ଡାକ୍ତରଙ୍କ ଖାମଖିଆଲରୁ ଚାଲିଗଲା ଜୀବନ : ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଭୁବନେଶ୍ୱର, ୨୭।୫(ବ୍ୟୁରୋ): ଡାକ୍ତରଙ୍କୁ ଭଗବାନ ବୋଲି କୁହାଯାଏ। ହେଲେ ଡାକ୍ତରଙ୍କ ଖାମଖିଆଲରୁ ଜଣେ ମହିଳାଙ୍କ ଜୀବନ ଯାଇଛି। ଏହି ଘଟଣାକୁ ନେଇ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଏକ ଘରୋଇ ମେଡିକାଲରେ ଉତ୍ତେଜନା ଦେଖିବାକୁ ମିିଳିଛି। ଚିକିତ୍ସା କରୁଥିବା ଡାକ୍ତରଙ୍କୁ ମୃତ୍ୟୁ ପାଇଁ ଦାୟୀ କରି ମହିଳାଙ୍କ ସ୍ବାମୀ ଓ ସମ୍ପର୍କୀୟମାନେ ହସ୍ପିଟାଲରେ ହୋହଲ୍ଲା କରିଥିଲେ। ଖବର ପାଇ ସ୍ଥାନୀୟ ପୋଲିସ ହସ୍ପିଟାଲରେ ପହଞ୍ଚତ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ହାବିଲ୍‌ଦାର ନବକିଶୋର ସ୍ବାଇଁଙ୍କୁ ଠେଲାପେଲା କରାଯାଇଥିବା ଅଭିଯୋଗ ହୋଇଛି। ତେବେ ମହିଳାଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଡାକ୍ତରଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯାଇଥିବାବେଳେ ପୋଲିସକୁ ଦୁର୍ବ୍ୟବହାର ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି।
ସୂଚନା ମୁତାବକ, ତାମିଲନାଡୁ ଅଞ୍ଚଳର ମୁଥୁ ସାଲ୍‌ଭେମ ନାମକ ଯୁବକ ନହରକଣ୍ଟା ଅଞ୍ଚଳରେ ରହି ଜଣେ ଠିକାଦାରଙ୍କ ଅଧୀନରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ମୁଥୁଙ୍କ କହିବା କଥା, ଗତ ୨ ଦିନ ତଳେ ୪ ମାସର ଗର୍ଭବତୀ ସ୍ତ୍ରୀ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହାଇଟେକ ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ନରହରି ବେହେରା ଅପରେଶନ ମାଧ୍ୟମରେ ଗର୍ଭପାତ କରାଇଥିଲେ। ଶନିବାର ଡାକ୍ତର ତାଙ୍କୁ ଘରକୁ ଫେରିଯିବାକୁ କହିଥିଲେ। ମୁଥୁ ସ୍ତ୍ରୀଙ୍କୁ ଧରି ଘରେ ପହଞ୍ଚତ୍ବାର କିଛି ସମୟ ପରେ ପେଟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ସେ ଏ ସମ୍ପର୍କରେ ଜଣାଇବାାରୁ ଡାକ୍ତର ତାଙ୍କୁ ମୋବାଇଲ୍‌ ଫୋନ୍‌ରେ ମେଡିସିନ ମେସେଜ କରିଥିଲେ। ହେଲେ ଉକ୍ତ ମେଡିସିନ ଖାଇବା ପରେ ମୁଥୁ ସ୍ତ୍ରୀଙ୍କର ଦେହ ଅଧିକ ଖରାପ ହୋଇଯାଇଥିଲା। ତାଙ୍କୁ ତୁରନ୍ତ ଉକ୍ତ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ମୁଥୁଙ୍କ ସମ୍ପର୍କୀୟ ଓ ସେ ରହୁଥିବା ନହରକଣ୍ଟାର କେତେଜଣ ଯୁବକ ମେଡିକାଲ ପରିସରରେ ପହଞ୍ଚତ୍ ହୋହଲ୍ଲା କରିଥିଲେ। ଏଥିପାଇଁ ଡାକ୍ତର ଅବହେଳାକୁ ଦାୟୀ କରି ଜୋର୍‌ରେ ପାଟିକରିଥିଲେ। କେଉଁ ପରିସ୍ଥିତିରେ ଡାକ୍ତର ଅପରେଶନର ଗୋଟିଏ ଦିନ ପରେ ମହିଳାଙ୍କୁ ଘରକୁ ପଠାଇ ଦେଲେ ଏବଂ ରୋଗୀଙ୍କର ଅବସ୍ଥା ନ ଦେଖି ମେସେଜରେ ମେଡିସିନ ଖାଇବାକୁ କହିଲେ ବୋଲି ପ୍ରଶ୍ନ କରି ନହରକଣ୍ଟା ଗଡ଼ସାହିର ସଂଗ୍ରାମ କେଶରୀ ଜେନା ଓରଫ ବିକି ଉକ୍ତ ଡାକ୍ତରଙ୍କୁ ଗାଳିଗୁଲଜ କରିବା ସହ ହସ୍ପିଟାଲ ନାମରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ବୁଝାଶୁଝା କରି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ହେଲେ ବିକି ସମ୍ପୃକ୍ତ ଡାକ୍ତରଙ୍କୁ ଗିରଫ କରିବାକୁ ଦାବି କରିବା ସହ ଗାଳି ଗୁଲଜ କରିଥିଲେ। ବିକିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବାବେଳେ ସେ ହାବିଲଦାର ନବ କିଶୋର ସ୍ବାଇଁଙ୍କୁ ଠେଲାପେଲା କରିଥିଲେ। ଏ ନେଇ ନବଙ୍କ ଅଭିଯୋଗକ୍ରମେ ପୋଲିସ ୨୦୧/୧୯ରେ ଏକ ମାମଲା ରୁଜୁ କରି ବିକିଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଥିଲା। ସେହିଭଳି ମୃତା ମହିଳାଙ୍କ ସ୍ବାମୀ ମୁଥୁଙ୍କ ଅଭିଯୋଗକ୍ରମେ ପୋଲିସ ଡାକ୍ତର ନରହରି ବେହେରାଙ୍କ ନାମରେ ୨୦୦/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri