ଡାକ୍‌ତରଖାନା ପରିସର ପାଲଟିଛେ ମଶାମାଛିକର ଭୂସରଗ

ଅତାବିରା, ୫।୩ (ଡି.ଏନ୍‌.ଏ.)- ବରଗଡ଼ ଜିଲା ଅତାବିରା ବ୍ଲକ ଲରମ୍ଭାରେ ଥିବାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରକେ ବାହାରର ଅସ୍‌କୁରା ପାଏନ୍‌ ପଶୁଛେ। ପରିସରରେ ସବୁବେଲେ ପାଏନ୍‌ ଜମି ରହିବାରଲାଗି ମଶାମାଛିକର ଭୂସରଗ ପାଲଟିଛେ। ଏନ୍‌ତାଥି ପରିବେଶ ପରଦୂଷିତ ହେବାର ସଂଗେ ଗଁଧେ ନାକ୍‌ ଫାଟି ପଡ଼ୁଛେ। ଡାକ୍‌ତରଖାନା କତୁରପକ୍ଷ ସମସିଆର ସମାଧାନ ଲାଗି ଥାନୀଅ ପରଶାସନକେ କହି ନିରାଶ ହେଇଥିବାର କହିଛନ୍‌।
ସୂଚନା ଅନ୍‌ସାରେ ଅତାବିରା ବ୍ଲକ ଲରମ୍ଭା ପଁଚେତ୍‌ ସଦରରେ ଅଂଚଲବାସୀକୁ ସୁଆସ୍‌ତିଅ ସେବା ଯୁଗେଇ ଦେବାର ଲାଗି ଗୁଟେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛେ। ଇ କେନ୍ଦ୍ର ଉପରେ ଟାମ୍ବରଶରା, ଲରମ୍ଭା, ବୁଗବୁଗା, ଦୁଲମପୁର ୪ଟା ପଁଚେତ୍‌ର ପାଖାପାଖି ୨୦ ହଜାର ଲୋକ ନିରଭର କରୁଛନ୍‌। ହେଲେ ପାସେ ଥିବାର କେନାଲର ପାଏନ୍‌ ଅହରହ ଡାକ୍‌ତରଖାନା ପରିସରକେ ପଶୁଛେ। ଅନେକ ସମିଆରେ ପରିସରରେ ପାଏନ୍‌ ଦିନ୍‌ଦିନ୍‌ ଧରି ଟୁଡ଼ି ରହିବାର ସଂଗେ ମଶାମାଛିକର ଭୂସରଗ ପାଲଟିଛେ। କେନାଲର ମରାମତି ଆର ସଫେଇ ଅଭାବୁ ପାଏନ୍‌ ଡାକ୍‌ତରଖାନାକେ ପସୁଥିବାର ଜନାଯାଇଛେ। ସେନ୍‌ତା ବରଷା ଦିନେ ଅବସ୍‌ତା ଆହୁରି ଖରାପ ହେଇଯାଉଛେ। ଡାକ୍‌ତରଖାନାର ଚାରହିକୁତି ପାଏନ୍‌ ଟୁଡ଼ି ରହୁଛେ। ଏନ୍‌ତାଥି ଡାକ୍‌ତରଖାନାର କରମ୍‌ଚାରୀ, ରୁଗୀମାନେ ବଡ଼ା ହଇରାନ ହରକତ ହେଉଥିବାର ଦେଖ୍‌ବାକେ ମିଲୁଛେ। ଇଆଡ଼େ ସରକାର ରାସ୍‌ତାଘାଟ, ଘରର ଚାର୍‌ହିକୁତି ସାଫସୁତର ରଖବାକେ ଲୁକକୁ ସଚେତନ କରୁଛନ୍‌। ଗଁା ପରିବେଶକେ ସାଫସୁତର ରଖବାର ଲାଗି ଗଁାଲ୍ୟାଣ ସମିତି କାଯ୍‌ କରୁଛେ। କେନ୍ଦ୍ର ସରକାର ସ୍ବଚ୍ଛ ଭାରତ ଅଭିଯାନ ଜରିଆରେ କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ଥାନୀଅ ପରଶାସନ, ରାଜନେତାକର ଅଁାତରିକତା ଅଭାବୁ ସରକାରକଁର ଇ ସବୁ ମହତ୍‌ ଯୋଜନା ଫସର ଫାଟୁଛେ। ସ୍ବାସ୍ଥ୍ୟକେନ୍ଦ୍ରର ସମସିଆର ସମାଧାନ ଲାଗି ଅଂଚଲବାସୀ ଅନେକ ଦିନୁ ଦାବି କରିଆସୁଛନ୍‌। ନାଇଁହେଲେ ଆଏବାର ଦିନେ ଅଂଚଲବାସୀ ଉଲ୍‌ଗୁଲାନକେ ଉତିରମୁ ବଲି ସାମାଜିକ କରମୀ ମାନସ ପଣ୍ଡା, ଖଗେଶ୍ୱର ମେହେର ପରମୁଖ ପରଶାସନକେ ଚେତାବନୀ ଦେଇଛନ୍‌। ଇ ବାବ୍‌ଦେ ସ୍ବାସ୍ଥ୍ୟକେନ୍ଦ୍ରର ଡା.ଦେବାଶିଷ ବିଶ୍ୱାଳ ଆର ଆୟୁଷ ଡା.ତ୍ରିଲୋଚନ ବରାଲକୁଁ ପଚ୍‌ରାଲାରୁ ଆମେ ସମସିଆର ସମାଧାନ ଲାଗି ଥାନୀଅ ସରପଁଚ୍‌, ଓ୍ବାର୍ଡ ମେମ୍ବର, ପାଣି ପଞ୍ଚାୟତ ସଭାପତିକଁୁ କହିଛୁଁ। ହେଲେ ଆଏଜ୍‌ତକ ସମସିଆର ସମାଧାନ ନୁହେ ହୁଏ ବଲି ଉଭଏ କହିଥିଲେ। ସେନ୍‌ତା ଇ ବାବ୍‌ଦେ କେନାଲ ଏସ୍‌ଡିଓ ଗତିକୃଷ୍ଣ ବରିହାକୁଁ ପଚ୍‌ରାଲାରୁ ସମସିଆର ସମାଧାନ ଲାଗି ମୁଇଁ କନିଷ୍ଠଯନ୍ତ୍ରୀକୁଁ ନିରଦେଶ ଦେଇଛେଁ ବଲି ସେ କହିଥିଲେ। କନିଷ୍ଠଯନ୍ତ୍ରୀକୁଁ ପଚ୍‌ରାଲାରୁ ଆଏବାର ଦିନେ ଦୁଇଦିନ ଭିତରେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ। ଇ ବାବ୍‌ଦେ ଥାନୀଅ ସରପଁଚ୍‌ ବିକାଶ ଭୋଇକୁଁ ପଚ୍‌ରାଲାରୁ ଆଗରୁ କାଡା ବିଭାଗ କାମ କରିଥିଲା, ହେଲେ ଫେନ୍‌ ପାଏନ୍‌ ପଶୁଛେ। କେନାଲ ବିଭାଗକେ କହି ସମସିଆର ସମାଧାନ କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri