Posted inଖେଳ

ଯୁବରାଜଙ୍କ ଅବସର ଚିନ୍ତା

ନୂଆଦିଲ୍ଲୀ, ୨୦।୫(ପି.ଟି.)- ସୀମିତ ଓଭର କ୍ରିକେଟରେ ଭାରତର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର ଯୁବରାଜ ସିଂ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଗ୍ରହଣ କରିବା ଲାଗି ଗୁରୁତର ସହ ଚିନ୍ତା କରୁଛନ୍ତି। ଏଥିସହ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଅନୁମୋଦିତ ବିଦେଶୀ ଟି୨୦ ଲିଗ୍‌ରେ ଜଣେ ଫ୍ରିଲାନ୍ସ (ଆତ୍ମନିଯୁକ୍ତ) କ୍ରିକେଟର ଭାବେ ଖେଳିବାକୁ ଚାହୁଁଛନ୍ତି। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିକଟରୁ ଏଥିଲାଗି ଅନୁମତି ମିଳିବା ପରେ ପଞ୍ଜାବର ଏହି ବିସ୍ଫୋରକ ବାମହାତୀ ବ୍ୟାଟ୍ସମ୍ୟାନ ତାଙ୍କ ଅନ୍ତିମ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି। ଏଥିସହ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାର ଆଉ ସମ୍ଭାବନା ନାହିଁ ବୋଲି ଯୁବରାଜ ସ୍ବୀକାର କରିସାରିଛନ୍ତି। ‘ଯୁବରାଜ ଅନ୍ତର୍ଜାତୀୟ ଓ ପ୍ରଥମଶ୍ରେଣୀ କ୍ରିକେଟ୍‌ରୁ ଅବସର ନେବାକୁ ଚିନ୍ତା କରୁଛନ୍ତି। ଜିଟି୨୦ (କାନାଡା) ଏବଂ ଆୟର୍ଲାଣ୍ଡ ଓ ନେଦରଲାଣ୍ଡ୍‌ସରେ ହେବାକୁ ଥିବା ୟୁରୋ ଟି୨୦ ସ୍ଲାମ୍‌ରେ ଖେଳିବା ଲାଗି ଆସିଥିବା ଅଫର ବିଷୟରେ ସେ ବିସିସିଆଇ ସହିତ ସ୍ପଷ୍ଟ ଭାବେ ଆଲୋଚନା କରିବାକୁ ଚାହୁଁଛନ୍ତି’ ବୋଲି ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି। ନିକଟରେ କାର୍‌ବୀୟନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ଖେଳିବା ପାଇଁ ଇର୍ଫାନ ପଠାନ ତାଙ୍କ ନାମକୁ ଡ୍ରାଫ୍ଟକୁ ସୁପାରିସ କରିଥିଲେ। କିନ୍ତୁ ଇର୍ଫାନ ପ୍ରଥମଶ୍ରେଣୀ କ୍ରିକେଟରେ ସକ୍ରିୟ ରହିଥିବା ସତ୍ତ୍ୱେ ବିସିସିଆଇ ନିକଟରୁ ଅନୁମତି ନେଇ ନ ଥିଲେ। ‘ଡ୍ରାଫ୍ଟରୁ ନାମକୁ ଉଠାଇ ନେବା ଲାଗି ଇର୍ଫାନଙ୍କୁ କୁହାଯାଇଥିଲା। ଯୁବରାଜଙ୍କ କ୍ଷେତ୍ରରେ ଆମେ ନିୟମକୁ ଚେକ୍‌ କରିବୁ। ଯଦି ସେ ପ୍ରଥମଶ୍ରେଣୀ କ୍ରିକେଟରୁ ଅବସର ନେଇଯାଆନ୍ତି, ତଥାପି ସେ ବର୍ତ୍ତମାନ ବି ବିସିସିଆଇ ସ୍ବୀକୃତିପ୍ରାପ୍ତ ଟି୨୦ ଲିଗ୍‌ରେ ଜଣେ ସକ୍ରିୟ ସଦସ୍ୟ। ଏ ନେଇ ଆମକୁ ନିୟମକୁ ଯାଞ୍ଚ କରିବାକୁ ପଡ଼ିବ’ ବୋଲି ବିସିସିଆଇର ଏହି ବରିଷ୍ଠ ଅଧିକାରୀ ପିଟିଆଇକୁ ଏକ ସାକ୍ଷାତ୍‌କାର ଅବସରରେ କହିଛନ୍ତି। ଗତ ଆଇପିଏଲ୍‌ରେ ଯୁବରାଜ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ତାଙ୍କୁ ଖେଳିବାର ବେଶି ସୁଯୋଗ ମିଳି ନ ଥିଲା। ଏହା ହିଁ ଯୁବରାଜଙ୍କୁ ଭବିଷ୍ୟତ ବିଷୟରେ ଅଧିକ ଚିନ୍ତା କରିବାକୁ ବାଧ୍ୟ କରିଥିବା କୁହାଯାଉଛି। ଯଦି କାନାଡ଼ା ଓ ୟୁରୋ ଟି୨୦ ସ୍ଲାମ୍‌ରେ ଯୁବରାଜ ଖେଳନ୍ତି, ତେବେ ଏହି ଲିଗ୍‌ର ମାଇଲେଜ୍‌ ଆଶାତୀତ ଭାବେ ବଢ଼ିଯିବାର ସମ୍ଭାବନା ରହିଛି। ଡବ୍‌ଲିନରେ ଅନୁଷ୍ଠିତ ଟି୧୦ ଲିଗ୍‌ରେ ଯଦି ଜାହିର ଖାଁ ଓ ବୀରେନ୍ଦ୍ର ସେହ୍ବାଗଙ୍କୁ ଖେଳିବାକୁ ଅନୁମତି ଦିଆଯାଇଛି, ତେବେ ଯୁବରାଜଙ୍କୁ କାହିଁକି ମିଳିବ ନାହିଁ ବୋଲି କିଛି ଲୋକ ପ୍ରଶ୍ନ କରିଛନ୍ତି। ଯଦି ଅବସରପ୍ରାପ୍ତ ଖେଳାଳିଙ୍କୁ ବିଗ୍‌ ବାସ୍‌ ଲିଗ୍‌, କାର୍‌ବୀୟନ ପ୍ରିମିୟର ଲିଗ୍‌, ବାଂଲାଦେଶ ପ୍ରିମିୟର ଲିଗ୍‌ ଆଦିରୁ ଖେଳିବାକୁ ଅଫର ଆସେ ତେବେ ଖେଳିବାରେ କୌଣସି ଅସୁବିଧା ନାହିଁ ବୋଲି ଏହି ଅଧିକାରୀ ଜଣଙ୍କ କହିଛନ୍ତି। ଯୁବରାଜ ଭାରତ ପକ୍ଷରୁ ୪୦ ଟେଷ୍ଟ, ୩୦୪ ଦିନିକିଆ ଓ ୫୮ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଟେଷ୍ଟରେ ସେ ୧୯୦୦ ରନ୍‌ କରିଥିବାବେଳେ ଦିନିକିଆରେ ୮୭୦୧ ରନ୍‌ କରିଛନ୍ତି, ଯେଉଁଥିରେ ୧୪ ଶତକ ଓ ୫୨ ଅର୍ଦ୍ଧଶତକ ସାମିଲ। ସେହିଭଳି ୮ଟି ଅର୍ଦ୍ଧଶତକ ସହ ଟି୨୦ରେ ୧୧୭୭ ରନ୍‌ କରିଛନ୍ତି। ଦିନିକିଆ ଓ ଟି୨୦ରେ ତାଙ୍କ ନାମରେ ଯଥାକ୍ରମେ ୧୧୧ ଓ ୨୮ ଉଇକେଟ୍‌ ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀ ମୋ ବାପାଙ୍କ ଭଳି…କିଛି ଏଭଳି କହିଲେ…

ନୂଆଦିଲ୍ଲୀ,୪।୫: ୨୦୨୨ରେ ପ୍ରଥମ ଥର ଆଇପିଏଲ୍‌ ଖେଳିଥିବା ମଥିଶା ପଥିରାନା ନିଜର ବୋଲିଂକୁ ନେଇ ‘ବେବି ମଲିଙ୍ଗା’ ନାମରେ ଖ୍ୟାତ। ଶ୍ରୀଲଙ୍କା ଅଣ୍ଡର ୧୯ ଟିମ୍‌ରେ...

‘ଓ୍ବାର୍ନର ୭୦% ଭାରତୀୟ, ୩୦% ଅଷ୍ଟ୍ରେଲିୟ’

ନୂଆଦିଲ୍ଲୀ,୪।୫: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତଥା ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ୍‌ ଖେଳୁଥିବା ଡେଭିଡ୍‌ ଓ୍ବାର୍ନରଙ୍କୁ ଭାରତ କେତେ ପସନ୍ଦ, ସମସ୍ତେ ତାହା ଜାଣନ୍ତି।...

‘ହତାଶ ହୋଇପଡ଼ିଛନ୍ତି ପାଣ୍ଡ୍ୟା,ଅଛନ୍ତି ଚାପରେ’

ନୂଆଦିଲ୍ଲୀ,୪।୫: ହାର୍ଦ୍ଦିକ ପାଣ୍ଡ୍ୟା ଥକି ଯାଇଥିବା, ହତାଶ ଏବଂ ଚାପରେ ଥିବା ଭଳି ଦୃଶ୍ୟମାନ ହେଉଛନ୍ତି। କିଛି ଏଭଳି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଆରୋନ...

ଇଣ୍ଡିଆନ୍‌ ସୁପର ଲିଗ୍‌: ମୁମ୍ବାଇ ସିଟି ଏଫ୍‌ସି ଚାମ୍ପିୟନ

କୋଲକାତା,୪ା୫: ଇଣ୍ଡିଆନ୍‌ ସୁପର ଲିଗ(ଆଇଏସ୍‌ଏଲ୍‌)ର ଦଶମ ସଂସ୍କରଣରେ ଡିଫେଣ୍ଡିଂ ଚାମ୍ପିୟନ ମୋହନ ବାଗାନ ସୁପର ଜାଏଣ୍ଟ୍ସକୁ ୩-୧ରେ ହରାଇ ଟାଇଟଲ ହାସଲ କରିଛି ମୁମ୍ବାଇ ସିଟି...

ପାଣ୍ଡ୍ୟା-ବୁମ୍‌ରାଙ୍କୁ ଛାଡ଼ନ୍ତୁ, ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇଲେଣି ରୋହିତ ଶର୍ମା…

ନୂଆଦିଲ୍ଲୀ,୪।୫: ଟି୨୦ ବିଶ୍ୱକପ୍‌ରେ ଜୁନ୍‌ ୫ରୁ ନିଜର ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ରେ ଦଳ ଆର୍ୟଲ୍ୟାଣ୍ଡକୁ ଭେଟିବ। ତେବେ ଏହା ପୂର୍ବରୁ...

ସଫେଇ ଦେଲେ ଚେସ ଚାମ୍ପିଅନ କାସପାରୋଭ

ନୂଆଦିଲ୍ଲୀ,୪।୫: ରୁଷିଆର ମହାନ ଚେସ ଖେଳାଳି ଗ୍ୟାରି କାସପାରୋଭ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ବର୍ତ୍ତମାନ...

ରାହୁଲଙ୍କୁ ଟାର୍ଗେଟ କଲେ ଚେସ ଚାମ୍ପିଅନ ଗ୍ୟାରି କାସପାରୋଭ, କହିଲେ ପ୍ରଥମେ ରାଏବରେଲିରେ ଜିତିକି ଦେଖାନ୍ତୁ…

ନୂଆଦିଲ୍ଲୀ,୪।୫: ଆନ୍ତର୍ଜାତୀୟ ଖେଳାଳି ତଥା ପୂର୍ବତନ ବିଶ୍ୱ ଚାମ୍ପିଅନ ଗ୍ୟାରି କାସପାରୋଭଙ୍କ ଏକ ପୋଷ୍ଟ ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଛି। ସେ ରାଏବରେଲିରୁ ଲୋକ ସଭା...

ଟି୨୦ ବିଶ୍ୱକପ୍‌: ଶ୍ରୀନାଥଙ୍କୁ ମିଳିଲା ପୁଣି ଗୁରୁଦାୟିତ୍ୱ

ଦୁବାଇ, ୪ା୫: ଆସନ୍ତା ମାସରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେଉଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଆଇସିସି ମ୍ୟାଚ ରେଫରି ଜାଭାଗଲ ଶ୍ରୀନାଥଙ୍କ ସମେତ ଅମ୍ପାୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri