ଡିସେମ୍ବର ଶେଷସୁଦ୍ଧା ଭାଜପାର ସଭାପତି ଚୟନ: ଅରୁଣ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ଭାଜପା ରାଜ୍ୟ ପ୍ରଭାରୀ ଅରୁଣ ସିଂ ରାଜ୍ୟ ସଭା ସଦସ୍ୟଭାବେ ନିର୍ବାଚିତ ହେବାପରେ ପ୍ରଥମ ଥର ଲାଗି ରବିବାର ଓଡିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ତାଙ୍କୁ ଦଳ ପକ୍ଷରୁ ବ୍ୟାପକ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଅରୁଣ କହିଛନ୍ତି ଯେ, ଭାଜପା ରାଜ୍ୟ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଖୁବଶୀଘ୍ର ସରିବ। ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟ ସଭାପତି ନିର୍ବାଚନ ହେବ। ସଭାପତିି ପଦ ପାଇଁ ଏକ ମତଦାତା ସୂଚୀ ତିଆରି କରାଯାଇଥାଏ। ଏଥିରେ ସମସ୍ତ ସାଙ୍ଗଠନିକ ଜିଲାର ସଭାପତି ଓ ରାଜ୍ୟ ପରିଷଦର ସଦସ୍ୟମାନେ ରହିଥାନ୍ତି। ଏହି ମତଦାତା ସୂଚୀର ସଦସ୍ୟମାନେ ରାଜ୍ୟ ସଭାପତି ବାଛିଥାନ୍ତି। ଭାଜପାରେ କେବଳ ଆଭ୍ୟନ୍ତରୀଣ ଗଣତନ୍ତ୍ର ରହିଛି। ସଭାପତି କିଏ ହେବ ତାହା ଏବେଠାରୁ କହି ହେବନାହିଁ। ଏହି ମତଦାତା ସୂଚୀରେ ଥିବା ମତଦାତାମାନେ ଏନେଇ ସ୍ଥିର କରିବେ ବୋଲି ଅରୁଣ କହିଛନ୍ତି।
ଅନ୍ୟପକ୍ଷରେ ଭାଜପାର ଜିଲା ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦଳର ୩୬ ସାଙ୍ଗଠନିକ ଜିଲା ମଧ୍ୟରୁ ରବିବାର ସୁଦ୍ଧା ୧୭ ଜିଲାର ସଭାପତି ଚୟନ ପାଇଁ ପ୍ରକ୍ରିୟା ଶେଷ ହୋଇଯାଇଛି। ସୋମବାର ବାକି ୧୯ଟି ଜିଲା ସଭାପତି ଚୟନ ପ୍ରକ୍ରିୟା ସରିବ ବୋଲି ରାଜ୍ୟ ସହ ନିର୍ବାଚନ ଅଧିକାରୀ ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ୧୭ ତାରିଖ ସୁଦ୍ଧା ଜିଲା ସଭାପତି ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ସରିବ। ଏହାପରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ପ୍ରତାପ ରୁଡ୍ଡୀଙ୍କଠାରୁ ସମୟ ଲୋଡାଯିବ। ସେମାନେ ଯେବେ ସମୟ ଦେବେ ସେହି ଅନୁଯାୟୀ ରାଜ୍ୟ ସଭାପତି ନିର୍ବାଚନ କରାଯିବ। ଗତ ସପ୍ତାହରେ ୯ଟି ଗ୍ରୁପ୍‌ କରାଯାଇ ପ୍ରତ୍ୟେକଙ୍କୁ ୪ଟି ଲେଖାଏ ଜିଲାର ଦାୟିତ୍ୱ ବଣ୍ଟାଯାଇଥିଲା। କାହାକୁ କେଉଁ ଜିଲାର ସଭାପତି କଲେ ଭଲ ହେବ ସେ ନେଇ ସେହି ଗ୍ରୁପଗୁଡିକ କର୍ମୀଙ୍କ ସହ ଆଲୋଚନା କରି ମତାମତ ସଂଗ୍ରହ କରିଛନ୍ତି। ଅନ୍ୟପଟେ ରାଜ୍ୟସ୍ତରରେ ଏକ ୬ ଜଣିଆ ଗ୍ରୁପ କରାଯାଇଛି। ଉକ୍ତ ଗ୍ରୁପରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟ ନିର୍ବାଚନ ଅଧିକାରୀ ରଞ୍ଜନ ପଟେଲ, ସୁଦୀପ୍ତ ରାୟ, ସମୀର ମହାନ୍ତି, ପୃଥ୍ବୀରାଜ ହରିଚନ୍ଦନ ଏବଂ ଭୃଗୁବକ୍ସି ପାତ୍ର ରହିଛନ୍ତି। ଏହି ଟିମ୍‌ ସହ ରବିବାର ବିଧାୟକ, ଏମ୍‌ପି, ଦଳର ସାଧାରଣ ସମ୍ପାଦକ ପ୍ରମୁଖ ଭେଟିଛନ୍ତି। ଏହି ପ୍ରକ୍ରିୟା ସରିବାପରେ ପୁନର୍ବାର ସବୁ ଜିଲାସ୍ତରରେ ଯେଉଁଠାରେ ଜଣେ ଲେଖା ସଭାପତି ଆବେଦନକାରୀ ଏବଂ ଦୁଇଜଣ ଲେଖା ଅଛନ୍ତି ସେହି ସ୍ଥାନଗୁଡିକର ସମୀକ୍ଷା କରାଯାଇ ଚୂଡାନ୍ତ ଜିଲା ସଭାପତି ରିପୋର୍ଟ ପ୍ରକାଶ ପାଇବ ବୋଲି ରାୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ସବୁଠୁ ଧନୀ ପ୍ରଧାନମନ୍ତ୍ରୀ ଜାଣନ୍ତୁ କିଏ? ଟ୍ରମ୍ପଙ୍କଠାରୁ ୭ ଗୁଣ ଅଧିକ ଦରମା

ନୂଆଦିଲ୍ଲୀ, ୯।୯: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ଦରମା ଏବେ ପୁଣି ବଢ଼ିବାକୁ ଯାଉଛି। ଏହି ବୃଦ୍ଧି ପରେ ସେ ବିଶ୍ୱର ସର୍ବାଧିକ ଦରମା ପାଉଥିବା ସରକାରୀ…

ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ…

ଗ୍ରହଙ୍କ ରାଜା ସୂର୍ଯ୍ୟଙ୍କ ବଡ଼ ପରିବର୍ତ୍ତନ: ୪ ରାଶି ହେବେ ମାଲାମାଲ, ୪ ରାଶିଙ୍କୁ କରିଦେବେ କାଙ୍ଗାଳ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ରାଜା ବୋଲି କୁହାଯାଏ। ଆତ୍ମବିଶ୍ୱାସ, ମାନ-ସମ୍ମାନ, ଯଶ, ପଦ ଓ ପ୍ରତିଷ୍ଠାର କାରକ ଭାବେ ସୂର୍ଯ୍ୟଙ୍କୁ ବିବେଚନା କରାଯାଏ। ତେଣୁ…

୧୮ ସେପ୍ଟେମ୍ବର ଭିତରେ ଏହି ୩ ରାଶିଙ୍କର ହେବ ବଡ଼ ଚମତ୍କାର: କର୍କଟ ରାଶିରେ ପ୍ରବେଶ କରିବା ପୂର୍ବରୁ ନୂଆ ସୁଯୋଗ ଦେଇଯିବେ ମଙ୍ଗଳ

ଭୁବନେଶ୍ୱର: ବର୍ତ୍ତମାନ ମଙ୍ଗଳ ମିଥୁନ ରାଶିରେ ବିରାଜମାନ ଅଛନ୍ତି। ଖୁବଶୀଘ୍ର ମଙ୍ଗଳ ନିଜ ରାଶି ପରିବର୍ତ୍ତନ କରିବେ। ଜ୍ୟୋତିଷ ଗଣନା ଅନୁଯାୟୀ, ୧୮ ସେପ୍ଟେମ୍ବର ୨୦୨୬, ଶୁକ୍ରବାର…

ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା: ବଢିଲା ଉତ୍ତେଜନା

ନୂଆଦିଲ୍ଲୀ,୯।୯: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ (CENTCOM) ଅନୁଯାୟୀ, ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

ଧୁରନ୍ଧରକୁ ପଛରେ ପକାଇଲା ଫିଲ୍ମ ‘ହନୁମାନ ଅଂଶ’

ମୁମ୍ବାଇ: ଆଧ୍ୟାତ୍ମିକ ଗୁରୁ ନୀମ କରୋଲି ବାବାଙ୍କ ଜୀବନ ଏବଂ ଶିକ୍ଷା ଉପରେ ଆଧାରିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଟଙ୍କା…

୧୧ରେ ମୋଦି-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ,୯ା୯: ନୂଆଦିଲ୍ଲୀରେ ହେବାକୁ ଯାଉଥିବା ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୧ ତାରିଖ ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri