ଡିନର୍‌ ଲାଗି ଏକାଠି ପହଞ୍ଚିଲେ ବିକ୍କି-କଟ୍ରିନା

ବମ୍ବେ: ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି। ଏପରି କିଛି ଲୋକକଥା ବଲିଉଡ୍‌ ଅଭିନେତା ବିକ୍କି କୌଶଲ- ଅଭିନେତ୍ରୀ କଟ୍ରିନା କୈଫଙ୍କ ସମ୍ପର୍କ ପାଇଁ ପ୍ରଯୁଜ୍ୟ ବୋଲି କୁହାଯାଉଛି। ଏହା ପଛରେ କାରଣ ବି ରହିଛି। ସେଇଟି ହେଲା ଉଭୟଙ୍କ ଡେଟିଂର ଖବର। କ୍ୟାମେରା ସମ୍ମୁଖରେ ଏହାକୁ ନେଇ ମୁହଁ ଖୋଲୁ ନ ଥିବା ବିକ୍କି-କଟ୍ରିନା ଆଜିକାଲି ପ୍ରତିଟି କାର୍ଯ୍ୟକ୍ରମରେ ଏକାଠି ପହଞ୍ଚୁଛନ୍ତି। କୌଣସି ଉତ୍ସବ ହେଉ ଅଥବା ଡିନର୍‌ ପାର୍ଟି ଉଭୟଙ୍କୁ ଏକାସହ ଦେଖିବାକୁ ମିଳୁଛି। ନିକଟରେ ପ୍ରଯୋଜିକା ଆରତୀ ସେଟ୍ଟୀ ନିଜ ଘରେ ଏକ ଡିନର୍‌ ପାର୍ଟି ରଖିଥିଲେ। ଏଥିରେ ଯୋଗ ଦେବାକୁ ପହଞ୍ଚିଥିଲେ ବିକ୍କି ଆଉ କଟ୍ରିନା। ଏହି ସମୟରେ ଉଭୟଙ୍କୁ ଦେଖି ସେମାନଙ୍କ ମଧ୍ୟରେ କିଛି ଗୋଟେ ଚାଲିଥିବା ଚର୍ଚ୍ଚା ଜୋର ଧରିଛି।

ନିକଟରେ ଇଶା ଅମ୍ବାନୀଙ୍କ ହୋଲି ପାର୍ଟିରେ ଉଭୟ ନଜର ଆସିଥିଲେ। ଏପରି ଏକାଧିକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ବିକ୍କି କଟ୍ରିନାଙ୍କୁ ରଙ୍ଗ ଲଗାଉଥିବା ଦେଖିବାକୁ ମିଳିଥିଲା। ଏପରିକି ଉଭୟ ଅଧିକାଂଶ ସମୟ ଏକାଠି ବିତାଉଥିବା କୁହାଯାଇଥିଲା। କଥାକୁ କିନ୍ତୁ ଉଭୟ ଖଣ୍ଡନ କରିଆସୁଛନ୍ତି। ରଣବୀରଙ୍କ ପରେ କଟ୍ରିନାଙ୍କ ପାଇଁ ବିକ୍କି ପସନ୍ଦଯୋଗ୍ୟ ବୋଲି ପ୍ରଶଂସକ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri