Posted inଖେଳ

ଡ୍ରାଭିଡଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ, ୨୯।୬(ପି.ଟି.)- ପ୍ରାକ୍ତନ ଭାରତୀୟ ଅଧିନାୟକ ତଥା ଜୁନିୟର ଦଳର କୋଚ୍‌ ରାହୁଲ ଡ୍ରାଭିଡଙ୍କୁ ଜୁଲାଇ ୧ରୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ବାଙ୍ଗାଲୋରସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ର ‘ହେଡ୍‌ ଅଫ୍‌ କ୍ରିକେଟ୍‌’ ଭାବେ ଡ୍ରାଭିଡ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବେ। ଏନ୍‌ସିଏର ହେଡ୍‌ ଅଫ୍‌ କ୍ରିକେଟ୍‌ ଭାବେ ଡ୍ରାଭିଡ୍‌ ପରବର୍ତ୍ତୀ ପିଢ଼ିର କ୍ରିକେଟର୍‌ଙ୍କ କ୍ୟାରିୟର ଗଢ଼ି ତୋଳିବାରେ ସହାୟତା କରିବା ସହିତ ଜୁନିୟର କ୍ରିକେଟରଙ୍କ ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବେ। ଏଥିସହ ଏହି ବ୍ୟାଟିଂ ମହାରଥୀ ଆହୁରି ମଧ୍ୟ ଭବିଷ୍ୟତର ମହିଳା କ୍ରିକେଟର୍‌ଙ୍କ ମେଣ୍ଟର ଦାୟିତ୍ୱ ମଧ୍ୟ ତୁଲାଇବେ ଏବଂ ଆହତ ଖେଳାଳିଙ୍କୁ ସୁସ୍ଥ ହେବା ଦିଗରେ ସହାୟତା କରିବେ। ଏହି ନୂଆ ଦାୟିତ୍ୱ ଗ୍ରହଣ କରିବା ଫଳରେ ଡ୍ରାଭିଡ୍‌ ଭାରତ-ଏ ଓ ୧୯ ବର୍ଷରୁ କମ୍‌ ଦଳ ସହିତ ଗସ୍ତ କରିପାରିବେ ନାହିଁ। ସେ ପୁରା ଗସ୍ତ ପାଇଁ ନ ହେଲେ ମଧ୍ୟ କିଛି ସମୟ ଜୁନିୟର ଭାରତୀୟ ଦଳ ସହ ବିତାଇବେ। ସେହିଭଳି ପ୍ରାକ୍ତନ ଦ୍ରୁତ ବୋଲର ପାରସ ମହାମ୍ବ୍ରେ ଓ ଅଭୟ ଶର୍ମା କିନ୍ତୁ ଜୁନିୟର ଦଳର ସପୋର୍ଟ ଷ୍ଟାଫ୍‌ ଭାବେ ପୂର୍ବଭଳି କାମ କରିବେ ବୋଲି ଶନିବାର ପ୍ରଶାସନିକ କମିଟି (ସିଓଏ) ବୈଠକରେ ଏହା ସ୍ଥିର କରାଯାଇଛି ବୋଲି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜୈନିକ ଅଧିକାରୀ କହିଛନ୍ତି।
ବୈଠକରେ ବର୍ତ୍ତମାନର ଓ ପ୍ରାକ୍ତନ ଖେଳାଳିଙ୍କ ‘ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ’ ମାମଲାରେ ମଧ୍ୟ ଆଲୋଚନା ହୋଇଥିଲା। ବିଶେଷ କରି ଭି.ଭି.ଏସ. ଲକ୍ଷ୍ମଣ ଓ ସୌରଭ ଗାଙ୍ଗୁଲିଙ୍କୁ ନେଇ ବିସିସିଆଇ ଏଥିକ୍ସ ଅଧିକାରୀ ତଥା ପ୍ରାକ୍ତନ ସୁପ୍ରିମ କୋର୍ଟ ଜଜ୍‌ ଡି.କେ. ଜୈନ ଜାରି କରିଥିବା ନିର୍ଦ୍ଦେଶ ଉପରେ ବୈଠକରେ ଆଲୋଚନା କରାଯାଇଥିଲା। ଲୋଧା କମିଟିର ନିୟମ ‘ଜଣେ ବ୍ୟକ୍ତି ଗୋଟିଏ ପଦ’କୁ ନେଇ ଜୈନ କହିଥିଲେ ଯେ, ବର୍ତ୍ତମାନ ଲକ୍ଷ୍ମଣଙ୍କୁ ୩ଟି ଦାୟିତ୍ୱ ମଧ୍ୟରୁ ଗୋଟିଏକୁ ବାଛିବାକୁ ପଡ଼ିବ। ଲକ୍ଷ୍ମଣ ବର୍ତ୍ତମାନ କ୍ରିକେଟ୍‌ ପରାମର୍ଶଦାତା କମିଟି (ସିଏସି), ଆଇପିଏଲ୍‌ ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦ୍‌ ଓ ଟିଭି ଭାଷ୍ୟକାର ଭାବେ ୩ଟି ଭୂମିକା ତୁଲାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘Thanks To Everybody…’, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ଭିଡିଓ ବାର୍ତ୍ତା ଜାରି,କହିଲେ…VIDEO

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ନୂତନ ଭିଡିଓ ବାର୍ତ୍ତା ଶୁକ୍ରବାର ରାତିରେ ସାମ୍ନାକୁ ଆସିଛି। ଏହି ସମୟରେ…

ଇସ୍ତଫା ଦେବେ ନାହିଁ ଧର୍ମେନ୍ଦ୍ର ପ୍ରଧାନ! ସରକାରଙ୍କ କଡ଼ା ଆଭିମୁଖ୍ୟ, ଗୋଟିଏ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ମାମଲାରେ ଦାୟିତ୍ୱ ନିର୍ଦ୍ଧାରଣ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତର-ମନ୍ତରରେ ଗତ ଏକ…

ରାଇକିଆରେ ବାହୁଡା଼ ଯାତ୍ରା ସମ୍ପନ୍ନ

ରାଇକିଆ,୨୪ା୭ (ପ୍ରଦୀପ ବେହେରା): ରାଇକିଆ ଠାରେ ଶୁକ୍ରବାର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ…

ଗଞ୍ଜାମରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ/ଅନାଥ ତରାଇ): ଗଞ୍ଜାମ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ସକାଳୁ ମନ୍ଦିର ପରିସରରେ ପୂଜାପାଠ ଓ ରୀତିନୀତି ପାଳନ ପରେ ମହାପ୍ରଭୁଙ୍କ…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

୧୧ କେ.ଭି. ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟଣା: ଶକ୍ତି ସଚିବ, କଳାହାଣ୍ଡି ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲା ଜାତୀୟ ମାନବାଧିକାର କମିଶନ

ଥୁଆମୂଳ ରାମପୁର, ୨୪।୦୭ (ଦୁର୍ଗା କୀର୍ତ୍ତି): ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାରର ଚରମ ଅବହେଳା ଯୋଗୁ ଝୁଲନ୍ତା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି…

CJP ପ୍ରଦର୍ଶନରେ ପାକିସ୍ତାନୀ ଷଡ଼ଯନ୍ତ୍ର! ଜନ୍ତର-ମନ୍ତର ପ୍ରଦର୍ଶନକୁ ନେଇ ବଡ଼ ଖୁଲାସା, ବ୍ଲକ ହେଲା ୪୮୦…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ‘କକ୍ରୋଚ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନ ମଧ୍ୟରେ ଦିଲ୍ଲୀ ପୋଲିସ ଏକ ବଡ଼ ଖୁଲାସା କରିଛି। ପୋଲିସ ଏକ ବଡ଼…

ସ୍ତ୍ରୀ, ଝିଅଙ୍କୁ ନେଇ ଶ୍ୱଶୁରଘର ଯାଇଥିଲେ: ଫେରୁଥିବା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ….

ଭଞ୍ଜନଗର, ୨୪/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଯୋଗୀମାରି ରାସ୍ତାର ପାଣିଟାଙ୍କି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri