବ ସାହୁ, ମଳୟ ଦେହୁରୀ, ଗୁଣ୍ଡିଚା ଦେହୁରୀ, ରଞ୍ଜନ ଦେହୁରୀ ପ୍ରମୁଖ ଆଧୁନିକ ଶୈଳୀରେ ସଂକୀର୍ତ୍ତନ କରି ଲୋକମାନଙ୍କୁ ଏପରି ଆକୃଷ୍ଟ କଲେ ଯେ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ଆଖପାଖ ଗ୍ରାମରୁ ଏହି ସଂକୀର୍ତ୍ତନମଣ୍ଡଳୀକୁ ଅନେକ ନିମନ୍ତ୍ରଣ ଆସିଲା। ଅର୍ଥ ରୋଜଗାର ସହ ଉଚ୍ଚ ପ୍ରଶଂସା ମିଳିଲା। ଏହା ସଂକୀର୍ତ୍ତନମଣ୍ଡଳୀର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କକୁ ଏପରି ଦୃଢ଼ କଲା ଯେ ସେମାନେ ଆଉ ପଛକୁ ଫେରି ଚାହିଁଲେ ନାହିଁ। ଜିଲା ମହୋତ୍ସବ, ବ୍ଲକ ମହୋତ୍ସବ, ରାଜ୍ୟସ୍ତରୀୟ ମହୋତ୍ସବରେ ନିଖୁଣ କଳା ପ୍ରଦର୍ଶନ କରି ପୁରସ୍କାର ଆଣିପାରିଲେ। ବ୍ୟକ୍ତିଗତ କାର୍ଯ୍ୟକ୍ରମରୁ ଏମାନେ ଅଳ୍ପ ଦକ୍ଷିଣା ଆଣୁଥିବା ବେଳେ ବିଭିନ୍ନ ଗ୍ରାମ୍ୟ ଉତ୍ସବରୁ ତିନିରୁ ବାର ହଜାର ଟଙ୍କା ପର୍ଯ୍ୟନ୍ତ ପାଉଣା ଆଣୁଛନ୍ତି। କିନ୍ତୁ ଉକ୍ତ ଅର୍ଥକୁ ବ୍ୟକ୍ତିଗତ କାର୍ଯ୍ୟରେ ଖର୍ଚ୍ଚ ନ କରି ସେମାନେ ଗାଁର ବିକାଶରେ ଲଗାଉଛନ୍ତି। ଅସହାୟ ମଣିଷଙ୍କ ସହାୟତାରେ ଖର୍ଚ୍ଚ କରୁଛନ୍ତି। ସଂକୀର୍ତ୍ତନ ମଣ୍ଡଳୀର ସରକାରୀ ପଞ୍ଜୀକରଣ ମଧ୍ୟ ଜିଲାସ୍ତରରେ କରିଛନ୍ତି। ବର୍ତ୍ତମାନ ସରକାରୀସ୍ତରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ସେମାନେ ବେଶ୍‌ ସକ୍ରିୟ ରହିଛନ୍ତି। ବିଶେଷକରି ସ୍ବଚ୍ଛ ଭାରତ, କନ୍ୟା ଭ୍ରୂଣ ହତ୍ୟା, ମ୍ୟାଲେରିଆ, ଡେଙ୍ଗୁ, ଏଡ୍‌ସ ନିରାକରଣ ପାଇଁ ସଂକୀର୍ତ୍ତନ ମାଧ୍ୟମରେ ଜନସଚେତନତା ସୃଷ୍ଟି କରୁଛନ୍ତି। ଏସବୁରୁ ମିଳୁଥିବା ଅର୍ଥରୁ ୫ ଲକ୍ଷ ଟଙ୍କାରେ ସଂକୀର୍ତ୍ତନ ସାମଗ୍ରୀ କଣିଥିବା ବେଳେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ କୋଠଘର ନିର୍ମାଣ କରୁଛନ୍ତି। ପ୍ରତିବର୍ଷ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରି ପଞ୍ଚକ ମହୋତ୍ସବ ପାଳନ କରୁଛନ୍ତି। ଗାଁର ମେଳା, ମହୋତ୍ସବଠାରୁ ଆରମ୍ଭ କରି ପରିମଳ ଯାଏ ସବୁଥିରେ ଏକାଠି ହୋଇ କାର୍ଯ୍ୟ କରୁଥିବାରୁ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri