Posted inଖେଳ

ଡେଭିସ୍‌ କପ୍‌: ଭେନ୍ୟୁ ସ୍ଥାନାନ୍ତର ପାଇଁ ରାଜି ହେଉନି ପାକିସ୍ତାନ

କରାଚୀ, ୧୨ା୮ (ପି.ଟି.)-ପାକିସ୍ତାନ ବିପକ୍ଷରେ ଖେଳାଯିବାକୁଥିବା ଡେଭିସ୍‌ କପ୍‌ ଏସିଆ/ଓସେନିଆ ଗ୍ରୁପ୍‌-୧ ମ୍ୟାଚ୍‌ ଏକ ନିରପେକ୍ଷ ଭେନ୍ୟୁରେ କରିବା ଲାଗି ଭାରତ କରିଥିବା ଅନୁରୋଧକୁ ପାକିସ୍ତାନ ଟେନିସ ଫେଡେରେଶନ (ପିଟିଏଫ୍‌) ପ୍ରତ୍ୟାଖ୍ୟାନ କରିଛି। ଏହି ମ୍ୟାଚ ସେପ୍ଟେମ୍ବର ୧୪ ଓ ୧୫ରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ପିଟିଏଫ୍‌ ମୁଖ୍ୟ ସଲିମ ସଇଫୁଲ୍ଲା କହିଛନ୍ତି, ମ୍ୟାଚ ଖେଳାଯିବା ଲାଗି ଇସ୍‌ଲାମାବାଦ ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ସମସ୍ତ ପ୍ରକାର ଆୟୋଜନ ହୋଇଛି। ଭାରତୀୟ ଖେଳାଳିମାନେ ଅସୁରକ୍ଷିତ ଅନୁଭବ କରିବେ ବୋଲି ମୋର ଆଦୌ ମନେ ହେଉନାହିଁ। ଭାରତ ସରକାର ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରିଛନ୍ତି, ଯଦ୍ଦ୍ବାରା ଜମ୍ମୁ-କଶ୍ମୀର ସ୍ବତନ୍ତ୍ର ମାନ୍ୟତା ହରାଇଛି। ଏହି କାରଣରୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଫଳରେ ଏହି ମ୍ୟାଚ ଖେଳାଯିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଡେଭିସ କପ୍‌କୁ ଏକ ନିରପେକ୍ଷ ଭେନ୍ୟୁରେ କରାଇବା ଲାଗି ଅନ୍ତର୍ଜାତୀୟ ଟେନିସ ଫେଡେରେଶନ (ଆଇଏଟିଏଫ୍‌)କୁ ଅନୁରୋଧ କରିବ ବୋଲି ସର୍ବଭାରତୀୟ ଟେନିସ ଆସୋସିଏଶନ(ଏଆଇଟିଏ) କହିଛି। କିନ୍ତୁ ସଇଫୁଲ୍ଲା କହିଛନ୍ତି, ଇସ୍‌ଲାମାବାଦ ଏକ ସୁରକ୍ଷିତ ସହର। ତେଣୁ ଭାରତୀୟ ଟେନିସ ଖେଳାଳି ଲାଗି କୌଣସି ଅସୁବିଧା ରହିବ ନାହିଁ। ଟିମ୍‌ ରହିବାକୁ ଥିବା ହୋଟେଲଠାରୁ ଆରମ୍ଭ କରି ଭେନ୍ୟୁ ପର୍ଯ୍ୟନ୍ତ ଉଚ୍ଚସ୍ତରୀୟ ନିରାପତ୍ତା ବ୍ୟବସ୍ଥା କରାଯାଇଛି। ସେମାନେ ଯଦି ଚାହଁିବେ ତେବେ ମ୍ୟାଚ ବେଳେ ଦର୍ଶକମାନଙ୍କୁ ମଧ୍ୟ ଅନୁମତି ଦିଆଯିବ ନାହିଁ। ସଇଫୁଲ୍ଲା ପୁଣି ଦର୍ଶାଇଛନ୍ତି, ଆମେ ବହୁ ବର୍ଷ ବ୍ୟବଧାନରେ ଡେଭିସ୍‌ କପ୍‌ ଆୟୋଜନ କରିବାକୁ ଯାଉଛୁ। ଦେଶରେ ଟେନିସ୍‌ ଖେଳର ପ୍ରସାର ଏବଂ ରାଜସ୍ବ ଆୟ ପାକିସ୍ତାନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଅପରପକ୍ଷରେ ପାକିସ୍ତାନ ବିପକ୍ଷ ଡେଭିସ୍‌ କପ୍‌ ଏକ ନିରପେକ୍ଷ ଭେନ୍ୟୁରେ କରାଇବା ବ୍ୟବସ୍ଥା ପାଇଁ ଭାରତୀୟ ଟେନିସ ଫେଡେରେଶନ ଖେଳର ବିଶ୍ୱ ପରିଚାଳନା ପରିଷଦକୁ ଅନୁରୋଧ କରିବ ବୋଲି ଶନିବାର ସ୍ପଷ୍ଟ କରିଛି। ଦୁଇ ପଡୋଶୀ ଦେଶ ମଧ୍ୟରେ ବର୍ତ୍ତମାନ ଯେଉଁ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି, ମ୍ୟାଚକୁ ନିରପେକ୍ଷ ଭେନ୍ୟୁରେ ଖେଳାଯିବା ଯଥାର୍ଥ ବୋଲି ଭାରତ କହିଛି। ପାକିସ୍ତାନରେ ମ୍ୟାଚ ଖେଳାଯିବା ଲାଗି ଅନୁକୂଳ ପରିବେଶ ନାହିଁ ବୋଲି ଆମର ହୃଦ୍‌ବୋଧ ହୋଇଛି। ଆମ ପାଇଁ ଏକ ନିରପେକ୍ଷ ଭେନ୍ୟୁର ବ୍ୟବସ୍ଥା ପାଇଁ ଆମେ ସୋମବାର ଆଇଟିଏଫ୍‌କୁ ଏକ ଚିଠି ଲେଖିବୁ ବୋଲି ଏଆଇଟିଏ ସାଧାରଣ ସମ୍ପାଦକ ହିରଣମୟ ଚାଟ୍ଟାର୍ଜୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri