Posted inଖେଳ

ଡେଜାନ ପାପିକ୍‌ ଟିଟି’ର ନୂଆ ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ, ୨୩ା୭ (ପି.ଟି.)-କାନାଡାର ଡେଜାନ୍‌ ପାପିକ୍‌ ଜାତୀୟ ଟେବୁଲ ଟେନିସ (ଟିଟି) ଦଳର ନୂଆ ମୁଖ୍ୟ କୋଚ୍‌ ହେବେ। ମଙ୍ଗଳବାର ତାହା ସ୍ପଷ୍ଟ ହୋଇଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ତରଫରୁ ତାଙ୍କୁ ଦିଆଯାଇଥିବା ବର୍ଷିକିଆ ଚୁକ୍ତିପତ୍ରକୁ ସେ ଗ୍ରହଣ କରିଛନ୍ତି। ଗତବର୍ଷ ଏସିଆନ ଗେମ୍ସ ପରଠାରୁ ଖେଳାଳିମାନେ ମୁଖ୍ୟ କୋଚ୍‌ ସେବାରୁ ବଞ୍ଚିତ ହୋଇଛନ୍ତି। ଆଗକୁ ୨୦୨୦ ଜୁଲାଇ-ଅଗଷ୍ଟରେ ଟୋକିଓ ଅଲିମ୍ପିକ୍ସ ହେବାକୁଥିବାବେଳେ ସେମାନେ ବହୁମୂଲ୍ୟ ସମୟ ହରାଇସାରିଛନ୍ତି। ଟେବୁଲ ଟେନିସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଟିଟିଏଫ୍‌ଆଇ) ପାପିକ୍‌ଙ୍କୁ ଗତ ମାର୍ଚ୍ଚରେ ଭାରତୀୟ ଟେବୁଲ ଟେନିସର ମୁଖ୍ୟ କୋଚ ଭାବେ ମନୋନୀତ କରିିଥିଲା। ମାତ୍ର ସାଇ ଦୁଇ ସପ୍ତାହ ତଳେ ତାଙ୍କ ନିକଟକୁୁ ଚୁକ୍ତିପତ୍ର ପଠାଇଛି। ପାପିକ୍‌ ବର୍ତ୍ତମାନ ଭ୍ରମଣରେ ଅଛନ୍ତି। ତେଣୁ ଚୁକ୍ତି ସ୍ବାକ୍ଷରରେ ବିଳମ୍ବ ଘଟୁଛି। ଆସନ୍ତାମାସ ପ୍ରଥମ ସପ୍ତାହରେ ସେ ଭାରତରେ ପହଞ୍ଚିବେ ବୋଲି ଆଶା କରାଯାଉଛି ବୋଲି ଟିଟିଏଫ୍‌ଆଇ ସମ୍ପାଦକ ଏମ.ପି. ସିଂ କହିଛନ୍ତି। କୋଚ୍‌ ନିଯୁକ୍ତିରେ ବିଳମ୍ବ ପାଇଁ ସରଥ କମଲ ଏବଂ ଜି. ସାଥିୟାଁଙ୍କ ଭଳି ଖେଳାଳି ନୈରାଶ୍ୟ ପ୍ରକାଶ କରିସାରିଛନ୍ତି। ପାପିକ୍‌ ମାସକୁ ବେତନ ବାବଦରେ ୭୦୦୦ ଆମେରିକୀୟ ଡଲାର ପାଇବେ। ଅଲିମ୍ପିକ୍ସ ପରେ ତାଙ୍କ ଚୁକ୍ତି ନବୀକରଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ବିଜୟ ଉତ୍ସବରେ ହିଂସା: ଜାଳି ଦେଲେ ୨୬୪ କାର, ୭୮୦ ଗିରଫ

ପ୍ୟାରିସ,୩୧ା୫: ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ…

ଆଇପିଏଲ୍‌ ନିୟମରେ ପରିବର୍ତ୍ତନ କରିବାକୁ ତେନ୍ଦୁଲକରଙ୍କ ବଡ଼ ପ୍ରସ୍ତାବ

ମୁମ୍ବାଇ,୩୧ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ପ୍ରଚଳିତ ଇମ୍ପାକ୍ଟ ପ୍ଲେୟାର ନିୟମକୁ ହଟାଇବାକୁ ଚାହୁଁଛନ୍ତି ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ଏଥିସହିତ ସେ ଲିଗ୍‌ରେ ବଲ ଓ ବ୍ୟାଟ…

IPL-2026 ଫାଇନାଲ୍‌ରେ ଟସ୍‌ ଜିତିଲା RCB

ଅହମଦାବାଦ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ୨୦୨୬ର ଫାଇନାଲ ମ୍ୟାଚ୍‌ ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଟସ୍‌…

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

Video: ବୈଭବ ସୂର୍ଯ୍ୟବଂଶୀଙ୍କ ଜଣେ ଭଲ ପ୍ରଶଂସକ ହୋଇଯାଇଛନ୍ତି ସଚିନ ତେନ୍ଦୁଲକର , ତାଙ୍କ ପ୍ରଶଂସାରେ କହିଲେ…

ନୂଆଦିଲ୍ଲୀ,୩୧।୫: ‘ବେବି ବସ’ ଭାବରେ ଶୀଘ୍ର ପ୍ରସିଦ୍ଧି ଲାଭ କରୁଥିବା ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ଖେଳ ଶୈଳୀ ସହିତ ଏକ ଚାଞ୍ଚଲ୍ୟକର ଘଟଣା ସୃଷ୍ଟି କରିଛନ୍ତି।…

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri